Latest Odisha News

BREAKING NEWS

ପୋଲିସ ଡିଜିଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କଲେ ୨ ମହିଳା ମାଓବାଦୀ

କୋରାପୁଟ: ଲାଲବାହିନୀରୁ ତୁଟୁଛି ଭରସା । ସମାଜର ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି ମାଓବାଦୀ । କୋରାପୁଟ ଜିଲ୍ଲାରେ ଆଜି ଦୁଇ ଜଣ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ପୋଲିସ ଡିଜି ଅଭୟ କୋରାପୁଟ ଗସ୍ତରେ ଯାଇଥିବା ବେଳେ ତାଙ୍କ ନିକଟରେ ସେମାନେ ଆତ୍ମସମର୍ପଣ କରିଛନ୍ତି ।

ପୋଲିସ ଡିଜି ଅଭୟଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଥିବା ଦୁଇ କୁଖ୍ୟାତ ମହିଳା ମାଓବାଦୀ ହେଲ୍ ଦେବେ ପୋଡିଆମୀ ଓରଫ୍ ଗାଙ୍ଗି ଏବଂ ଗୀତା ପୋଡିଆମୀ ଓରଫ ରଞ୍ଜିତା । ସେମାନେ ମାଓବାଦୀ ସଂଗଠନର ଆନ୍ଧ୍ର ଓଡ଼ିଶା ବର୍ଡର ଜୋନାଲ୍ କମିଟି ସଦସ୍ୟ ଥିଲେ । ମାଓବାଦୀଙ୍କ ବିଚାରଧାରାରେ ଅତିଷ୍ଠ ହୋଇ ସେମାନେ ସଂଗଠନ ଛାଡ଼ିଥିବା କହିଛନ୍ତି ।

ଦିନିକିଆ କୋରାପୁଟ ଓ ମାଲକାନଗିରି ଜିଲ୍ଲା ଗସ୍ତରେ ଯାଇଛନ୍ତି ପୋଲିସ ଡିଜି ଅଭୟ । ସେ ପ୍ରଥମେ କୋରାପୁଟରେ ପହଞ୍ଚିଛନ୍ତି । ଜିଲ୍ଲାରେ ମାଓ ଗତିବିଧି ସହ ଗଞ୍ଜେଇ ଚାଲାଣ ଓ ଆଇନଶୃଙ୍ଖଳା ସ୍ଥିତିର ସମୀକ୍ଷା କରିଛନ୍ତି ପୋଲିସ ଡିଜି । ତାପରେ ମାଲକାନଗିରି ଯାଇ ଯୋଡ଼ାଆମ୍ବ ଓ କାଲିମେଳା ପୋଲିସ ଷ୍ଟେସନ ଉଦଘାଟନ କରିବା କାର୍ୟ୍ୟକ୍ରମ ରହିଛି ।

Leave A Reply

Your email address will not be published.