Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୫୮

 

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଭାବ ଭକ୍ତି ଡୋରିରେ ବାନ୍ଧିବାକୁ ଭକ୍ତିସାଧନା କରିବା ବିଧେୟ। ଏହି ଭକ୍ତି ସାଧନାର ମାର୍ଗ କଣ ତାହା ନିଶ୍ଚୟ ଆଲୋଚନା କରିବା। କିନ୍ତୁ ପ୍ରଥମେ ନିଜକୁ ଓ ନିଜର ଭକ୍ତି ଭାବନାକୁ ଶ୍ରୀଜଗନ୍ନାଥଙ୍କ ପାଦ ପଦ୍ମରେ ସମ୍ପୂର୍ଣ୍ଣ ସମର୍ପିତ କରିବା। କାରଣ ଭକ୍ତି ବା ଯାଜନ ଆରମ୍ଭ କରିସାରି ତାହାକୁ ଅର୍ପଣ କଲେ, ତାହା କର୍ମଅର୍ପଣ ଭାବରେ ବିବେଚିତ ହୁଏ। ଶୁଦ୍ଧ ଭକ୍ତି ଅର୍ପଣ ହୁଏ ନାହିଁ, ଶ୍ରୀଧର ସ୍ୱାମୀଙ୍କ ଭାଷାରେ – “ସା ଚାପ୍ରିତୈବ ସତୀ ଯଦି କ୍ରିୟେତ, ନ ତୁ କୃତ୍ଵା ସତୀ ପଶ୍ଚାଦର୍ପେତି, ତଦୁତ୍ତମଦ୍ଧିତଂ ମନ୍ୟେ । “

ଏବେ ଆସନ୍ତୁ ଭକ୍ତି ସାଧନାର ବିଧାନ କଥା ଚିନ୍ତା କରିବା। ଶ୍ରୀମଦ ଭାଗବତରେ ନବଧା ଭକ୍ତି କଥା ବର୍ଣିତ ହୋଇଛି, କିନ୍ତୁ ଆଜି ଆମେ ଏଗାର ପ୍ରକାର ଭକ୍ତି ସାଧନର କଥା ଜାଣିବା “ଗୁଣମାହାତ୍ମ୍ଆସକ୍ତି, ରୂପlସକ୍ତି, ସଖ୍ୟସକ୍ତି, ପୂଜlସକ୍ତି, ସ୍ମରଣସକ୍ତି, ଦlସ୍ୟାସକ୍ତି, କାନ୍ତାସକ୍ତି, ବାତ୍ସଲ୍ୟସକ୍ତ୍ୟlତ୍ମ୍ୟ ନିବେଦନାସକ୍ତି, ତନ୍ମୟାସକ୍ତି, ପରମବିରହlସକ୍ତି ରୁପା ଏକଧାପ୍ୟେକାଦଶୋ ଭବନ୍ତି ।” (ନାରଦୀୟ ଭକ୍ତିସୂତ୍ରମ ) ଅର୍ଥାତ ପ୍ରଭୁଙ୍କର ଗୁଣ ମାହାତ୍ମ୍ୟ, ରୂପ, ପୂଜା, ଦାସ୍ୟ, ସଖ୍ୟ,ସ୍ମରଣ, କାନ୍ତଭାବ (ନିଜକୁ ପ୍ରଭୁଙ୍କର କାନ୍ତା ଭାବେ ବିବେଚନା କରିବା ), ବାତ୍ସଲ୍ୟ ଭାବ, ଆତ୍ମନିବେଦନ, ତନ୍ମୟଭାବ, ବିରହ ଭାବ ପ୍ରକାଶ,ଏହି ଏଗାର ପ୍ରକାର ଭକ୍ତି ସାଧନା ମଧ୍ୟରେ ପ୍ରଭୁଙ୍କର ସ୍ମରଣ ନିତି ପ୍ରତି କରିବା ସବୁଠାରୁ ଉତ୍କୃଷ୍ଟ। କାରଣ ଭଗବାନ ନିଜେ କହିଛନ୍ତି ।

“ମୋର ସ୍ମରଣ ଯାର ଚିତ୍ତେ,
ତାଦେହେ ଥାଏ ମୁଁ ନିରତେ ।”

ଆସନ୍ତୁ ତେଵେ ଆରାଧ୍ୟ ଶ୍ରୀଜଗନ୍ନାଥ ଙ୍କୁ ସ୍ମରଣ କରି କରିବା ଆରାଧନା —

“କୋଟି ବ୍ରହ୍ମlଣ୍ଡ ପ୍ରଭୁ ଜଗନ୍ନାଥ,
କରନ୍ତି ପୂର୍ଣ୍ଣ ପ୍ରାଣୀ ମନୋରଥ ।”

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.