Latest Odisha News

ଜୁଲାଇରେ ଭାରତ ଆସିପାରେ ଏହି ୨ ବିଦେଶୀ ଟିକା

ନୂଆଦିଲ୍ଲୀ: ଆସନ୍ତା ଜୁଲାଇରେ ଭାରତ ଆସିପାରେ ଫାଇଜର ଏବଂ ମଡର୍ନା ଟିକା। ଆମେରିକାର ଟିକା ନିର୍ମାତା କମ୍ପାନୀ ଫାଇଜର ଏବଂ ମଡର୍ନା ଏ ନେଇ କେନ୍ଦ୍ର ସହ ଆଲୋଚନା କରୁଛନ୍ତି। ଭାରତରେ ବିଦେଶୀ ଟିକା ପ୍ରବେଶକୁ ନେଇ ଟିକା ନିର୍ମାତା ଏବଂ କେନ୍ଦ୍ର ମଧ୍ୟରେ ବିଚାର ଚାଲିଛି ବୋଲି କହିଛନ୍ତି ନୀତି ଆୟୋଗ ସଦସ୍ୟ (ସ୍ୱାସ୍ଥ୍ୟ) ଡ ଭି.କେ ପଲ୍‌।

ଦେଶରେ ଏହି ୨ ବିଧେଶୀ ଟିକାର ମଂଜୁରୀ ପାଇଁ ଆଲୋଚନା ଚାଲିଛି। ଜୁଲାରେ ଏହା ଭାରତ ଆସିପାରେ ବୋଲି ଆଶ କରାଯାଉଛି ବୋଲି କହିଛନ୍ତି ଡ. ପଲ୍‌।

ଏହାକୁ ନେଇ ସରକାରୀ ଅଧିକାରୀମାନେ କହିଛନ୍ତି ଯେ ଯଦି ଭାରତ ଫାଇଜର, ମର୍ଡନା ଏବଂ ଜେ ଆଣ୍ଡ ଜେ ସହିତ କ୍ରୟ କାରବାର କରେ ତେବେ ଟିକା ଯୋଗାଣ ବୃଦ୍ଧି ପାଇବ।

ତେବେ ଟିକା ପ୍ରତିକୂଳ ପ୍ରଭାବ ପକାଇଲେ ଏହାକୁ ଆଇନଗତ ଅସୁବିଧାରୁ ମୁକ୍ତ କରିବାକୁ ଫାଇଜର ଏବଂ ମର୍ଡନା ଏକ କ୍ଷତିପୂରଣ ବଣ୍ଡ୍‌ ମାଗିଛନ୍ତି।

Comments are closed.