Latest Odisha News

BREAKING NEWS

ପିଏଚଡି ପ୍ରାପ୍ତ ଷ୍ଟ୍ରିଟ୍ ଫୁଡ୍ ବିକ୍ରେତାଙ୍କ ପ୍ରଶଂସା କଲେ ଆନନ୍ଦ ମହିନ୍ଦ୍ରା, ଜାଣନ୍ତୁ… 

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଭାଇରାଲ ହେଉଛନ୍ତି ଚେନ୍ନାଇର ଜଣେ ଷ୍ଟ୍ରିଟ୍ ଫୁଡ୍ ବିକ୍ରେତା। ଯାହାଙ୍କ ପ୍ରଶଂସା କରିବାକୁ ପଛାଇନାହାନ୍ତି ଖୋଦ୍ ଆନନ୍ଦ ମହିନ୍ଦ୍ରା।

ବିଦେଶୀ ପର୍ଯ୍ୟଟକ ତଥା ବ୍ଲଗର ଖ୍ରୀଷ୍ଟୋଫର ଲୁଇସ୍ ଚେନ୍ନାଇ ଗସ୍ତ ସମୟରେ ଆସିଥିବା ବେଳେ ତରୁଲ ରିଆନଙ୍କ ଖାଦ୍ୟ ଷ୍ଟଲରେ ଖାଇଥିଲେ। ତାଙ୍କ ସହ ବାର୍ତ୍ତାଳାପକୁ ରେକର୍ଡ ମଧ୍ଯ କରିଥିଲେ, ଯାହାକୁ ସୋସିଆଲ ମିଡିଆରେ ଖୁବ୍ ସେୟାର କରାଯାଇଥିଲା।

ରିୟାନ ପ୍ରସ୍ତୁତ କରିଥିବା ଚିକେନ୍ 65 ଏବଂ ଚିକେନ୍ କଟଲେଟ୍ ଲୁଇସଙ୍କୁ ପସନ୍ଦ ଆସିଥିଲା। ପରେ ଦୁହେଁ ବାର୍ତ୍ତାଳାପ ମଧ୍ଯ କରିଥିଲେ। ରିୟାନଙ୍କ କାହାଣୀ ଶୁଣି ଚକିତ ହୋଇପଡିଥିଲେ ଲୁଇସ୍।

ପରବର୍ତ୍ତୀ ସମୟରେ ଜଣାପଡିଥିଲା ଯେ ରିୟାନ ପିଏଚଡି କରିଛନ୍ତି। ବାୟୋଟେକ୍ନୋଲୋଜିରେ ଡକ୍ଟରେଟ୍ ଡିଗ୍ରୀ ହାସଲ କରିଥିବା ରିଆନ୍ ଚେନ୍ନାଇରେ ନିଜର ଫୁଡ୍ କାର୍ଟ ଚଳାଉଛନ୍ତି। ସେ ପ୍ରାୟ ୧୩ ବର୍ଷ ପୂର୍ବେ ଏହି କାମ କରିବା ଆରମ୍ଭ କରିଥିଲେ। କାମ କରିବା ସହ ସେ ପାଠପଢା ମଧ୍ଯ ଜାରି ରଖିଥିଲେ। ଭାଇରାଲ ହେଉଥିବା ଭିଡିଓରେ ରିୟାନ୍ ଖାଦ୍ୟ ବିଷୟରେ ଆଲୋଚନା କରିବା ସଙ୍ଗେ ସଙ୍ଗେ ଅନଲାଇନରେ ନିଜର ଥେସିସ ମଧ୍ଯ ଦେଖାଇଥିଲେ। ସେ କହିଥିଲେ ‘ମୋର ନାମ, ଗୁଗୁଲ୍ କରନ୍ତୁ। ଆପଣଙ୍କୁ ମୋର ଥେସିସ୍ ଅନଲାଇନ ମିଳିଯିବ।

ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଚେନ୍ନାଇର ଜଣେ ପିଏଚଡି ଧାରୀ ଖାଦ୍ୟ ବିକ୍ରେତାଙ୍କ ପାଇଁ ଏକ ପୋଷ୍ଟ କରିଛନ୍ତି, ଅବିଶ୍ୱସନୀୟ | ଅନନ୍ୟ | ଭାରତୀୟ।

ତେବେ ଏହି ଭିଡିଓ ସେପ୍ଟେମ୍ବରରେ ଏକ ଆମେରିକୀୟ ବ୍ଲଗରଙ୍କ ଦ୍ୱାରା ଶେୟାର କରାଯାଇଥିଲା। ଯାହା ଖୁବ୍ ଭାଇରାଲ ହେଉଛି।

Leave A Reply

Your email address will not be published.