Latest Odisha News

BREAKING NEWS

କମିଲା ପେଟ୍ରୋଲ ଓ ଡ଼ିଜେଲ ଦର

ଦିଲ୍ଲୀ: ଦେଶବାସୀଙ୍କୁ ଦୀପାବଳିର ଭେଟି। କମିଲା ପେଟ୍ରୋଲ ଓ ଡ଼ିଜେଲ ଦର। କେନ୍ଦ୍ର ସରକାର ଏକସାଇଜ ଡ଼୍ୟୁଟି କମାଇବା ପରେ ଓଡ଼ିଶାରେ ମଧ୍ୟ ପେଟ୍ରୋଲ ଓ ଡ଼ିଜେଲ ଦର କମିଛି। ରାତି ୧୨ଟାରୁ ଲାଗୁ ହେଲା ପେଟ୍ରୋଲ ଓ ଡ଼ିଜେଲର ନୂଆ ଦର। ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୬ଟଙ୍କା ୧୫ ପଇସା ଓ ଡ଼ିଜେଲ ଲିଟର ପିଛା ୧୨ଟଙ୍କା ୮୮ପଇସା କମିଛି।

ଦୀପାବଳି ପୂର୍ବରୁ ଗତକାଲି ପେଟ୍ରୋଲ ଲିଟର ପିଛା ୫ଟଙ୍କା ଓ ଡ଼ିଜେଲ ଲିଟର ପିଛା ୧୦ଟଙ୍କା ଏକସାଇଜ୍ ଡ଼୍ୟୁଟି ହ୍ରାସ କରିବାକୁ ଘୋଷଣା କରିଥିଲେ କେନ୍ଦ୍ର ସରକାର। କେନ୍ଦ୍ର ସରକାର ପେଟ୍ରୋଲ ଓ ଡ଼ିଜେଲ ଦର ଉପରେ ଏକ୍ସାଇଜ୍ ଡ଼୍ୟୁଟି କମାଇବା ପରେ ରାଜ୍ୟମାନେ ଭାଟ୍ ହ୍ରାସ କରିଛନ୍ତି।

ଆସାମ, ତ୍ରିପୁରା, ମଣିପୁର, କର୍ଣ୍ଣାଟକ, ଗୋଆ, ଉତ୍ତର ପ୍ରଦେଶ, ଗୁଜୁରାଟ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ଏହି ଇନ୍ଧନ ମୂଲ୍ୟ ଉପରେ ୭ଟଙ୍କା ଭାଟ୍ କମାଇଛନ୍ତି। ଉତ୍ତର ପ୍ରଦେଶ ପେଟ୍ରୋଲ ଓ ଡ଼ିଜେଲ ଉପରେ ୧୨ଟଙ୍କା ଭାଟ୍ ହ୍ରାସ କରିଛନ୍ତି। ସେହିପରି ବିହାର ପେଟ୍ରୋଲ ଉପରେ ୧ଟଙ୍କା ୩୦ ପଇସା ଓ ଡ଼ିଜେଲ ୧ଟଙ୍କା ୯୦ପଇସା ଭାଟ୍ କମାଇଛନ୍ତି। ତେଲ ଦର କମିବା ପରେ ଗ୍ରାହକଙ୍କୁ କିଛି ପରିମାଣରେ ଆଶ୍ୱସ୍ତି ମିଳିଛି।

Comments are closed.