Latest Odisha News

BREAKING NEWS

ଦୁଇ ଦିନିଆ ସର୍ବଭାରତୀୟ ଧର୍ମଘଟ କରୁଛି ଶ୍ରମିକ ସଂଗଠନ

ପିକେଟିଂ କରି ରାସ୍ତାରେ ବିରୋଧ ପ୍ରଦର୍ଶନ, ସମର୍ଥନ କରିଛି ସର୍ବ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ

ଭୁବନେଶ୍ୱର: ଆଜିଠୁ ଦୁଇ ଦିନିଆ ସର୍ବଭାରତୀୟ ଧର୍ମଘଟ କରୁଛି ଶ୍ରମିକ ସଂଗଠନ । ବିଭିନ୍ନ ସ୍ଥାନରେ ପିକେଟିଂ ସହ ବନ୍ଦ ପାଳନ କରୁଛନ୍ତି । ୧୨ ଦଫା ଦାବିରେ ବନ୍ଦ ଡାକରା ଦେଇଛି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ସଂଗଠନ । ଏହାର ପ୍ରଭାବ ଓଡ଼ିଶାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି । ଭୁବନେଶ୍ୱର ରେଳ ଷ୍ଟେସନରେ ରୋଳରୋକ ଓ ନାରାବାଜି କରିଛନ୍ତି ଆନ୍ଦୋଳନକାରୀ ।

ସେହିପରି ବସଷ୍ଟାଣ୍ଡ ସମେତ ଭୁବନେଶ୍ୱରର ବିଭିନ୍ନ ଛକରେ ପିକେଟିଂ କରି ବିରୋଧ ପ୍ରଦର୍ଶନ କରିଛନ୍ତି ଶ୍ରମିକ ସଂଗଠନକ କର୍ମକର୍ତ୍ତା । ପୋଷ୍ଟର ବ୍ୟାନର ଧରି ରାସ୍ତା ଉପରେ ଟାୟାର ଜାଳି ଆନ୍ଦୋଳନ କରିଛନ୍ତି । ବେକାରୀଙ୍କୁ ନିଯୁକ୍ତି, ଚୁକ୍ତିଭିତ୍ତିକ ଠିକା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି, ଶ୍ରମକୁ ସଠିକ ସୁବିଧା ପ୍ରଦାନ, ଦରବୃଦ୍ଧି ବନ୍ଦ ଆଦି ଦାବିରେ ବନ୍ଦ ଡାକରା ଦିଆଯାଇଛି ।

ସେହିପରି ଇପିଏଫ୍ ସୁଧହାର ହ୍ରାସ, ବ୍ୟାଙ୍କ ଘରୋଇ କରଣକୁ ବିରୋଧ କରିଛି ସଂଗଠନ । ସର୍ବ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ ବନ୍ଦ ଡାକରାକୁ ସମର୍ଥନ କରିଛି । ଫଳରେ ଆଜି ଓ ଆସନ୍ତାକାଲି ଦୁଇ ଦିନ ବ୍ୟାଙ୍କ ବନ୍ଦ ରହିବ । କୌଣସି ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି ।

Leave A Reply

Your email address will not be published.