ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢାରେ ଥିବା ଆଉ ଏକ ପ୍ରସିଦ୍ଧ ଗଣେଶଙ୍କ ମନ୍ଦିର ନିକଟରେ ଆମେ ପହଞ୍ଚି ଗଲେଣି। ଠିକ ଶ୍ରୀସାକ୍ଷୀଗୋପାଳଙ୍କ ମନ୍ଦିର ପାର୍ଶ୍ଵରେ କୂର୍ମ ପ୍ରାଚୀରର ପଶ୍ଚିମକୁ ବିରାଜମାନ କରିଛନ୍ତି “କାଞ୍ଚି ଗଣେଶ ଶ୍ରୀମନ୍ଦିର ସତ୍ୱଲିପି ଅନୁସାରେ ପ୍ଲଟ ନମ୍ବର ୬୫ ରେ ଏହି ମନ୍ଦିର ଅବସ୍ଥିତ କାଞ୍ଚି ଗଣେଶ ନାମରୁ ଅନୁମାନ କରି ହୁଏ ଯେ ପ୍ରସିଦ୍ଧ କାଞ୍ଚି ଅଭିଯାନ ଘଟଣା ସହ ଏହି ଗଣେଶଙ୍କ ସମ୍ପର୍କ ଅଛି। ସେଥିପାଇଁ ତ ୟାଙ୍କର ଅନ୍ୟ ନାମ କାଞ୍ଚି ବିଜୟ ଗଣେଶ ମଧ୍ୟ ଅଟେ।
ଆହୁରି ଅନେକ ବିଚିତ୍ର ନାମରେ ମଧ୍ୟ ଏହି ଗଣେଶ ବିଖ୍ୟାତ ଅଟନ୍ତି। ଯଥା:- ଭଣ୍ଡ ଗଣେଶ, କାମଦ ଗଣେଶ, ଚୌର ଗଣେଶ, ଉଚ୍ଚିଷ୍ଟ ଗଣେଶ ଇତ୍ୟାଦି। ବିଭିନ୍ନ ଗବେଷକଙ୍କ ଭିନ୍ନ ଭିନ୍ନ ବର୍ଣ୍ଣନା ଏହି ଗଣେଶଙ୍କୁ ଆହୁରି ରହସ୍ୟମୟ କରି ଦେଇଛି। ତଥାପି ଆମ ସମୟର ଗବେଷକ ତଥା “ପୁରୀ
ବୋଲି “ପୁସ୍ତକର ରଚୟିତା ସିଦ୍ଧେଶ୍ୱର ମହାପାତ୍ରଙ୍କ ବର୍ଣ୍ଣନା ଅତ୍ୟନ୍ତ ଗ୍ରହଣୀୟ ହୋଇଛି। ଏହାଙ୍କ “ଭଣ୍ଡ ଗଣେଶ “ନାମ କରଣର ଯଥାର୍ଥତା ପ୍ରତିପାଦନ କରିବାକୁ ଯାଇ ହରପ୍ରସାଦ ମିଶ୍ର ଦୁଇଟି ମତ ଦେଇଛନ୍ତି।ପ୍ରଥମଟି ହେଲା କାଞ୍ଚି ବିଜୟ ପରେ ଉତ୍କଳର ଗଜପତି ଶ୍ରୀ ପୁରୁଷୋତ୍ତମ ଦେବଙ୍କ ନିବେଦନ ରକ୍ଷା କରି, ନିଜର ଏକ ନିଷ୍ଠ ସେବକ କାଞ୍ଚି ନରେଶ ଙ୍କୁ ଭଣ୍ଡି ଦେଇ ବା ଭୁଲେଇ ଦେଇ ପ୍ରଭୂ ଶ୍ରୀଜଗନ୍ନାଥଙ୍କ ପଛେ ପଛେ ଆସି ଶ୍ରୀମନ୍ଦିରରେ ଅବସ୍ଥାପିତ ହୋଇଥିବାରୁ ଏହାଙ୍କୁ ଭଣ୍ଡ ଗଣେଶ କୁହାଯାଉଛି। ଦ୍ଵିତୀୟ କାରଣ ହେଲା ଏହାଙ୍କ ଅବସ୍ଥିତିରେ ଥିବା ବିଚିତ୍ରତା। ଏହାଙ୍କ ଅବସ୍ଥିତି ବର୍ଣ୍ଣନା କରେ। ସମାଧି ଅବସ୍ଥାରେ ଥିବା ଏହି ଗଣପତି ନିଜର ଶୁଣ୍ଢଟିକୁ ନିଜ କୋଳରେ ଧାରଣ କରିଥିବା ଶକ୍ତିଙ୍କ ଯୋନି ମଣ୍ଡପ ରେ ସ୍ପର୍ଶ ପୂର୍ବକ ଉପବେଶନ କରିଛନ୍ତି (ଏହାର ତାତ୍ୱିକ କାରଣ ଇତିହାସ ରେ ଅଛି )। ତଥାପି ଏଭଳି ଆଚରଣକୁ ସାଧାରଣ ଭାବରେ “ଭାଣ୍ଡ ଆଚରଣ “ରୂପେ ଅଭିହିତ କରାଯାଉଥିବାରୁ, ବୋଧହୁଏ ପରବର୍ତ୍ତୀ ସମୟରେ ଏହି ଗଣେଷଙ୍କ ନାମ “ଭାଣ୍ଡ ଗଣେଶ “ରୁ ଅପଭ୍ରନ୍ସ ହୋଇ “ଭଣ୍ଡ ଗଣେଶ “ହୋଇଛି। ଏହାର ତାତ୍ୱିକ ତଥା ଐତିହାସିକ ସତ୍ୟ ନିଶ୍ଟିତ ଭାବରେ ପରବର୍ତ୍ତୀ ଅଧ୍ୟାୟମାନଙ୍କରେ ଆଲୋଚନା କରିବା। କିନ୍ତୁ ବର୍ତ୍ତମାନ ଗୋଟିଏ କଥା କହିବି ଯେ ଏହି ଗଣେଶ “ଅଯୋନି ସମ୍ଭୁତ ” ଓ ଅନ୍ୟ ବିଶେଷ କଥା ହେଲା ଏହି ବିଗ୍ରହ ବିଶେଷ ଭାବରେ ତାନ୍ତ୍ରିକ ବିଗ୍ରହ ଭାବରେ ଅନୁମିତ ହୁଅନ୍ତି। କାରଣ କୌଣସି ବୈଦିକ ବିଗ୍ରହ ପାଖରେ ଏପରି ବିଲକ୍ଷଣ ମୁଦ୍ରା ଦେଖା ଯାଏନି। ଆସନ୍ତୁ ତେଵେ ଆରାଧନା କରିବା।
ମହାକାୟାଧରଂ ଦେବଂ ବିଘ୍ନେଶ ! ବିଘ୍ନନାଶକମ୍, ପରଶୁମାର୍ଲିକା ହସ୍ତଂ ନିଜଲିଙ୍ଗାଗ୍ରମର୍ଦ୍ଧକମ, କ୍ରୋଡେ ସିଦ୍ଧମହାଦେବୀମାଲିଗ୍ୟ ବପୁରାୟତମ୍, ଉଦ୍ଧଣ୍ଡିବିଗ୍ରହଂ ବନ୍ଦେ ଶୁଣ୍ଢିନଂ ସିଦ୍ଧିଦlୟକମ୍।” ଅର୍ଥାତ ହେ ଗଣପତି, ତୁମେ ବିଘ୍ନେଶ, ତୁମେ ବିଶାଳ ବପୁଧାରଣ କରିଛ, ତୁମେ ହସ୍ତରେ ପରଶୁ ଓ ମାଳା ଧାରଣ କରିଛ, ତୁମେ ଲିଙ୍ଗ ମର୍ଦକବେଶରେ ରହିଛ, ତୁମ କୋଳରେ ସିଦ୍ଧିଦାୟିନୀ ମହାଦେବୀ ଆଲିଙ୍ଗୀତ, ତୁମେ ଉଦଣ୍ଡ ତଥା ସିଦ୍ଧିଦାୟକ, ମୁଁ ତୁମ ଶରଣ ନେଉଛି. ଜୟ ଜଗନ୍ନାଥ (ଦ.ତ୍ରି. ଉବାଚ )