ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଭକ୍ତ ବତ୍ସଳତା ସର୍ବ ଜନବିଦିତ। ଏହା ମଧ୍ୟ ସ୍ପଷ୍ଟ ଯେ ଭକ୍ତର ନିଟୋଲ ଭକ୍ତି ଛଡା ଭଗବାନ (ଶ୍ରୀଜଗନ୍ନାଥ )ଅନ୍ୟ କିଛି ଚାହାନ୍ତିନି। ହଁ ଯଦି ଭକ୍ତିର ପ୍ରକୃତ ସ୍ୱରୂପକୁ କେହି ବୁଝି ନପାରେ, ତେଵେ ସମ୍ପୂର୍ଣ୍ଣ ଶରଣାଗତି ହିଁ ତା’ପାଇଁ ଏକ ମାତ୍ର ଉପାୟ। କାରଣ ଶାସ୍ତ୍ର ଭକ୍ତର ଅନେକ ଲକ୍ଷଣ ଓ ଭକ୍ତିର ଆନେକ ପ୍ରକାର ଭେଦ (ନବଦା ଭକ୍ତି ) ବର୍ଣ୍ଣନା ଦେଇଛି । ଏସବୁ ବିଚାର କରି ଜଣେ ଭକ୍ତ ହେବା କଠିନ ହୋଇପାରେ, କିନ୍ତୁ ପ୍ରଭୁଙ୍କୁ (ଶ୍ରୀଜଗନ୍ନାଥଙ୍କୁ )ନିଜର ଅତ୍ୟନ୍ତ ଆପଣାର ଭାବି, ତାଙ୍କରି ଶରଣରେ ରହିବା କଷ୍ଟକର ନୁହେଁ।
ସମସ୍ତ ସଂସାରିକ ଐଶ୍ୱର୍ଯ୍ୟ ଭିତରେ ରହି ମଧ୍ୟ ଏସବୁ ମୋର ନୁହେଁ, ଏହା ସେହି ଭଗବାନଙ୍କ ଦାନ। କାରଣ ସେହି ଭଗବାନ (ଶ୍ରୀଜଗନ୍ନାଥ )ହିଁ ମୋ ପାଇଁ ସବୁ ଐଶ୍ୱର୍ଯ୍ୟ ଏହା ବିବେଚନା କରିବା ସହଜ ହୁଏ.। ଶାସ୍ତ୍ର କହେ -ଭଗବାନ ଏବ ଭଗ ଅସ୍ତୁ ।” ସବୁ ଐଶ୍ୱର୍ଯ୍ୟର ମୂଳ ଭଗବାନ ବା ସବୁ ଐଶ୍ୱର୍ଯ୍ୟ (ଧନ, ଜନ, ମାନ, ପ୍ରତିଷ୍ଠା, ଇତ୍ୟାଦି )ର ଅଧିକାରୀ ମୁଁ (ଜୀବସତ୍ତା )ହେଲେ ମଧ୍ୟ ଏହାର ଦାତା ସ୍ୱୟଂ ଭଗବାନ (ଶ୍ରୀଜଗନ୍ନାଥ ) ।
ତେଣୁ ତାଙ୍କରି ପାଖରେ ନିଜକୁ ସମର୍ପଣ କରି ଅବା ଶରଣ ନେଲେ, ସେ ମଧ୍ୟ ଆପଣକୁ ଆପଣେଇ ନେବେ। ସାରା ବିଶ୍ୱର କର୍ତ୍ତା ଯଦି ଆପଣକୁ ଶରଣ ଦେବେ, ତେବେ କୌଣସି ଐଶ୍ୱର୍ଯ୍ୟ କ’ଣ ଅପହଞ୍ଚ ହେବ ! ଅବଶ୍ୟ ଐଶ୍ୱର୍ଯ୍ୟ ପ୍ରାପ୍ତିର ପରିମାଣ ଆପଣଙ୍କ ପୁଞ୍ଜିଭୂତ ପୁଣ୍ୟ କର୍ମ ଅନୁସାରେ ହେବ.। ଏହା ପାରବ୍ଧ ହେଉ, ଅବା ଏହି ଜନ୍ମର ହେଉ। ସେଥିପାଇଁ କୁହାଯାଇଛି ତୁମେ ଯେଉଁ ସ୍ତରରେ ଥାଅ ନା କାହିଁକି, ଅର୍ଥାତ ତୁମର ଜାତି, ବର୍ଣ୍ଣ , ଧର୍ମ, ସମ୍ପ୍ରଦାୟ, ଆର୍ଥିକ ସ୍ଥିତି, ସାମାଜିକ ସ୍ଥିତି ଇତ୍ୟାଦି କିଛି ବି କୌଣସି ପ୍ରଭାବ ରଖିବନି, ଯଦି ତୁମର କର୍ମ ନିର୍ମଳ ଓ ଆଚରଣ ଶୁଦ୍ଧ ହୋଇଥିବ।
“ଅନ୍ତକାଳେଚ ମାମେବ ସ୍ମରନମୁକ୍ତ୍ୱ କଳେବରମ., ଯ ପ୍ରାୟତି ସ ମଭାବଂ ଯlତିନାସ୍ତ୍ୟତ୍ର ସଂଶୟଃ.
ଯଂ ଯଂ ବାପି ସ୍ମରନ ଭାବଂ ତ୍ୟଜତ୍ୟନ୍ତେ କଳେବରମ, ତଂ ତମେବୈତି କୌନ୍ତେୟ ସଦା ତଦଭାବ ଭାବିତଃ. (ଗୀତା ୮ /୫’୬ )।”
ଅର୍ଥାତ ଅନ୍ତ କାଳରେ ହେଉ ପଛେ ଯେଉଁ ବ୍ୟକ୍ତି ଅନ୍ତତଃ ମୋତେ ସ୍ମରଣ କରି ଦେହ ତ୍ୟାଗ କରନ୍ତି, ସେ ମୋର ସାକ୍ଷାତ ଭାବ ପାଆନ୍ତି ଏଥିରେ ସନ୍ଦେହ ନାହିଁ। ଅନ୍ତ କାଳରେ ମୋତେ ଯିଏ ଯେଉଁ ଭାବରେ ସ୍ମରଣ କରନ୍ତି, ମୁଁ (ଶ୍ରୀଜଗନ୍ନାଥ )ତାଙ୍କୁ ସେହି ଭାବରେ ହିଁ ପ୍ରାପ୍ତ ହୁଏ। ଟିକିଏ ସରଳରେ କହିଲେ ଭଗବାନ କାହାରି ପାପ ବା ପୁଣ୍ୟକୁ ନିଅନ୍ତି ନାହିଁ ବରଂ ସମସ୍ତଙ୍କୁ ସେମାନଙ୍କ କର୍ମ ଅନୁସାରେ ଫଳ ଦିଅନ୍ତି। ତେଣୁ ଶାସ୍ତ୍ର କହେ — “ନ ଦେହେ କସ୍ୟଚିତ୍ ପାପ ନ ଚୈବ ସୁକୃତଂ ବିଭୁ ।”
ତେବେ ଆଉ ଡେରି କାହିଁକି ଆସନ୍ତୁ ପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ଶରଣ ନେବା। ଆଉ ଗାଇବା :
“ସହସ୍ର ମୁଖରେ, ସହସ୍ର ନେତ୍ରରେ ଅନାଇ ରହିଛ ତୁମ୍ଭ ସନ୍ତାନେ,
ଦୀନ ଅସହାୟ ବୋଲି ମୁଁ ନିଜକୁ ଭାବିବି କିମ୍ପା ଅକାରଣେ ।” (ଦ. ତ୍ରୀ. ଉବାଚ )
ଜୟ ଜଗନ୍ନାଥ
Comments are closed.