Latest Odisha News

ଆଜିଠୁ ୧୮ରୁ ୫୯ ବର୍ଗଙ୍କୁ ମାଗଣା ବୁଷ୍ଟର ଡୋଜ୍

ଭୁବନେଶ୍ବର: ରାଜ୍ୟରେ ଆଜିଠାରୁ ୧୮ରୁ ୫୯ ବର୍ଷ ବୟସ୍କଙ୍କୁ ମାଗଣାରେ ବୁଷ୍ଟର ଡୋଜ୍‌ ଦିଆଯିବ। ଟିକାକରଣକୁ ବ୍ୟାପକ କରିବା ପାଇଁ ଇଞ୍ଜିନିୟରିଂ ମହାବିଦ୍ୟାଳୟ, ଉଚ୍ଚଶିକ୍ଷାନୁଷ୍ଠାନ ଏବଂ ଛାତ୍ରାବାସଗୁଡ଼ିକର ଛାତ୍ରଛାତ୍ରୀଙ୍କୁ ଟିକା ଦିଆଯିବ।

ଭୁବନେଶ୍ବରରେ କ୍ୟାପିଟାଲ ହସପିଟାଲ, ବିଏମସି ହସପିଟାଲ, ୟୁନିଟ 4 ୟୁସିଏଚସି , ପଟିଆ ୟୁସିଏଚସି, ଡୁମଡୁମା ୟୁଚିଏଚସି, ୟୁନିଟ୍ 8 ୟୁପିଏଚସି, ଆଇଆରସି ଭିଲେଜ ୟୁପିଏଚସି, ଘାଟିକିଆ ୟୁପିଏଚସି, ଭୁବନେଶ୍ବର ଏମସ୍, ସହିଦନଗର ୟୁପିଏଚସି, ସାମନ୍ତରାପୁର ୟୁପିଏଚସି, କଳ୍ପନା ୟୁପିଏଚସିରେ ମାଗଣା ଟିକା ନେଇପାରିବେ ।

ସହରାଞ୍ଚଳଗୁଡ଼ିକରେ ସଂକ୍ରମଣ ସଂଖ୍ୟା ବଢ଼ୁଥିବାରୁ ଟିକାକରଣ ଉପରେ ଗୁରୁତ୍ୱାରୋପ କରାଯିବ । ଦୈନିକ କରୋନା ପରୀକ୍ଷା ବଢ଼ାଇବା ସହ ୨୪ ଘଣ୍ଟିଆ କଲ୍ ସେଣ୍ଟରକୁ କାର୍ଯ୍ୟକ୍ଷମ କରିବା ଏବଂ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ । ଅଫଲାଇନ ଓ ଅନଲାଇନ ମାଧ୍ୟମରେ ବୁଷ୍ଟର ଡୋଜ୍‌ ଦିଆଯିବା ବ୍ୟବସ୍ଥା କରାଯାଇଛି। ଦ୍ବିତୀୟ ଟିକା ପରେ ବୁଷ୍ଟର ଡୋଜ ନେବାର ୬ମାସ ସମୟ ହୋଇଥିଲେ ହିତାଧିକାରୀ ଟିକାକରଣ କେନ୍ଦ୍ରକୁ ଯାଇ ମାଗଣାରେ ବୁଷ୍ଟର ନେଇପାରିବେ। କୌଣସି ହିତାଧିକାରୀ ଅନଲାଇନରେ ବୁକ କରିବାକୁ ଚାହିଁଲେ ୱେବସାଇଟକୁ ଯାଇ ସ୍ଲଟ ବୁକିଂ କରିପାରିବେ।

Leave A Reply

Your email address will not be published.