Latest Odisha News

BREAKING NEWS

ମୟୂରଭଞ୍ଜରେ ଚାଞ୍ଚଲ୍ୟ, ମଣିଷ ଖାଇଲା ମଣିଷର ଦରପୋଡ଼ା ମାଂସ !

ବାରିପଦା: ମଣିଷ ମାଂସାଶୀ । ହେଲେ କେବେ ଶୁଣିଛନ୍ତି ମଣିଷ, ମଣିଷର ମାଂସ ଖାଇବା । କିନ୍ତୁ ଏମିତି ଘଟିଛି ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅଞ୍ଚଳରେ । ମଦ ନିଶାରେ ମସଗୁଲ୍ ଥିବା ୨ ଜଣ ବ୍ୟକ୍ତି ଶ୍ମଶାନରେ ମୃତଦେହ ପୋଡ଼ା ଯାଉଥିବା ବେଳେ ସେଠାରୁ ଦରପୋଡ଼ା ଶବର ମାଂସ ଆଣି ଖାଉଥିବା ବେଳେ ଧରା ପଡ଼ିଛନ୍ତି ।

ବଡ଼ସାହି ଥାନା ଅନ୍ତର୍ଗତ ଏକ ଗାଁରେ ମଙ୍ଗଳବାର ଘଟିଛି ଏ ଅଭାବନୀୟ ଘଟଣା । ଯାହାକି ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । ମୃତକଙ୍କ ସମ୍ପର୍କୀୟ ୨ ଜଣଙ୍କୁ ଧରିବା ସହ ବଡ଼ସାହି ପୋଲିସ ଜିମା ଦେଇଛନ୍ତି । ପୋଲିସ ଉଭୟଙ୍କୁ ପଚରାଉଚରା କରୁଥିବା ଜଣାପଡ଼ଛି ।

ବିଭିନ୍ନ ରୋଗରେ ପୀଡ଼ିତ ଗାଁର ଜଣେ ୨୫ ବର୍ଷୀୟା ଯୁବତୀଙ୍କ ମୃତ୍ୟୁ ହୋଇଥିଲା । ଆଉ ମୃତଦେହ ପୋଡ଼ା ଯିବା ବେଳେ ଦାନ୍ତୁଣି ଗାଁର ସୁନ୍ଦର ମୋହନ ସିଂ, ନରେନ୍ଦ୍ର ସିଂ ଗାମୁଛାରେ ମାଂସ ଖଣ୍ଡ ଆଣି ଖାଇବାରେ ଲାଗିଥିଲେ । ଏସବୁକୁ ଦେଖି ମାଂସ ସହ ଦୁହିଁଙ୍କୁ ଧରି ମୃତକଙ୍କ ସମ୍ପର୍କୀୟ ପୋଲିସ ଜିମା ଦେଇଛନ୍ତି ।

ତେବେ ମଣିଷ, ମଣିଷର ଦରପୋଡ଼ା ମାଂସ ଖାଇବାକୁ ନେଇ ସମସ୍ତେ ଚକିତ ହୋଇ ଯାଇଛନ୍ତି । ୨ ଜଣଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି । ତେବେ ୨ ଜଣ ନିଶାଗ୍ରସ୍ତ ଥିବା ଏବଂ ସେମାନଙ୍କୁ ପଚରାଉଚରା କରାଯାଉଥିବା ପୋଲିସ କହିଛି ।

Leave A Reply

Your email address will not be published.