Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୪୧

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ମହିମା ଗାନ ଅବସରରେ ଆମେ ପିଣ୍ଡ -ବ୍ରହ୍ମlଣ୍ଡ ତତ୍ତ୍ୱକୁ ଭିତ୍ତି କରି “ଗଜ ନିସ୍ତାରଣ “ବିଷୟ ଆଲୋଚନା କରିବା ଜାରି ରଖିଛେ। ପ୍ରଥମ ପର୍ଯାୟରେ ଗଜ ଓ କୁମ୍ଭୀରଙ୍କ ପରିଚୟ ପାଇଛେ ଏବେ “ବୈଶାଖ ବୈଷ୍ଣବୀ ମାସରେ ।

ମନରେ ବୈରାଗ୍ୟ ପ୍ରସରେ
ସେଦିନ ତିଥି ଏକାଦଶୀ
ମୌନ ବ୍ରତ ପୂର୍ଣ୍ଣ ଆସି
ଛପନ କୋଟି ଏକ ବ୍ରହ୍ମ
ବିକାର ତେଜି ହେଲା ସମ
ଜୁଆର ପ୍ରବଳ ହୋଇଲା
ଧର୍ମ ବଳ ପ୍ରବଳ ହେଲା
ଆବର କହୁଅଛି ଶୁଣ
ଯଦୁ ନନ୍ଦନ ବାର ଜଣ
ମନକୁ ଇନ୍ଦ୍ରିୟ ଧଇଲା
ଅଜ୍ଞlନ ଜଳେ ବୁଡାଇଲା
ମନ ଚିନ୍ତିଲା ନାରାୟଣ
ଅମନେ ମନକୁ ନେଇଣ

କବି ଅନନ୍ତ ଚରଣ ଦାସଙ୍କ “ଭାଗବତ ତତ୍ତ୍ୱ ପରମାର୍ଥ “ରେ ଗଜ ନିସ୍ତାରଣ ବିଷୟର ଏହି କିଛି ଅଂଶ ପାଠ କଲେ ଜଣାଯାଏ । ମନରୁପି ହସ୍ତି ବା ଗଜକୁ ଇନ୍ଦ୍ରିୟ ରୂପୀ କୁମ୍ଭୀର ଏ ସଂସାର ରୂପକ ଅଗାଧ ଜଳରେ ଧରି ନେଇଛି। ଏହା ଘଟିଛି ଏକ ପବିତ୍ର ଏକାଦଶୀ ତିଥିରେ। ବୈଶାଖ ମାସରେ, ଏଥିରୁ ନିସ୍ତାର ପାଇବା ପାଇଁ ମନ ନାରାୟଣ ଚିନ୍ତା କରୁଛି। କିପରି ଅମନରେ ମନକୁ ନେଇ ଗଜ ରୂପୀ ମନ। ପ୍ରଭୁଙ୍କର ଚିନ୍ତାରେ ଅଛି ତାହା ଆଗାମୀ ଚର୍ଚ୍ଚା ସମୟରେ ଜାଣିବା। ଏବେ ଦେଖିବା ଭାଗବତ ବର୍ଣ୍ଣନା :

Leave A Reply

Your email address will not be published.