Latest Odisha News

BREAKING NEWS

ପୁଣି ମହଙ୍ଗା ହେଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ଗୁରୁବାର ଦିନ ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଆଉ ଏକ ରେକର୍ଡ ସ୍ତରରେ ପହଞ୍ଚିଛି। ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ୧୦୮.୨୯ ଟଙ୍କା ଥିବାବେଳେ ଡିଜେଲ ହାର ଲିଟର ପିଛା ୯୭.୦୨ ଟଙ୍କା ରହିଛି।

ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୧୪.୧୪ ଟଙ୍କା ଏବଂ ଡିଜେଲ ଗୋଟିଏ ଲିଟର ପିଛା ୧୦୫.୧୨ ଟଙ୍କାରେ ବିକ୍ରି ହେଉଛି।

ଚେନ୍ନାଇରେ ଲିଟର ପିଛା ପେଟ୍ରୋଲର ମୂଲ୍ୟ ୧୦୫.୧୩ ଟଙ୍କା ରହିଛି। ଗୁରୁବାର ଦିନ ୧ ଲିଟର ଡିଜେଲର ମୂଲ୍ୟ ୧୦୧.୨୫ ଟଙ୍କା ରହିଛି।

କୋଲକାତାରେ ପେଟ୍ରୋଲର ଲିଟର ପିଛା ୧୦୮.୭୮ ଟଙ୍କା ଥିବାବେଳେ ଡିଜେଲର ଲିଟର ୧୦୦.୧୪ ଟଙ୍କା ରହିଛି।

ସେହିପରି ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୯.୨୫ ଟଙ୍କାରେ ପହଞ୍ଚିଛି। ସେହିପରି ଡିଜେଲ ଲିଟର ପିଛା ୧୦୫.୮୪ ଟଙ୍କାରେ ବିକ୍ରି ହେଉଛି।

Leave A Reply

Your email address will not be published.