Latest Odisha News

BREAKING NEWS

ନଭେମ୍ବରରେ ବାହା ହେବେ ଆଲିଆ ଓ ରଣବୀର!

ମୁମ୍ବାଇ: ବି-ଟାଉନର ସବୁଠାରୁ ଚର୍ଚ୍ଚିତ ତଥା ବିବାହ ଯୋଗ୍ୟ ଦମ୍ପତିମାନଙ୍କ ମଧ୍ୟରୁ ଆଲିଆ  ଏବଂ ରଣବୀର  ଅନ୍ୟତମ। ଦୀର୍ଘ ଦିନ ଧରି ସେମାନଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ତେବେ ପୁଣି ଥରେ ଏହି ଦମ୍ପତିଙ୍କ ବିବାହ ଯୋଜନାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଯେଉଁଥିରେ ଦାବି କରାଯାଇଛି ଯେ ରଣବୀର ଏବଂ ଆଲିଆ ଆସନ୍ତା  ନଭେମ୍ବରରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ତେବେ ଏ ନେଇ ଆଲିଆଙ୍କ ମା ସୋନି ରଜଦାନଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଛି।

ଆଲିଆଙ୍କ ମା’ କହିଛନ୍ତି ଯେ ଏହି ବିବାହ କେବେ ହେବ ସେ ବିଷୟରେ ସେ କିଛି ଜାଣନ୍ତି ନାହିଁ। ଅନ୍ୟମାନଙ୍କ ପରି ସେ ମଧ୍ୟ ଏହି ବିବାହକୁ ଅପେକ୍ଷା କରିଛନ୍ତି। ତେବେ ଆହୁରି ଭଲ ଖବର ଦେବାବେଳେ ସେ ଦର୍ଶାଇଛନ୍ତି ଯେ ବିବାହରେ କିଛି ସମୟ ଅଛି। ଭବିଷ୍ୟତରେ ଉଭୟ ନିଶ୍ଚୟ ବିବାହ କରିବେ। କିନ୍ତୁ ମୁଁ ଜାଣି ନାହିଁ କେବେ ହେବ। ଯେତେବେଳେ ବି ହେବ ଖବର ନିଶ୍ଚୟ ପହଞ୍ଚିବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.