Latest Odisha News

ରାଜ୍ୟରେ ୯୨ ଟଙ୍କା ଟପିଲା ପେଟ୍ରୋଲ, ଡିଜେଲ ୮୯ ଟଙ୍କା ଉପରେ

ଭୁବନେଶ୍ୱର: ମହଙ୍ଗା ମାଡ଼ରୁ ଆଶ୍ୱସ୍ତି ନାହିଁ । ପୁଣି ଥରେ ତୈଳଦର ବୃଦ୍ଧି ପାଇଛି । ଦେଶ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପେଟ୍ରୋଲ୍ ଓ ଡିଜେଲ୍ ଦର ବଢ଼ିଛି । ରାଜ୍ୟରେ ପେଟ୍ରୋଲ୍ ଓ ଡିଜେଲର ସର୍ବାଧିକ ଦର ରହିଛି ମାଲକାନଗିରି ଜିଲ୍ଲାରେ । ମାଲକାନଗିରିରେ ପେଟ୍ରୋଲ୍ ଲିଟର ପିଛା ୯୨ ଟଙ୍କା ୯୪ ପଇସା ରହିଥିବା ବେଳେ ଡିଜେଲର ଦର ଲିଟ ପିଛା ୮୯.୨୦ ଟଙ୍କା ରହିଛି ।

ସେହିଭଳି କୋରାପୁଟ ଜିଲ୍ଲାରେ ପେଟ୍ରୋଲର ଲିଟର ପିଛା ଦର ୯୧ ଟଙ୍କା ୯୩ ପଇସାକୁ ବୃଦ୍ଧି ପାଇଥିବା ବେଳେ ଡିଜେଲ ଲିଟର ପିଛା ୮୮ ଟଙ୍କା ୨୩ ପଇସାକୁ ବଢ଼ିଛି । ବୌଦ୍ଧରେ ପେଟ୍ରୋଲ ଲିଟର ପିଛା ୯୦ ଟଙ୍କା ୫୪ ପଇସା, ଗଜପତିରେ ୯୦ ଟଙ୍କା ୬୧ ପଇସା, କଳାହାଣ୍ଡିରେ ୯୧ ଟଙ୍କା ୨ ପଇସା, ନବରଙ୍ଗପୁରରେ ୯୧ ଟଙ୍କା ୪୨ ପଇସା, ନୂଆପଡ଼ାରେ ୯୦ ଟଙ୍କା ୭୩ ପଇସା, ରାୟଗଡ଼ାରେ ୯୦ ଟଙ୍କା ୭୬ ପଇସା ରହିଛି ।

ରାଜ୍ୟର ୮ଟି ଜିଲ୍ଲାରେ ପେଟ୍ରୋଲ୍ ଦର ୯୦ ଟଙ୍କା ଉପରେ ରହିଛି । ସେହିଭଳି ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଦର ବୃଦ୍ଧି ପାଇ ଲିଟର ପିଛା ୮୮ ଟଙ୍କା ୨୯ ପଇସା ହୋଇଛି । ଡିଜେଲର ଲିଟର ପିଛା ଦର ରହିଛି ୮୪ ଟଙ୍କା ୬୯ ପଇସା । କଟକରେ ପେଟ୍ରୋଲ ଲିଟର ପିଛା ୮୮ଟଙ୍କା ୫୮ ପଇସା ରହିଥିବା ବେଳେ ଡିଜେଲ୍ ଦର ୮୪ ଟଙ୍କା ୯୮ ପଇସା ରହିଛି ।

Comments are closed.