Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୩୪

BjdElectrycity

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅନନ୍ୟ ଭକ୍ତ ଗରୁଡ଼ ମହାରାଜ ସର୍ବଦା ଶ୍ରୀବିଷ୍ଣୁଙ୍କୁ ପିଠିରେ ଧାରଣ କରି ଦେବତାମାନଙ୍କର ମଧ୍ୟ ପୂଜ୍ୟ ହୋଇଛନ୍ତି। ତେଣୁ ଦେବତାମାନେ ମଧ୍ୟ ଗରୁଡ଼ଙ୍କ ସ୍ତୁତି କରନ୍ତି।

“ଖଗେଶ୍ୱର ଶରଣମୁପାଗତାବୟଂ
ମହୌଜସଂ ଜ୍ୱଳନ ସମାନ ବଚସ୍ରମ ।”
ତଡିତପ୍ରଭଂ ବିତିମିର ମଭ୍ରଗୋଚରଂ
ମହାବଳଂ ଗରୁଡ଼ମୁପେତ୍ୟ ଖେଚରମ। “

ଅର୍ଥାତ ଆପଣ ସମସ୍ତ ପକ୍ଷୀ ଏବଂ ଜୀବଙ୍କର ଈଶ୍ୱର, ଆପଣଙ୍କ ତେଜ ମହାନ।କାରଣ ଆପଣ ଅଗ୍ନିଙ୍କ ପରି ତେଜସ୍ୱୀ, ଆପଣ ବିଦ୍ୟୁତ ପରି ଜଜ୍ଜୁଲ୍ୟମାନ। ଆପଣ ମେଘ ପରି ସାରା ଆକାଶରେ ସ୍ଵଛନ୍ଦରେ ବିଚରଣ କରିପାରନ୍ତି। ଆପଣ ଅତ୍ୟନ୍ତ ପରାକ୍ରମି ହୋଇଥିବାରୁ, ଶ୍ରୀଜଗନ୍ନାଥଙ୍କ ଭକ୍ତମାନେ ଆପଣକୁ ସ୍ୱତନ୍ତ୍ର ମନ୍ତ୍ରରେ ଉପାସନା କରନ୍ତି।

ଅଗ୍ନି ପୁରାଣରେ ଏହି ମନ୍ତ୍ର ହେଲା ‘କଂ ଟଂ ପଂ ଶଂ ବୈନତେୟାୟ ନମଃ। ” କେବଳ ଗରୁଡ଼ ସ୍ତମ୍ଭରେ ବିରାଜିତ ଗରୁଡ଼ ମହାରାଜଙ୍କୁ ନୁହେଁ, ଶ୍ରୀମନ୍ଦିର ଉତ୍ତର ଦ୍ୱାରରେ ଦାରୁଘର ନିକଟରେ ବିରାଜିତ ଗରୁଡ଼ ମୂର୍ତ୍ତିଙ୍କୁ ମଧ୍ୟ ଗରୁଡ଼ ଗାୟତ୍ରୀ ମନ୍ତ୍ରରେ ଉପାସନା କରାଯାଏ। ଯଥା “ଗରୁଡାୟ ବିଦ୍ମହେ, ବିଷ୍ଣୁବାହାନାୟ ଧୀମହୀ, ତନ୍ନୋ ତ୍ରାକ୍ଷ୍ୟ ପ୍ରଚୋଦୟlତ। ” କଥିତ ଅଛି ଏହି ମନ୍ତ୍ର ଉଚ୍ଚାରଣ କରି ଗରୁଡ଼ ମହାରାଜଙ୍କ ସ୍ନାନ ଜଳ ପାନ କଲେ ଅସାଧ୍ୟ ରୋଗ ଦୂର ହୁଏ। ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଊଛି ସର୍ପ ବିଷ ନାଶ, ଭୂତ ପ୍ରେତ ଭୟ ଦୂର ହୁଏ। ଆଗାମୀ ଅଧ୍ୟlୟରେ ଗରୁଡ଼ ମହାରାଜଙ୍କ ଦୈନିକ ପୂଜା ବିଧି ଓ ସ୍ୱତନ୍ତ୍ର ପୂଜବିଧି ବିଷୟରେ ଆଲୋଚନା କରିବା। ବର୍ତ୍ତମାନ ଆରାଧନାରେ ଭାଗବତ ପାଠ।

ଯେ ସନ୍ୟାସୀ ତତ୍ତ୍ୱ ଜ୍ଞାନେ
ଚିତ୍ତ ନିବେଶି ଶୁଦ୍ଧ ମନେ ।
ମୋର ଚରଣ ଦୃଢ଼େ ଧରି
ଯୋଗ ସାଧିବ ତପ କରି ।
* * * ,*
କେବଳ ଦାସ ଭାବେ ମତି
ଚରଣେ ଶରଣ ମୁଁ ନିତି ।
ପରମ ଗତି ମୁକ୍ତି ଯେହୁ
ତା ବିନୁ ଅନ୍ୟ ଆଶ୍ରା କାହୁଁ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
୨୩୪

Leave A Reply

Your email address will not be published.