Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୩୮

BjdElectrycity

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ଓ ମର୍ଯ୍ୟାଦା ପୁରୁଷ ଶ୍ରୀରାମ, ଜଣେ ଅବତାରୀ ଓ ଜଣେ ଅବତାର । ଅବଶ୍ୟ ଅନେକ କ୍ଷେତ୍ରରେ ଅବତାରୀ ଓ ଅବତାର ଉଭୟଙ୍କୁ ସମାନ କରାଯାଇଛି । ଏହା ଆତ୍ମା ପରମାତ୍ମା ତତ୍ତ୍ୱ ଅନୁସାରେ ପ୍ରମାଣିତ ମଧ୍ୟ । ସେ ଗୂଢ଼ ତତ୍ତ୍ୱର ଆଲୋଚନା ନକରି ଆମେ ବାଲ୍ମୀକି ରାମାୟଣକୁ ଅନୁଧ୍ୟାନ କଲେ ଏଥିରେ ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କୁ ସ୍ୱୟଂ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ଭାବେ ଅଭିହିତ କରାଯାଇଛି । ଏକ ସୁନ୍ଦର କାହାଣୀର ଅବତାରଣା କରି ଏହାର ସତ୍ୟତା ପ୍ରମାଣ କରାଯାଇଛି । ଯଥା ଶ୍ରୀରାମ ଯେତେବେଳେ ମହାପ୍ରୟାଣ ଉଦ୍ଦେଶ୍ୟରେ ସରଯୁ ନଦୀ ତଟରେ ଉପସ୍ଥିତ, ସେତେବେଳେ ପରମ ଭକ୍ତ ହନୁମାନ ଓ ସେବକ ବିଭୀଷଣ ତାଙ୍କ ପାଖରେ ପାର୍ଥନା କରନ୍ତି ” ହେ ପ୍ରଭୂ ଆପଣ ଆମକୁ ଛାଡି ଚାଲିଗଲେ ଆମେ କାହାଙ୍କୁ ଉପାସନା କରିବୁ ? ଏହାର ଉତ୍ତରରେ ପ୍ରଭୂ ଶ୍ରୀରାମ କହୁଛନ୍ତି, “ଆରାଧୟ ଜଗନ୍ନାଥ ମିକ୍ଷ୍ବlକୁ କୁଳଦୈବତଂ, ଆରାଧନୀୟ ଶଃ ସାକ୍ଷାତ ଇନ୍ଦ୍ରlଦି ଦୈଵତୈ ସହ ।”
ଲଙ୍କାକାଣ୍ଡ )ଅର୍ଥାତ ସୂର୍ଯ୍ୟବଂଶୀ ରାଜାଙ୍କ ଦ୍ୱାରା ପ୍ରତିଷ୍ଠିତ ଓ ଇନ୍ଦ୍ରାଦି ଦେବତାଙ୍କ ଦ୍ୱାରା ପୂଜିତ ଶ୍ରୀଜଗନ୍ନାଥଙ୍କୁ ଉପାସନା ଓ ଦର୍ଶନ କରି, ମୋତେ ଦର୍ଶନ କରିବାର ଫଳ ଲାଭ ହେବ । ଏହି କଥାର ଉପଯୁକ୍ତ ପ୍ରମାଣ ଭାବରେ ବିଭୀଷଣ ମହାରାଜ ପ୍ରତ୍ୟହ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରୁଥିବାର ନିଦର୍ଶନ ସ୍ୱରୂପ ଛତିଶା ନିଯୋଗ ନାୟକ ପଟଯୋଶୀଙ୍କ ଗୃହରେ ସ୍ୱୟଂ ବିଭୀଷଣଙ୍କ ପ୍ରଦତ୍ତ କଙ୍କଣ ଆଜି ବି ପୂଜିତ ହେଉଛନ୍ତି । ଅନ୍ୟ ଶାସ୍ତ୍ର ମଧ୍ୟରେ : “ନୀଳାଦ୍ରି ଅର୍ଚ୍ଚନ ଚନ୍ଦ୍ରିକା ” ଗ୍ରନ୍ଥ କହେ
” ଜଗନ୍ନାଥଂ ମହାବାହୁଂ ପ୍ରତ୍ୟକ୍ଷ ରଘୁନନ୍ଦନଂ, ସୌମିତ୍ରୀଂ ବଳଦେବେଞ୍ଚ ଭଦ୍ରାଂ ମୈଥିଳି ମେବଚ ।”

ସେହିପରି ସନ୍ଥ ତୁଳସୀ ଶ୍ରୀଜଗନ୍ନାଥଙ୍କ ବିଗ୍ରହରେ ଶ୍ରୀରାମଙ୍କ ଦର୍ଶନ କରି ଗାଇ ଥିଲେ : “ଦକ୍ଷିଣେ ଲକ୍ଷ୍ମଣ ଯସ୍ୟ ବାମେ ଚ ଜନକାତ୍ମଜା, ପୂରତୋମାରୁତିଯର୍ସ୍ୟ ତଂ ବନ୍ଦେ ରଘୁନନ୍ଦନମ୍ ।” ତେଣୁ ମର୍ଯ୍ୟାଦା ପୁରୁଷ ଶ୍ରୀରାମ ଅବତାର ହୋଇ ମଧ୍ୟ ସ୍ୱୟଂ ଅବତାରୀ ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସ୍ୱରୂପ ଏଥିରେ ସନ୍ଦେହ ନାହିଁ ପବିତ୍ର ରlମନବମୀ ଅବସରରେ ଶ୍ରୀମନ୍ଦିରରେ ଏକ ବିଶେଷ ଉତ୍ସବରେ ଶ୍ରୀରାମଙ୍କ ଜନ୍ମ ଉତ୍ସବ ପାଳନ ସହ ଶ୍ରୀଜଗନ୍ନାଥଙ୍କ ପାଖରେ ଏକ ବିଶେଷ ବନ୍ଦାପନା ହୁଏ । ଏହା ଗର୍ଭ ଉଦକ ବନ୍ଦାପନା ଭାବରେ ପରିଚିତ । ଏହା ମା କୌଶଲ୍ୟାଙ୍କ ଗର୍ଭବେଦନା ଲାଘବ ପାଇଁ ଉଦ୍ଦିଷ୍ଟ । ସବୁ ସେ ଲୀଳାମୟଙ୍କ ଲୀଳା ତେଣୁ ଆସନ୍ତୁ କରିବା ଆରାଧନା ଓ ଭାଗବତ ପଠନ

ଏ ତତ୍ତ୍ୱ ଜ୍ଞାନ ପୁରାତନ
ଜଗତ ଉତ୍ପତି କାରଣ ।
ଜନ୍ମ ମରଣ ଏ ଜଗତେ
ଦୁଃଖ ସନ୍ତୋଷ ଆଦି ଯେତେ ।
ଆଦ୍ୟନ୍ତ ମଧ୍ୟ ପରିମାଣି
ଏ ସର୍ବ ମିଥ୍ୟା ବୋଲି ଜାଣି ।
ଯାହାକୁ ଆଦି ମଧ୍ୟ ଅନ୍ତେ
ବିନାଶ ନଦେଖି ଜଗତେ ।
ସେ ସତ୍ୟ ଜ୍ଞାନ ତତ୍ତ୍ୱ ଜାଣ
ଅଧିକ ମିଥ୍ୟା ପରିମାଣ ଲଲ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.