Latest Odisha News

BREAKING NEWS

କୌଣସି ବରଦାନଠାରୁ କମ ନୁହେଁ ‘ଖଜୁରୀ ସେବନ’

ଖାଦ୍ୟ, ପାନୀୟରେ ଭୁଲ ଏବଂ ଅସାବଧାନତା ହେତୁ ଆଜି ସମସ୍ତେ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଶରୀରରେ ବିଭିନ୍ନ ପ୍ରକାର ରୋଗ ମଧ୍ୟ ଦେଖିବାକୁ ମିଳୁଛି । ସୁସ୍ଥ ରହିବା ସୁରକ୍ଷିତ ରହିବାକୁ ସମସ୍ତେ ଇଚ୍ଛା କରନ୍ତି । ଆଉ ଏଥିଲାଗି ଲୋକେ ବିଭିନ୍ନ ପ୍ରକାର ପ୍ରୟାସ ମଧ୍ୟ କରନ୍ତି । ଲୋକେ ଫିଟ୍ ଆଣ୍ଡ ହେଲଦି ରହିବା ଲାଗି ସକାଳୁ ଖାଲି ପେଟରେ ଗରମ ପାଣି, ଜିରା ଟି, ଲେମ୍ବୁ-ମହୁ ମିଶ୍ରିତ ପାଣି ପିଅନ୍ତି । କିନ୍ତୁ ଆପଣ ଜାଣନ୍ତିକି ଖଜୁରୀ ସେବନ କୌଣସି ବରଦାନଠାରୁ କମ ନୁହେଁ ।

ବ୍ୟସ୍ତବହୁଳତା ଭିତରେ ଆସ୍ତେ ଆସ୍ତେ ଆମ ଜୀବନଶୈଳ ବଦଳି ଯାଉଛି । ଯେଉଁଥିପାଇଁ ଶରୀରରେ ଥକ୍କାପଣ ଭଳି ବିଭିନ୍ନ ସମସ୍ୟା ଦେଖାଦେଉଛି । କିନ୍ତୁ ଆପଣ ଯଦି ନିଜ ଖାଦ୍ୟ, ପାନୀୟ ଠିକ୍ ରଖନ୍ତି ତେବେ ଆପଣ ଫିଟ୍ ଏବଂ ହେଲଦି ରହିବେ । ସୁସ୍ଥ ରହିଵା ପାଁଇ ଖଜୁରୀ ସେବନ ନିତାନ୍ତ ଆବଶ୍ୟକ ଅଟେ । ଏହା ଶରୀରକୁ ସୁସ୍ଥ ରଖିଥାଏ । ଖଜୁରୀ ସେବନରେ ଅନେକ ଲାଭ ମିଳିଥାଏ ।

କ୍ୟାଲୋରୀ, ଫାଇବର, ପ୍ରୋଟିନ୍, ପୋଟାସିୟମ ଏବଂ କପର ପରି ପୋଷକ ତତ୍ତ୍ୱ ମିଳିଥାଏ । ଖଜୁରୀରେ ଅନେକ ଆଇରନ ଓ ମିନେରାଲସ ରହିଥାଏ । ଏହାସହ ଆମିନୋଏସିଡ ପେରୋକ୍ସାଇଡ ପ୍ରଚୁର ମାତ୍ରାରେ ରହିଥାଏ । ଏଥିରେ ଭିଟାମିନ ବି 1 , ଭିଟାମିନ ବି 3, ଭିଟାମିନ ବି 5 ଓ ଭିଟାମିନ ସି ରହିଥାଏ । ଖଜୁରୀ ନିୟମିତ 2-3 ଗୋଟି ଖାଇବା ଦ୍ୱାରା ବେଶ ଲାଭକାରୀ ହେଇଥାଏ ।

ଖଜୁରୀ ଆଣ୍ଟିଅକ୍ସିଡାଣ୍ଟରେ ଭରପୁର ଅଟେ । ଯାହା ଆଲଜାଇମର, କର୍କଟ ଭଳି ରୋଗକୁ ରୋକିବାରେ ସାହାଯ୍ୟ କରିଥାଏ । ଖଜୁରୀ ହଜମ ପ୍ରକ୍ରିୟାକୁ ବୃଦ୍ଧି କରିଥାଏ । ଏହା ସହିତ କୋଷ୍ଠକାଠିନ୍ୟର ଚିକିତ୍ସା କରିବାରେ ସାହାଯ୍ୟ କରିଥାଏ । ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ଖଜୁରୀ । ଖଜୁରୀ ସେବନ ଦ୍ୱାରା କଫ ବିକୃତ ନଷ୍ଟ ହୋଇଥାଏ । ଖଜୁରୀକୁ ରାତିରେ ପାଣିରେ ଭିଜାଇ ରଖି ଏହାକୁ ସକାଳେ ଖାଲି ପେଟରେ ଖାଇପାରିବେ । ଅପରାହ୍ନର ସାଲାଡରେ ଆପଣ ଖଜୁରୀକୁ ମିଶାଇ ଖାଇପାରିବେ ।

Leave A Reply

Your email address will not be published.