Latest Odisha News

BREAKING NEWS

ବିଶ୍ୱବାସୀଙ୍କ ପାଇଁ ଆଉ ଏକ ଖୁସି ଖବର; କରୋନା ନୂଆ ଷ୍ଟ୍ରେନ୍ ବିରୋଧରେ ଫାଇଜର ଟିକା ମଧ୍ୟ ପ୍ରଭାବଶାଳୀ

ନ୍ୟୁୟର୍କ: ବ୍ରିଟେନ ଏବଂ ଦକ୍ଷିଣ ଆଫ୍ରିକାରେ ଦେଖାଦେଇଥିବା ନୂଆ କରୋନା ଷ୍ଟ୍ରେନ୍‌କୁ ନେଇ ଏକ ଆଶ୍ବସ୍ତିକର ଖବର ପ୍ରକାଶ ପାଇଛି। ଆମେରିକାର ଔଷଧ ନିର୍ମାତାଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ, ଫାଇଜର ଇନକର୍ ଏବଂ ବାୟୋନୋଟେକ୍ ଟିକା ଏହା ବିରୁଦ୍ଧରେ ପ୍ରଭାବଶାଳୀ ବୋଲି ଜଣାପଡିଛି। ଫାଇଜର ଏବଂ ଟେକ୍ସାସ ମେଡିକାଲ ଶାଖାର ବୈଜ୍ଞାନିକମାନଙ୍କ ଦ୍ବାରା କରାଯାଇଥିବା ଅଧ୍ୟୟନ ଅନୁଯାୟୀ, କରୋନା ଟିକା ଏହି ନୂଆ ଷ୍ଟ୍ରେନ୍‌ ଦୂର କରିବାରେ ପ୍ରଭାବଶାଳୀ ଅଟେ।

ଟିକା ଦିଆଯାଇଥିବା ଲୋକଙ୍କଠାରୁ ନିଆଯାଇଥିବା ରକ୍ତ ଉପରେ ଏହି ଅଧ୍ୟୟନ କରାଯାଇଥିଲା। ବିଶ୍ବବାସୀଙ୍କ ପାଇଁ ଏହା ଏକ ଉତ୍ସାହଜନକ ଖବର ବୋଲି ବୈଜ୍ଞାନିକମାନେ ଆଶା ବ୍ୟକ୍ତ କରିଛନ୍ତି। ଫାଇଜର୍‌ କମ୍ପାନୀ ଅନ୍ୟ ୧୫ଟି ମ୍ୟୁଟେସନ୍ ବିରୁଦ୍ଧରେ ପରୀକ୍ଷା କରିସାରିଛି। ଏଭଳି ପରିସ୍ଥିତିରେ ବର୍ତ୍ତମାନ ୧୬ଟି ଭିନ୍ନ ଭିନ୍ନ ପରିବର୍ତ୍ତନ ବିରୁଦ୍ଧରେ ଟିକା ପରୀକ୍ଷା କରାଯିବ।

Comments are closed.