Latest Odisha News

ଶ୍ରମିକ ସଂଗଠନର ଧର୍ମଘଟରେ ସାମିଲ ହେଲାନି ପେଟ୍ରୋଲିୟମ୍ ଡିଲର୍ସ ସଂଘ

ଭୁବନେଶ୍ୱର: ଟ୍ରେଡ୍ ୟୁନିଅନର ଧର୍ମଘଟରେ ସାମିଲ୍ ହେଲାନି ପେଟ୍ରୋଲିୟମ୍ ଡିଲର୍ସ ସଂଘ । ଏନେଇ ସୂଚନା ଦେଇଛି ପେଟ୍ରୋଲିୟମ୍ ମହାସଂଘ । ପିକେଟିଂ ଯୋଗୁଁ ଆଜି ପ୍ରଥମାର୍ଦ୍ଧରେ ଭୁବନେଶ୍ୱରରେ ପେଟ୍ରୋଲ ପମ୍ପ ବନ୍ଦ ରହିବ ।  ଦ୍ୱିତୀୟାର୍ଦ୍ଧରେ ଖୋଲା ରହିବ ପେଟ୍ରୋଲ୍ ପମ୍ପ । ରାଜ୍ୟର ଅନ୍ୟ ସବୁ ସ୍ଥାନରେ ପେଟ୍ରୋଲ ପମ୍ପ ଖୋଲା ରହିଛି ।

ଶ୍ରମିକ ସଂଗଠନର ବନ୍ଦ ପାଳନ ବେଳେ ପେଟ୍ରୋଲ୍ ପମ୍ପ ବନ୍ଦ ରହିବ କି ନାହିଁ ସେନେଇ ପେଟ୍ରୋଲ ଓ ଡିଜେଲ୍ ଡିଲର୍ସ ଆସୋସିଏସନ୍ ପକ୍ଷରୁ କୌଣସି ସୂଚନା ଦିଆଯାଇ ନଥିଲା । କାଲି ରାତିରେ ସବୁ ପେଟ୍ରୋଲ୍ ପମ୍ପ ଆଗରେ ଲୋକଙ୍କର ଭିଡ୍ ହୋଇଥିଲା । ଘଣ୍ଟା ଘଣ୍ଟା ଲାଇନରେ ଠିଆ ହୋଇଥିଲେ ଗାଡ଼ି ଚାଳକ ।

Leave A Reply

Your email address will not be published.