Latest Odisha News

ମାର୍ଚ୍ଚ ୧୦-ଏପ୍ରିଲ ୧୦: ମାସକ ଭିତରେ ବଦଳିଗଲା ଦୁଇ ବନ୍ଧୁଙ୍କ ରାଜନୀତିକ ଭବିଷ୍ୟତ

ଓଡ଼ିଶା ସମ୍ବାଦ ବ୍ୟୁରୋ: କ୍ରିକେଟରରୁ ରାଜନେତା ଅନେକ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ପାକିସ୍ତାନର ଇମ୍ରାନ ଖାନ୍ ଏବଂ ଭାରତର ନବଜୋତ ସିଂହ ସିଦ୍ଧୁ ଅନ୍ୟତମ । ଭାରତ ପାକିସ୍ତାନ ମଧ୍ୟରେ ଶତ୍ରୁତା ଚରମସୀମାରେ ଥିବା ବେଳେ ଏହି ଦୁଇ ନେତା କିନ୍ତୁ ପରସ୍ପରର ବନ୍ଧୁତା ଭୁଲିନଥିଲେ। ଗତବର୍ଷ ନଭେମ୍ବର ୨୦, ୨୦୨୧ରେ ଉଭୟ ସିଦ୍ଧୁ ଏବଂ ଇମ୍ରାନ ଖାନ ପରସ୍ପରକୁ ଭେଟିଥିଲେ। କରତାପୁର କରିଡର ଖୋଲିବା ଅବସରରେ ଉଭୟ ନେତା ପରସ୍ପରକୁ ଭେଟିଥିଲେ। ଏହି ସମୟରେ ସିଦ୍ଧୁ କହିଥିଲେ ଇମ୍ରାନ ଖାନ ତାଙ୍କ ପାଇଁ ଜଣେ ବଡ ଭାଇ ଭଳି । ସେତେବେଳେ ପଞ୍ଜାବରେ କଂଗ୍ରେସ ସରକାରରେ ଥିଲା । ସିଦ୍ଧୁ ମନ୍ତ୍ରୀ ନଥିଲେବି ବେଶ ପ୍ରଭାବଶାଳୀ ଥିଲେ। ଉଭୟ କ୍ଷମତା ତଥା ଶାସକ ଦଳରେ ଥିଲେ।

ଏବେ କିନ୍ତୁ ବଦଳିଯାଇଛି ଦୁଇ ନେତାଙ୍କ ରାଜନୀତିକ ପ୍ରଭାବ । ମାର୍ଚ୍ଚ ୧୦ରେ ପଞ୍ଜାବ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିଲାା । ସିଦ୍ଧୁ ନିର୍ବାଚନରେ ହାରିଥିଲେ । ସେ ଦଳର ରାଜ୍ୟ ସଭାପତି ଥିଲେ । ତାଙ୍କ ନେତୃତ୍ୱରେ କଂଗ୍ରେସ ନିର୍ବାଚନର ଲଢିଥିଲା। ଦଳ କିନ୍ତୁ ପଞ୍ଜାବରେ ସବୁଠୁ ଖରାପ ପ୍ରଦର୍ଶନ କରିଥିଲା। ଏବେ ସେ ପିସିସି ସଭାପଚତି ପଦ ମଧ୍ୟ ହରାଇଛନ୍ତି। ଏବେ ଠିକ୍ ମାସ ପରେ ଅର୍ଥାତ୍ ଏପ୍ରିଲ ୧୦ରେ ଇମ୍ରାନ ଖାନ୍ ପାକିସ୍ତାନ ପ୍ରଧାନମନ୍ତ୍ରୀ ପଦରୁ କ୍ଷମତାଚ୍ୟୁତ ହୋଇଛନ୍ତି। ଇମ୍ରାନଙ୍କ ବିରୋଧରେ ଦୁର୍ନୀତି ସହିତ ଦେଶର ଦରଦାମକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ବିରୋଧୀ ଅଭିଯୋଗ ଆଣିଥିଲେ। ପରେ ଛଅ ରାଜନୀତିକ ଦଳ ଏକାଠି ହେଇ ଇମ୍ରାନଙ୍କୁ ଗାଦିଚ୍ୟୁତ କରାଇଛନ୍ତି।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଥିଲେ । ଏହି ସମୟରେ ସିଦ୍ଧୁ ଅନେକ କିଛି ଇମ୍ରାନଙ୍କୁ ଶେୟାର କରିଥିବା ଅଭିଯୋଗ ରହିଛି । ପଞ୍ଚାବ ମୁଖ୍ୟମନ୍ତ୍ରୀ ପଦରୁ ଅମରିନ୍ଦର ସିଂହ ଇସ୍ତଫା ଦେବା ପରେ ସେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ। ଏହି ସମୟରେ ସିଦ୍ଧୁଙ୍କ ପାକିସ୍ତାନ ଲିଙ୍କ ବାବଦରେ ଅମରିନ୍ଦର ଗୃହମନ୍ତ୍ରୀ ଅମିତ ଶାହଙ୍କୁ କହିଥିବା ସୂଚନା ରହିଛି।

ପୂର୍ବତନ ଟେଷ୍ଟ କ୍ରିକେଟର ଇମ୍ରାନ ଖାନ ନିଜର ରାଜନୈତିକ ଅଭିଳାଷକୁ ସାକାର କରିବା ପାଇଁ ୧୯୯୬ରେ ପାକିସ୍ତାନ ତେହରିକ-ଇ-ଇନସାଫ ବା ପାକିସ୍ତାନ ମୁଭମେଣ୍ଟ ଫର ଜଷ୍ଟିସ ନାମକ ଏକ ସଂଗଠନର ଶୁଭାରମ୍ଭ କରିଥିଲେ।

ସିଦ୍ଧୁ ୧୯୯୯ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ, ୨୦୦୪ରେ ସେ ଅମୃତସରରୁ ଭାରତୀୟ ଜନତା ପାର୍ଟି ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ପରେ ୨୦୦୯ରେ ସେ ସମାନ ଆସନରୁ ବିଜୟୀ ହୋଇଥିଲେ। କିନ୍ତୁ ୨୦୧୪ରେ ଅମୃତସର ଲୋକସଭା ନିର୍ବାଚନ ମଣ୍ଡଳୀରୁ ସିଦ୍ଧୁଙ୍କ ବଦଳରେ ଅରୁଣ ଜେଟଲୀଙ୍କୁ ଟିକେଟ ଦିଆଯାଇଥିଲା । ଏହାପରେ ସିଦ୍ଧୁ ବିଜେପି ଛାଡି କଂଗ୍ରେସରେ ସାମିଲ ହୋଇଥିଲେ।

Leave A Reply

Your email address will not be published.