Latest Odisha News

BREAKING NEWS

ପୋଲିସ ଉପରକୁ ଅବସରପ୍ରାପ୍ତ ଯବାନଙ୍କ ଆକ୍ରମଣ ଘଟଣା; ବଦଳିଲେ ବାଙ୍କୀ ଥାନା ଆଇଆଇସି

କଟକ: ବାଙ୍କି ଥାନା ଆଇଆଇସି କାବୁଲି ବାରିକଙ୍କ ବଦଳି। ଭଦ୍ରେଶ୍ୱର ଥାନାକୁ ବଦଳି ହେଲେ କାବୁଲି ବାରିକ। କଟକ ଜିଲ୍ଲା ବାଙ୍କୀରେ ପୋଲିସ ଉପରକୁ ଅବସରପ୍ରାପ୍ତ ଯବାନଙ୍କ ଆକ୍ରମଣ ଘଟଣାରେ ଆଇଆଇସି କାବୁଲି ବାରିକଙ୍କ ବଦଳି ହୋଇଛି। ଭଦ୍ରେଶ୍ବର ଥାନା ଆଇଆଇସି ଶିବ ପ୍ରସାଦ ବେହେରାଙ୍କୁ ବାଙ୍କୀ ଥାନାର ନୂତନ ଆଇଆଇସି ଭାବେ ଦାୟିତ୍ବ ଦିଆଯାଇଛି। ମାତ୍ର ୩ ମାସ ତଳେ କାବୁଲି ବାରିକ ବାଙ୍କୀ ଆଇଆଇସି ଭାବେ ନିଯୁକ୍ତି ପାଇଥିଲେ।

ସୂଚନା ଅନୁସାରେ ବାଙ୍କୀ ଥାନା ଅନ୍ତର୍ଗତ ଶିମିଳିପୁର ଗ୍ରାମର ଅବସରପ୍ରାପ୍ତ ସେନା କର୍ମଚାରୀ ସରୋଜ ଦାସ ନିଜର ବ୍ୟବସାୟ ଜନିତ କାରଣକୁ ନେଇ ଦୀର୍ଘ ବର୍ଷ ତଳେ ବାଙ୍କୀ ଥାନାରେ ଏକ ଅଭିଯୋଗ କରିଥିଲେ। ଏଥିରେ ସେ ନ୍ୟାୟ ନପାଇବା ଅଭିଯୋଗ କରି ଗତ ମାସରେ ବାଙ୍କୀ ବଜାରରେ ହାତରେ ଖଣ୍ଡା ଧରି ଆତଙ୍କ ସୃଷ୍ଟି କରିଥିଲେ। ତାଙ୍କୁ କାବୁ କରିବାକୁ ଯାଇ ୨ ପୋଲିସ କର୍ମଚାରୀ ସମ୍ବିତ ବିଶ୍ୱାଳ ଏବଂ କନେଷ୍ଟବଳ ଉତ୍ତମ କୁମାର କର ରକ୍ତାକ୍ତ ହୋଇଥିଲେ। ପ୍ରାଥମିକ ଚିକିତ୍ସା ପରେ ଆହତ ଦ୍ୱୟଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଏହି ଘଟଣାକୁ ନେଇ ଚର୍ଚ୍ଚାରେ ଥିଲା ବାଙ୍କୀ ଥାନା।

Leave A Reply

Your email address will not be published.