Latest Odisha News

BREAKING NEWS

୨ରୁ୩ ମାସ ମଧ୍ୟରେ ଦୁର୍ବଳ ହୋଇପାରେ ଫାଇଜର ଓ ଆଷ୍ଟ୍ରାଜେନେକା ଟିକା ନେଇଥିବା ବ୍ୟକ୍ତିଙ୍କ ଆଣ୍ଟିବଡି

ନୂଆଦିଲ୍ଲୀ: ଦି ଲାନସେଟ୍ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ ଫାଇଜର ଏବଂ ଆଷ୍ଟ୍ରାଜେନେକା ଟିକା ନେଇଥିବା ବ୍ୟକ୍ତିଙ୍କ ଆଣ୍ଟିବଡି ସ୍ତର ୨ରୁ୩ ମାସ ମଧ୍ୟରେ ଦୁର୍ବଳ ହୋଇପାରେ। ୨ରୁ ୩ ମାସ ମଧ୍ୟରେ ଜଣେ ଫାଇଜର ଓ ଆଷ୍ଟ୍ରାଜେନେକା ଟିକା ନେଇଥିବା ବ୍ୟକ୍ତିଙ୍କଠାରେ ଆଣ୍ଟିବଡି ସ୍ତର ୫୦ ପ୍ରତିଶତରୁ ଅଧିକ ହ୍ରାସ ହୋଇପାରେ।

ବ୍ରିଟେନର ୟୁନିଭରସିଟି କଲେଜ ଲଣ୍ଡନ (UCL) ର ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ଯଦି ଏହି ହାରରେ ଆଣ୍ଟିବଡି ସ୍ତର ହ୍ରାସ ପାଇଥାଏ ତେବେ ନୂତନ ପ୍ରଜାତି ବିରୁଦ୍ଧରେ ଟିକାଗୁଡ଼ିକର ପ୍ରତିରକ୍ଷା ପ୍ରଭାବ ମଧ୍ୟ ନଷ୍ଟ ହେବାକୁ ଲାଗିବ। କିନ୍ତୁ ଏହା କେତେ ଶୀଘ୍ର ହୋଇପାରେ ତାହା ପୂର୍ବାନୁମାନ କରାଯାଇପାରିବ ନାହିଁ ବୋଲି ସେମାନେ କହିଛନ୍ତି।

ଅଧ୍ୟୟନରୁ ଏହା ମଧ୍ୟ ଜଣାପଡିଛି ଯେ ଭାରତରେ କୋଭିଶିଲ୍ଡ ଟିକାର ଦୁଇଟି ଡୋଜ ତୁଳନାରେ ଫାଇଜର ଟିକାର ଦୁଇ ଡୋଜ ପରେ ଆଣ୍ଟିବଡି ସ୍ତର ଯଥେଷ୍ଟ ଅଧିକ।

Comments are closed.