Latest Odisha News

ପୁଣି ବଢିଲା ତୈଳ ଦର

ନୂଆଦିଲ୍ଲୀ: ରବିବାର ଦିନ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଯଥାକ୍ରମେ ୨୫ ପଇସା ଏବଂ ୩୦ ପଇସା ବୃଦ୍ଧି ପାଇବା ପରେ ସାରା ଦେଶରେ ନୂଆ ରେକର୍ଡ ବୃଦ୍ଧି ପାଇଛି।

ରାଷ୍ଟ୍ରାୟତ୍ତ ଇନ୍ଧନ ଖୁଚୁରା ବ୍ୟବସାୟୀଙ୍କ ମୂଲ୍ୟ ବିଜ୍ଞପ୍ତି ଅନୁଯାୟୀ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ସର୍ବାଧିକ ଲିଟର ପିଛା ୧୦୨.୩୯ ଥିବା ବେଳେ ଏବଂ ମୁମ୍ବାଇରେ ୧୦୮.୪୩ କୁ ବୃଦ୍ଧି ପାଇଛି।

ଡିଜେଲ ହାର ମଧ୍ୟ ଦିଲ୍ଲୀରେ ସର୍ବାଧିକ ୯୦.୭୭ ଏବଂ ମୁମ୍ବାଇରେ ଏକ ଲିଟର ୯୮.୪୮ ଟଙ୍କାକୁ ବୃଦ୍ଧି ପାଇଛି।

କୋଲକାତାରେ ପେଟ୍ରୋଲ ଲିଟର ପିଛା ୧୦୩.୦୭ ଥିବାବେଳେ ଡିଜେଲ ଲିଟର ପିଛା ୯୩.୮୭କୁ ବୃଦ୍ଧି ପାଇଛି। ଚେନ୍ନାଇରେ ଗୋଟିଏ ଲିଟର ପେଟ୍ରୋଲ ପିଛା ୧୦୦.୦୧ ଗୋଟିଏ ଲିଟର ଡିଜେଲ ଲିଟର ପିଛା ୯୫.୩୧କୁ ବଢିଛି।

Comments are closed.