Latest Odisha News

Plastic Note: ଆସିବ କି ପ୍ଲାଷ୍ଟିକ ନୋଟ୍, ଜାଣନ୍ତୁ କଣ କହିଲା RBI

ନୂଆଦିଲ୍ଲୀ: RBI ଜୁନ୍ ୩୦, ୨୦୨୬ ସୁଦ୍ଧା କାଗଜ ଟଙ୍କା ପ୍ରତ୍ୟାହାର କରି ପ୍ଲାଷ୍ଟିକ୍ ନୋଟ୍ ଆଣିବାକୁ ଯୋଜନା କରୁଛି। ଏ ସମ୍ପର୍କିତ ଖବରକୁ ବୁଧବାର ଦିନ PIB ଫ୍ୟାକ୍ଟ ଚେକ୍ ଖଣ୍ଡନ କରିଛି।

X ରେ ଏକ ପୋଷ୍ଟରେ, ଫ୍ୟାକ୍ଟ ଚେକ୍ ୟୁନିଟ୍ ଦାବିଗୁଡ଼ିକୁ “ମିଥ୍ୟା” ବୋଲି କହିଛି। RBI କୁ ଉଦ୍ଧୃତ କରି PIB ସ୍ପଷ୍ଟ କରିଛି ଯେ ଜୁନ୍ ୩୦, ୨୦୨୬ ସୁଦ୍ଧା କାଗଜ ଟଙ୍କା ପ୍ରତ୍ୟାହାର କିମ୍ବା ପ୍ଲାଷ୍ଟିକ୍ ନୋଟ୍ ସହିତ ବଦଳାଇବାର କୌଣସି ଯୋଜନା ନାହିଁ। ଏନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରାଯାଇଛି।

ଫ୍ୟାକ୍ଟ ଚେକ୍ ୟୁନିଟ୍ ଦ୍ୱାରା ପୋଷ୍ଟ କରାଯାଇଥିବା ଭିଡିଓରେ ₹100, ₹20, ₹50 ଏବଂ ₹10 ଟଙ୍କାର ନୋଟ୍ ଦେଖାଯାଉଛି। ଯେଉଁଥିରେ ଏକ ହିନ୍ଦୀ କ୍ୟାପସନ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ ପରି ଦେଖାଯାଉଛି।PIB କହିଛି ଯେ ଭିଡିଓଟି “ଡିଜିଟାଲ୍ ଭାବେ ପରିବର୍ତ୍ତନ କରାଯାଇଛି”।

Comments are closed.