ଭୁବନେଶ୍ୱର: ହୁ ହୁ ହୋଇ ବଢ଼ିଚାଲିଛି ତୈଳଦର । ରାଜ୍ୟର ୨୦ଟି ଜିଲ୍ଲାରେ ପେଟ୍ରୋଲ ଦାମ ୯୦ ଟଙ୍କା ଉପରେ ରହିଛି । ରାଜ୍ୟର ପେଟ୍ରୋଲର ସର୍ବାଧିକ ଦର ମାଲକାନଗିରି ଜିଲ୍ଲାରା ଲିଟର ପିଛା ୯୪ ଟଙ୍କା ୮ ପଇସା ରହିଛି । ଲଗାତାର ଦୈଳଦର ବଢ଼ୁଥିବା ବେଳେ ଆସନ୍ତାକାଲି ୬ ଘଣ୍ଟିଆ ହରତାଳ ଡାକରା ଦେଇଛି ଓଡ଼ିଶା କଂଗ୍ରେସ । ପେଟ୍ରୋଲ ଭଳି ମାଲକାନଗିରି ଜିଲ୍ଲାରେ ଡିଜେଲର ଲିଟର ପିଛା ଦାମ ୯୦ଟଙ୍କା ୬୬ ପଇସା ରହିଛି ।
ଅନ୍ୟପଟେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ପେଟ୍ରୋଲ ଦର ୯୦ ଟଙ୍କା ମୁହାଁ ହୋଇଛି । ଭୁବନେଶ୍ୱରରେ ଆଜି ପେଟ୍ରୋଲର ଲିଟର ପିଛା ଦର ୮୯ ଟଙ୍କା ୪୩ ପଇସା ରହିଥିବା ବେଳେ କଟକରେ ୮୯ ଟଙ୍କା ୭୩ ପଇସା ରହିଛି ପେଟ୍ରୋଲର ଲିଟର ପିଛା ଦର ।
ଅନୁଗୁଳରେ ପେଟ୍ରୋଲର ଲିଟର ପିଛା ଦାମ ୯୦ ଟଙ୍କା ୬୨ ରହିଥିବା ବେଳେ ବାଲେଶ୍ୱରରେ ୯୦ ଟଙ୍କା ୯ ପଇସା, ବରଗଡ଼ରେ ୯୦ ଟଙ୍କା ୬୪ ପଇସା, ଭଦ୍ରକରେ ୯୦ ଟଙ୍କା ୯ ପଇସା, ବଲାଙ୍ଗିରରେ ୯୧ ଟଙ୍କା ୭୦ ପଇସା, ବୌଦ୍ଧରେ ୯୨ ଟଙ୍କା ୧୦ ପଇସା, ଦେବଗଡ଼ରେ ୯୦ ଟଙ୍କା ୨୭ପଇସା, ଢେଙ୍କାନାଳରେ ୯୦ ଟଙ୍କା ୩୫ ପଇସା, ଗଜପତିରେ ୯୧ ଟଙ୍କା ୪୯ ପଇସା, ଗଞ୍ଜାମରେ ୯୦ ଟଙ୍କା ୮୧ ପଇସା, ଯାଜପୁରରେ ୯୦ ଟଙ୍କା ରହିଛି ।
ସେହିଭଳି କଳାହାଣ୍ଡି ଜିଲ୍ଲାରେ ପେଟ୍ରୋଲର ଲିଟର ପିଛା ଦର ୯୨ ଟଙ୍କା ୨୭ ପଇସା ଥିବାବେଳେ କନ୍ଧମାଳରେ ୯୦ ଟଙ୍କା ୬୬ ପଇସା, କେନ୍ଦୁଝରରେ ୯୧ ଟଙ୍କା ୯ ପଇସା, କୋରାପୁଟରେ ୯୩ ଟଙ୍କା ୮ ପଇସା, ନବରଙ୍ଗପୁରରେ ୯୨ ଟଙ୍କା ୫୭ ପଇସା, ନୂଆପଡ଼ାରେ ୯୧ ଟଙ୍କା ୮୭ ପଇସା, ରାୟଗଡ଼ାରେ ୯୨ ଟଙ୍କା ୬୫ ପଇସା ଏବଂ ସୋନପୁରରେ ୯୦ ଟଙ୍କା ୬୧ ପଇସା ରହିଛି ।
ହାତ ଟେକିଦେଲେ ଧର୍ମେନ୍ଦ୍ର
ଦେଶ ସହ ରାଜ୍ୟରେ ତୈଳଦର ବଢ଼ି ଚାଲିଥିବା ବେଳେ ମଧ୍ୟପ୍ରଦେଶରେ ପେଟ୍ରୋଲ ଦର ୧୦୦ ଟଙ୍କା ଅତିକ୍ରମ କରିଛି । ଅନ୍ୟପଟେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର କିଛି କରିପାରିବ ନାହିଁ ବୋଲି କହିଛନ୍ତି । ଧର୍ମେନ୍ଦ୍ର କହିଛନ୍ତି- ତେଲର ଦାମ ପେଟ୍ରୋଲିୟମ କମ୍ପାନୀ ନିର୍ଦ୍ଧାରିତ କରୁଛନ୍ତି । ପେଟ୍ରୋଲିୟମର ଦର ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ଉପରେ ନିର୍ଭରଶୀଳ । କେନ୍ଦ୍ର ବ୍ୟତୀତ ରାଜ୍ୟ ସରକାର ନିଜର ବିକାଶ ଆବଶ୍ୟକତା ଅନୁସାରେ ଟିକସ ବଢ଼ାଉଥିବା କହି ରାଜ୍ୟକୁ ତୀର ମାରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ।