ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୩୯
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ ।
ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ପୁରୁଷୋତ୍ତମ କ୍ଷେତ୍ରରେ “ମୁକ୍ତି ମଣ୍ଡପ “ର ଏକ ସ୍ୱତନ୍ତ୍ର ପରିଚୟ ଅଛି। ଯେପରି କାଶୀ ବିଶ୍ୱନାଥଙ୍କ ମନ୍ଦିରରେ “ଦେବସଭା ମଣ୍ଡପ “ଦକ୍ଷ ବ୍ରlହ୍ମଣମାନଙ୍କୁ ଏକତ୍ରିତ କରି ସନାତନ ଧର୍ମଧାରାକୁ ଚିରକାଳ ଉଜ୍ଜୀବିତ ରଖିବା ଦିଗରେ ସତତ ଚେଷ୍ଠିତ। ସେହିପରି ଆମ ଶ୍ରୀମନ୍ଦିରରେ “ମୁକ୍ତି ମଣ୍ଡପ ବ୍ରlହ୍ମଣ ସଭା “ଧର୍ମ ରକ୍ଷା ସହ, ବିଭିନ୍ନ ଧର୍ମ ସଙ୍କଟ ସମୟରେ ସଠିକ ପରାମର୍ଶ ଦେଇଥାନ୍ତି। ଏହା ଛଡା ପର୍ବ ପର୍ବାଣୀ, ଦେବାଦେବୀଙ୍କ ରୀତିନୀତି ବିଷୟରେ ସମସ୍ତ ନିର୍ଣ୍ଣୟ ଏହି ମୁକ୍ତି ମଣ୍ଡପରେ ନିର୍ଦ୍ଦାରଣ ହୁଏ। ଏହି ସଭାର ଅନୁମତି ନେଇ ନୂତନ ପଞ୍ଜିକା ପ୍ରସ୍ତୁତ ହୁଏ। ଅବଶ୍ୟ ଆମ ଓଡ଼ିଶାରେ କପିଳାସର ଶ୍ରୀ ଚନ୍ଦ୍ରଶେଖର ମନ୍ଦିରରେ, ଯାଜପୁରର ବିରଜା ମନ୍ଦିରରେ, ଜଗତସିଂହପୁରର ଶlରଳା ମନ୍ଦିରରେ ଓ ବ୍ରହ୍ମପୁରର ମା ତାରାତାରିଣୀ ମନ୍ଦିରରେ ଏଭଳି ବ୍ରlହ୍ମଣ ସଭା ରହି ଉପରୋକ୍ତ କାର୍ଯ୍ୟଗୁଡିକ ସ୍ୱାଧୀନ ଭାବରେ କରିଥାନ୍ତି ।
ଫଳରେ ଓଡ଼ିଶାରେ ବିଭିନ୍ନ ପ୍ରକାର ପଞ୍ଜିକାର ପ୍ରଚଳନ ଦେଖିବାକୁ ମିଳେ ଭାରତବର୍ଷ ଏକ ଆଧ୍ୟାତ୍ମିକ ଚେତନଶୀଳ ରାଷ୍ଟ୍ର ହିସାବରେ ନିଜର ସ୍ୱତନ୍ତ୍ରତା ବଜାୟ ରଖିବା ପାଇଁ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଚାରି ଦିଗରେ ଚାରିଧାମ ପ୍ରତିଷ୍ଠା କରିଥିଲେ । କାରଣ ସନାତନ ଧର୍ମର ଚାରି ବେଦ ସ୍ୱରୂପ, ଦକ୍ଷିଣରେ ଯଜ୍ଜୁବେଦ ସ୍ୱରୂପ ରାମନାଥ, ଉତ୍ତରରେ ଅଥର୍ବ ବେଦ ସ୍ୱରୂପ ବଦ୍ରୀନାଥ, ପଶ୍ଚିମରେ ସାମବେଦ ସ୍ୱରୂପ ଦ୍ଵାରକାନାଥ ଓ ପୂର୍ବରେ ଋକବେଦ ସ୍ୱରୂପ ସ୍ୱୟଂ ଜଗନ୍ନାଥଙ୍କ ଉପସ୍ଥିତି ଧର୍ମ ଧାରାକୁ ଅଖଣ୍ଡ ରଖିଛି ଓ ଉଦ୍ଧାତ କଣ୍ଠରେ ଗାଉଛି “ସୁଖଂ ବlଞ୍ଛତି ସର୍ବୋହି ତଛ ଧର୍ମାତ ସମୁଦଭବମ, ତସ୍ମାତ ଧର୍ମ ସଦା କାର୍ଯ୍ୟ ସର୍ବବ6ର୍ଣ୍ଣ ପ୍ରଯତ୍ନତଃ । ଅର୍ଥାତ ସମସ୍ତେ ସୁଖ କାମନା କରୁଥିବା ବେଳେ,” ସୁଖ “ଧର୍ମ ଆଚରଣ ରୁ ହିଁ ମିଳିଥାଏ। ଆଉ ସେହି ଧର୍ମ ଆଚାରଣର ପ୍ରକୃତ ଧାରା ବା ମାର୍ଗ ପଦର୍ଶନ କରିବା ହିଁ ଏହି ବ୍ରହ୍ମସଭା ଗଠନର ମୂଳ ଉଦ୍ଦେଶ୍ୟ । ଆଗରୁ କହିବା ପ୍ରକାରେ ବ୍ରହ୍ମl ଙ୍କ ଦ୍ୱାରା ହୋଇଥିବା ପ୍ରତିଷ୍ଠା ଯଜ୍ଞର ସମସ୍ତ ଭସ୍ମକୁ ଗର୍ଭରେ ଧାରଣ କରି ନିର୍ମିତ୍ତ ପ୍ରଥମ ମଣ୍ଡପରେ,ବର୍ତ୍ତମାନ ଦୃଶ୍ୟମାନ ଷୋଡଶ ସ୍ତମ୍ଭ କିମ୍ବା ଛାତ ନଥିଲା। ସେଥିପାଇଁ ମୁକ୍ତ ଆକାଶ ତଳେ ନିର୍ମିତ୍ତ ମଣ୍ଡପକୁ ମୁକ୍ତ ମଣ୍ଡପ କହୁ କହୁ, ଏହା ପରେ ମୁକ୍ତି ମଣ୍ଡପ ନାମ ଧାରଣ କରିଛି।
ତେଣୁ ଭକ୍ତ ବଳରାମ ଦାସ ତାଙ୍କ ରଚିତ ଗ୍ରନ୍ଥ ବେଦାନ୍ତ ସାର ଗୁପ୍ତ ଗୀତା ରେ ଲେଖିଲେ
“ରୁଦ୍ର ଅଂଶରେ ଗଜପତି
ପ୍ରତାପରୁଦ୍ର ସେ ନୃପତି ।
ତାହାର ସପ୍ତଦଶ ଅଙ୍କ
ମକର ମାସ ଶୁକ୍ଳ ପକ୍ଷ ।
ଶ୍ରୀ ଏକାଦଶୀ ଗୁରୁବାର
ମୁକତ ମଣ୍ଡପ ମଧ୍ୟର ।
ବିପ୍ର ଯେ ଜପ ସ୍ତୁତି ସାରି
ବସିଲେ ବେଦାନ୍ତ ବିଚାରି ।”
ଏଥିରୁ ସ୍ପଷ୍ଟ ହେଲା ଯେ ମୁକ୍ତି ମଣ୍ଡପରେ ବ୍ରlହ୍ମଣସଭା ହେଉଥିଲା ଏବଂ ଶାସ୍ତ୍ର ଆଲୋଚନା ମାଧ୍ୟମରେ ସମସ୍ତ ନୀତି ରୀତି ନିର୍ଧାରଣ ହେଉଥିଲା। ଆଗାମୀ ଅଧ୍ୟାୟରେ ଏହାର ବିସ୍ତୃତ ଆଲୋଚନା କରିବା। ବର୍ତ୍ତମାନ ଆରାଧନାରେ ଭାଗବତ ପାଠ
ଶୁଦ୍ଧ ଅଶୁଦ୍ଧ ଏହିରୂପେ
ବିଚାର କରି ବେଦ କଳ୍ପେ ।
ଗ୍ରହଣ ରବି ଚନ୍ଦ୍ର ଯେବେ
ସ୍ନାନେ ପବିତ୍ର ହୋନ୍ତି ତେବେ ।
* * * * *
ସୂର୍ଯ୍ୟ କିରଣେ ଦ୍ରବ୍ୟ ତିନି
ପଵିତ୍ର ଅସ୍ଥି ଚର୍ମ ଭୂମି ।
ଧାତୁ ବିକାର ରସ ଦ୍ରବ୍ୟ
ଅନଳେ ପଵିତ୍ର ଏ ସର୍ବ ।
ଜଳ ସିଞ୍ଚନେ ଭୂମି ପଥ
ତକ୍ଷଣେ ହୁଅଇ ପବିତ୍ର ।
ଜୟ ଜଗନ୍ନାଥ (ଦ. ତ୍ରୀ. ଉବାଚ )
Comments are closed.