ବ୍ରହ୍ମପୁର: ଗଞ୍ଜାମ ଜିଲା ଛତ୍ରପୁର ଠାରେ ରହିଥିବା ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ନୂତନ ଭାବରେ ୯ଟି ବିଭାଗର ପିଜି ପାଠ୍ୟକ୍ରମ ଖୋଲିବାକୁ ଖୋଲିବାକୁ ଅନୁମତି ମିଳିଛି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅନୁମତି ମିଳିଥିବା ବେଳେ ଏହାକୁ ନେଇ ଖୁସିର ମାହୋଲ ଦେଖାଯାଇଛି। ମହାବିଦ୍ୟାଳୟରେ ନୂତନ ଭାବରେ ଖୋଲାଯିବାକୁ ରହିଥିବା ବିଭାଗ ଗୁଡିକ ମଧ୍ୟରେ ବିଜ୍ଞାନ ବିଭାଗର ପାଞ୍ଚଟି ବିଭାଗ ଖୋଲାଯାଇଥିବା ବେଳେ ଏହି ସମସ୍ତ ବିଭାଗର ୧୬ ଲେଖାଏଁ ସିଟ୍ ରହିଛି। ବିଭାଗଗୁଡ଼ିକ ହେଲା ବଟନୀ, କେମେଷ୍ଟ୍ରି, ଫିଜିକ୍ସ, ଜୁଲୋଜି ଏବଂ ମେଥ୍। ସେହିପରି ବାଣିଜ୍ୟ ବିଭାଗର ପିଜି ଖୋଲିବା ୩୨ ସିଟ୍ ରହିଥିବା ବେଳେ କଳା ବିଭାଗରେ ଅର୍ଥନୀତି, ଇଂରାଜୀ ଏବଂ ରାଜନୀତି ବିଜ୍ଞାନ ବିଭାଗର ୩୨ ଲେଖାଏଁ ସିଟ୍ ଅନୁମତି ଦିଆଯାଇଛି। ପୂର୍ବରୁ ଇତିହାସ ବିଭାଗରେ ରହିଥିବା ୧୬ ସିଟ୍ କୁ ବୃଦ୍ଧି କରାଯାଇ ୩୨ ସିଟ୍ କରାଯାଇଥିବା ବେଳେ ଓଡ଼ିଆ ବିଭାଗରେ ରହିଥିବା ୮ ସିଟ୍କୁ ବୃଦ୍ଧି କରାଯାଇ ୩୨ ସିଟ୍ କରାଯାଇଛି। ଏଭଳି ୯ଟି ନୂତନ ପୋଷ୍ଟ ଗ୍ରାଜୁଅଟ୍ ବିଭାଗ ଖୋଲାଯିବାକୁ ଅନୁମତି ସହ ପୂର୍ବରୁ ରହିଥିବା ଦୁଇ ବିଭାଗର ସିଟ୍ ବୃଦ୍ଧି କରାଯିବାକୁ ଉଚ୍ଚ ଶିକ୍ଷା ଅନୁମତି ଦେଇଥିବା ନେଇ ଏହି ଅବସରରେ ମହାବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦର ସଭାପତି ବ୍ରଜ ମୋହନ ଆଚାର୍ଯ୍ୟ, ସଂପାଦକ ସମୀର ଆଚାର୍ଯ୍ୟ, ଆଇନଜୀବୀ ପି.ଧର୍ମା ରେଡି, ଜିଲା ପରିଷଦ ସଦସ୍ୟ ତଥା ଛତ୍ରପୁର ବ୍ଳକର ପୂର୍ବତନ ଅଧ୍ୟକ୍ଷ ଏମ୍. ଧନଞ୍ଜୟ ରେଡି, ବିଜୁ ଛାତ୍ର ଜନତା ଦଳର ଗଞ୍ଜାମ ଜିଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡା,ଏଲ୍.ଗୋପି, ଛାତ୍ର ସଂସଦର ପ୍ରଥମ ସଭାପତି ଦେବେନ୍ଦ୍ର ନାଥ ସାହୁ, ସନ୍ତୋଷ କୁମାର ମିଶ୍ର, ହିମାଂଶୁ ଯାଦବଙ୍କ ସମେତ ବହୁ ପୁରାତନ ଛାତ୍ର ସଂସଦର କର୍ମକର୍ତ୍ତା ମାନେ ସ୍ବାଗତ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୁଜାରୀ ଏବଂ ବିଭାଗୀୟ ସଚିବ ଓ ବରିଷ୍ଠ ଅଧିକାରୀ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପୂର୍ବରୁ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ନୂତନ ପି.ଜି ବିଭାଗ ଖୋଲିବାକୁ ଦାବୀ କରାଯାଇଥିଲା ।
BREAKING NEWS
- ଆସନ୍ତା ୩ ଦିନ ଯାଏଁ ଭିଜିବ ଓଡ଼ିଶା; ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
- ନିର୍ବାଚନକୁ ନେଇ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା, ୯ ଅଟକ
- ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ; ଅରବିନ୍ଦ ମହାନ୍ତିଙ୍କୁ ଗିରଫ କଲା ଭିଜିଲାନ୍ସ
- SIR ବିରୋଧରେ ଦିଲ୍ଲୀରେ ବିରୋଧୀଙ୍କ ବଡ଼ ମାର୍ଚ୍ଚ; ରାହୁଲ-ପ୍ରିୟଙ୍କାଙ୍କ ସମେତ ଅନେକ ନେତା ଅଟକ, CECଙ୍କ ଇସ୍ତଫା ଦାବି
- ନାଇଜେରିଆରେ ବିମାନ ଦୁର୍ଘଟଣାଗ୍ରସ୍ତ, ଚାଲିଗଲା ୩୨ ଜୀବନ
- Asian Games 2026: ଝିଅ ଦେଖାଇଲେ ଦମ୍…୮୫ ପଦକ ପରେ ବି ଭାରତ ଆଗରେ ବଡ଼ ଚ୍ୟାଲେଞ୍ଜ! ପୂର୍ବ ଅପେକ୍ଷା କମିଲା ସଂଖ୍ୟା, ‘ସ୍ୱର୍ଣ୍ଣ’ରେ କାହିଁକି ପଛରେ ପଡ଼ିଲା ଭାରତ?
- Modi Cabinet: ବିଦା ହେବେ କି ୨ କେନ୍ଦ୍ରମନ୍ତ୍ରୀ? ରାଜ୍ୟସଭା ଲିଷ୍ଟରୁ ନାଁ ଗାଏବ! ମୋଦୀ କ୍ୟାବିନେଟରେ ବଡ଼ ପରିବର୍ତ୍ତନ ଆଭାସ!
- SCB ମେଡିକାଲରେ ହାଇଡ୍ରାମା; ପାଣିଟାଙ୍କିରୁ ଡେଇଁ ପଡ଼ିଲେ ଯୁବକ
- Gold Coin for Brides: ନବଜାତ ଶିଶୁଙ୍କୁ ସୁନାମୁଦି ପରେ ଏବେ ନୂଆ ବୋହୂଙ୍କୁ ସୁନା! ମୁଖ୍ୟମନ୍ତ୍ରୀ ହେବା ପରେ ଥାଲାପତି ବିଜୟଙ୍କ ଆଉ ଏକ ଚର୍ଚ୍ଚିତ ଯୋଜନା
- ୧୩୦ ବର୍ଷ ଇତିହାସରେ ପୁରୀରେ ଦ୍ୱିତୀୟ ସର୍ବୋଚ୍ଚ ତାପମାତ୍ରା

Comments are closed.