Latest Odisha News

BREAKING NEWS

ନିର୍ମାଣ ହେବ ମିଷ୍ଟର ଇଣ୍ଡିଆ ରିମେକ୍‌, ଶ୍ରୀଦେବୀଙ୍କ ଭୂମିକାରେ କିଏ ?

ମୁମ୍ବାଇ: ତିନୋଟି ଭାଗରେ ନିର୍ମିତ ହେବ ଫିଲ୍ମ ମିଷ୍ଟର ଇଣ୍ଡିଆର ରିମେକ ଭର୍ସନ୍ । କିଛି ଏପରି ଘୋଷଣା କରି ଚର୍ଚ୍ଚାକୁ ଆସିଥିଲେ ନିର୍ଦ୍ଦେଶକ ଅବାସ୍ ଜାଫର । ସେବେଠୁ ଏହି ଫିଲ୍ମରେ କିଏ ଓ କେଉଁ ଭୂମିକାରେ ଅଭିନୟ କରିବେ, ସେ ନେଇ କଳ୍ପନାଜଳ୍ପନା ଜାରି ରହିଛି ।

ରିମେକ ଭର୍ସନରେ ଅନୀଲ କାପୁରଙ୍କର କୌଣସି ଭୂମିକା ନଥିବା ନିର୍ଦ୍ଦେଶକ ଅବାସ୍ ସ୍ପଷ୍ଟ କରିଛନ୍ତି । ଫିଲ୍ମଟି ସାଇନ୍ସ ଫିକ୍ସନ୍ ଥିମ ଓ ମେଗା ବଜେଟ୍‌ରେ ନିର୍ମାଣ ହେବ । ଏଭେଂଜର୍ସ ଭଳି ହଲିଉଡ ଫିଲ୍ମରେ ଥିବା ଚରିତ୍ରଙ୍କ ସହ ତାଳ ଦେଇ ଏଥିରେ ଷ୍ଟାରକାଷ୍ଟ ଚୟନ କରାଯିବ ।

ଫିଲ୍ମର ପ୍ରଯୋଜନା ଭାର ବୋନି କାପୁର ସମ୍ଭାଳୁଥିବାବେଳେ ତାଙ୍କ ଝିଅ ତଥା ଅଭିନେତ୍ରୀ ଜାହ୍ନବୀ କାପୁର ଅଭିନୟ କରିବା ନେଇ ଶୁଣିବାକୁ ମିଳିଛି । ଆଉ ତା ପୁଣି ଶ୍ରୀଦେବୀଙ୍କ ଭୂମିକାରେ । ଅନ୍ୟପଟେ ଅର୍ଜୁନ କାପୁରଙ୍କ ନାଁ ମଧ୍ୟ ସାମ୍ନାକୁ ଆସିଛି । ହେଲେ ସେ କେଉଁ ସମ୍ଭାବ୍ୟ ଭୂମିକାରେ ଅଭିନୟ କରିବେ, ସେ କୌଣସି ଖବର ସାମ୍ନାକୁ ଆସିନି ।

ଅନ୍ୟପଟେ ଫିଲ୍ମ ପାଇଁ ଷ୍ଟାରକାଷ୍ଟ ଚୟନ ହୋଇନଥିବା କହିଛନ୍ତି ନିର୍ଦ୍ଦେଶକ ଅବାସ୍ ଜାଫର । ହେଲେ ଜାହ୍ନବୀ କାପୁର କିନ୍ତୁ ଶ୍ରୀଦେବୀଙ୍କ ଭୂମିକାରେ ଅଭିନୟ କରିବା ନେଇ ସେ ଏକ ହାଲକା ସଙ୍କେତ ଦେଇଥିଲେ । ଏପରି ହେଲେ ପ୍ରଯୋଜକ ବୋନି କାପୁର ନିଶ୍ଚିତ ଭାବେ ଖୁସୀ ହେବେ ବୋଲି ନିର୍ଦ୍ଦେଶକ ଜାଫର୍ ଏକ ମାଗାଜିନକୁ ଇଣ୍ଟରଭ୍ୟୁରେ କହିଥିଲେ ।

Leave A Reply

Your email address will not be published.