Latest Odisha News

BREAKING NEWS

ଆଜିଠୁ ରାଜସ୍ଥାନ ବିଧାନସଭା ଅଧିବେଶନ, ବିଜେପି ଆଣିବ ଅନାସ୍ଥା ପ୍ରସ୍ତାବ

ଜୟପୁର: ଆଜିଠୁ ରାଜସ୍ଥାନରେ ଆରମ୍ଭ ହେଉଛି ବିଧାନସଭା ଅଧିବେଶନ । ତାପୂର୍ବରୁ ଘର ସଜାଡିକ ସାରିଛି କଂଗ୍ରେସ । ଏକ ହୋଇଛନ୍ତି ସଚିନ୍ ପାଇଲଟ୍ ଓ ଅଶୋକ ଗେହଲଟ କ୍ୟାମ୍ପ । ଆଜି କଂଗ୍ରେସ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ ବିଜେପି ।

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ବିଧାନସଭାରେ ଆସ୍ଥା ପ୍ରସ୍ତାବ ଆଣିବେ ବୋଲି କହିଛନ୍ତି । ଆଜିଠୁ ବିଧାନସଭା ଅଧିବେଶନ ଆରମ୍ଭ ହେଉଥିବାରୁ ଦୁଇ ଦଳ ମୁହାଁମୁହିଁ ହୋଇପାରନ୍ତି ।

ଗତକାଲି ଗେହଲଟ କହିଥିଲେ, ଅତୀତରେ କଣ ହୋଇଥିଲା ସେକଥା ଭୁଲି ଆଗକୁ ବଢ଼ିବା ଦରକାର । ପୂର୍ବରୁ ୧୯ ବିଧାୟକଙ୍କୁ ଛାଡ଼ି ସଂଖ୍ୟା ଗରିଷ୍ଠାତର ପ୍ରମାଣ ଦେବାକୁ ପଡ଼ି ଆଥାନ୍ତା । ଏବେ ସବୁ କିଛି ଠିକଠାକ୍ ଅଛି ।

୨୦୦ ଆସନ ବିଶିଷ୍ଟ ରାଜସ୍ଥାନ ବିଧାନସଭାରେ ବହୁମତ ସାବ୍ୟସ୍ତ ପାଇଁ ମ୍ୟାଜିକ୍ ନମ୍ୱର ରହିଛି ୧୦୧ । ପୂର୍ବରୁ ପାଇଲଟ ଗ୍ୟାଙ୍ଗର ଅସନ୍ତୋଷ ସମର୍ଥନ ଜୁଟାଇବା କଂଗ୍ରେସ ପାଇଁ ଅଡୁଆ ସୃଷ୍ଟି କରିଥିଲା । ଏବେ କଂଗ୍ରେସ ହାତରେ ୧୦୭ ବିଧାୟକଙ୍କ ସମେତ ୧୨୫ ଜଣଙ୍କର ସମର୍ଥନ ରହିଛି । ବିଜେପି ପାଖରେ ୭୫ ବିଧାୟକଙ୍କ ସମର୍ଥନ ରହିଛି ।

Leave A Reply

Your email address will not be published.