Latest Odisha News

BREAKING NEWS

ଚଳିତ ବର୍ଷ ପ୍ରଥମ ଥର ପାଇଁ ହ୍ରାସ ପାଇଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ: ବିଶ୍ବର ଅଶୋଧିତ ତୈଳ ମୂଲ୍ୟରେ ତୀବ୍ର ହ୍ରାସ ପରେ ୨୦୨୧ ରେ ପ୍ରଥମ ଥର ପାଇଁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ହ୍ରାସ ପାଇଛି। ରାଷ୍ଟ୍ରାୟତ୍ତ ତୈଳ ମାର୍କେଟିଂ କମ୍ପାନୀଗୁଡିକ (ଓଏମସି) ବୁଧବାର ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଯଥାକ୍ରମେ ୧୮ ପଇସା ଏବଂ ୧୭ ପଇସା ହ୍ରାସ କରିଛି।

ସୂଚନା ଅନୁଯାୟୀ କୋଭିଡ୍-୧୯ ମାମଲା ବଢିବା ଏବଂ କେତେକ ଦେଶରେ ଲକ୍‌ଡାଉନ୍‌ ପୁଣି ଥରେ ଜାରି ହେବା ମଧ୍ୟରେ ବିଶ୍ୱ ଅଶୋଧିତ ତୈଳ ମୂଲ୍ୟରେ ତୀବ୍ର ହ୍ରାସ ଘଟିବା ପରେ OMC ଗୁଡିକ ଶୀଘ୍ର ମୂଲ୍ୟ ହ୍ରାସ କରିପାରନ୍ତି।

ଏହି ସମୟରେ ଦିଲ୍ଲୀରେ ଡିଜେଲ ମୂଲ୍ୟ ଗତକାଲି ଠାରୁ ୧୭ ପଇସା ହ୍ରାସ ହୋଇ ୮୧.୩୦ ଟଙ୍କାକୁ ଖସି ଆସିଛି।

Comments are closed.