Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୭୮

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ଅବସ୍ଥିତ ଦକ୍ଷିଣ ଘର ନାମରୁ ଏହାର ଅବସ୍ଥିତି ବିଷୟରେ ଜାଣି ହେଉଛି। ମୁଖ୍ୟ ମନ୍ଦିରର ଦକ୍ଷିଣ ପାର୍ଶ୍ଵରେ ପ୍ଲଟ ନମ୍ବର ୨୪ରେ ଏହି ଘରଟି, ଏହାର ନାମ କରଣ ହୋଇଛି ଦକ୍ଷିଣ ଘର ଶ୍ରୀମନ୍ଦିର ଜଗମୋହନରୁ ବାହାରକୁ ଯିବା ପାଇଁ ମୁକ୍ତି ମଣ୍ଡପ ଦିଗରେ ଅଛି ଧୁକୁଡି ଦ୍ୱାର । ଏହି ଦ୍ୱାରର ଡାହାଣ ପଟେ ଅର୍ଥାତ ପଶ୍ଚିମକୁ ରହିଛି ଦକ୍ଷିଣ ଘର, ବା ମଦନମୋହନ ମନ୍ଦିର। ଏହାକୁ ମଧ୍ୟ ଦେବ ବିଶ୍ରାମ ମନ୍ଦିର ଭାବରେ ବର୍ଣନା କରାଯାଏ। ମହାଜନ ସେବକମାନେ ଏହି ଦକ୍ଷିଣ ଘରେ ଅବସ୍ଥାନ କରୁଥିବା ଠାକୁରମାନଙ୍କ ସେବା ପୂଜାର ଅଧିକାରୀ ଅଟନ୍ତି। ପୁଷ୍ପାଳକ ସେବକମାନେ ମଧ୍ୟ ଏଠାରେ ସେବା କରିଥାନ୍ତି ।

ଦୈନିକ ମହାପ୍ରଭୁମାନଙ୍କ ମଧ୍ୟାନ୍ନଭୋଗ ପରେ ଦେଉଳି ଭୋଗରୁ କିଛି ଭୋଗ ଆସି ଦକ୍ଷିଣ ଘରେ ଥିବା ଠାକୁରମାନଙ୍କୁ ଭୋଗ ଲଗାଯାଏ। ମହାଜନ ସେବକମାନେ ଦକ୍ଷିଣ ଘରେ ସେବା ଓ ବଲ୍ଳଭ ଭୋଗ ଇତ୍ୟାଦି କାର୍ଯ୍ୟ କରିବା ସହ ବିଭିନ୍ନ ଯାନିଯାତ୍ରାରେ ଚଳନ୍ତି ପ୍ରତିମାମାନଙ୍କୁ ବିଜେ କରାଇଥାନ୍ତି। ବିମାନରେ ବିଜେ କରାଇବା ପରେ ବିମାନବଡୁ ସେବକମାନଙ୍କ ସହ ପ୍ରଭା ଧାରଣ କରି ଯାଇଥାନ୍ତି। ଏହି ମହାଜନ ସେବକମାନେ ଶ୍ରୀରାମ ନବମୀରେ ଦଶରଥ ଓ କୌଶଲ୍ୟା, ଶ୍ରୀକୃଷ୍ଣ ଜନ୍ମରେ ବସୁଦେବ ଓ ଦେବକୀ ତଥା ନନ୍ଦ ଓ ଯଶୋଧା, ଆଉ ବାମନ ଜନ୍ମ ସମୟରେ କଶ୍ୟପ ଓ ଅଦିତି ଭୂମିକାରେ ଅବତୀର୍ଣ୍ଣ ହୋଇଥାନ୍ତି। ସେବକଙ୍କ ଭୂମିକା ଯେତିକି ଗୁରୁତ୍ୱ ପୂର୍ଣ୍ଣ, ଦକ୍ଷିଣ ଘରେ ବିଜେ ଶ୍ରୀ ମଦନମୋହନ ଓ ଶ୍ରୀ ରାମକୃଷ୍ଣଙ୍କ ଭୂମିକା ମଧ୍ୟ ସେତିକି ତାତ୍ପର୍ଯ୍ୟ ପୂର୍ଣ୍ଣ। ଆଗାମୀ ଅଧ୍ୟୟନରେ ତାହା ଆଲୋଚନା କରିବା ବର୍ତ୍ତମାନ ଆରାଧନା ଓ ଭାଗବତ ପଠନର ସମୟ

“ଯା ଯଶ ଗାଇ ମୁନି ଗଣେ
ସୁଖେ ତରନ୍ତି ଭବବଣେ ।
ସେ ହରି ବ୍ରହ୍ମlଣ୍ଡ ଭିତରେ
ଲୀଳା ସରାଗେ ଅବତରେ ।
ବିଶ୍ୱ ଉତ୍ପତି ସ୍ଥିତି ନାଶ
କି ରୂପେ କର ତା ପ୍ରକାଶ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

 

Comments are closed.