Latest Odisha News

BREAKING NEWS

ହାତର ସୌନ୍ଦର୍ଯ୍ୟ ବଢ଼ାଇବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଉପାୟ….

ସାଧାରଣତଃ ଶୀତଦିନେ ବିଭିନ୍ନ କାରଣରୁ ହାତର ରଙ୍ଗ କଳା ପଡିଯାଇଥାଏ। ଯେପରିକି ହାତ ରୁକ୍ଷ ହୋଇଯିବା,ମଳିନ ଦିଶିବା ପରି ଅନେକ ସମସ୍ୟା ଦେଖାଦେଇଥାଏ  । ଯାହା ଆପଣଙ୍କ ସୁନ୍ଦରତା ଉପରେ ପ୍ରଭାବ ପକାଇଥାଏ। ତେଣୁ କିଛି ଘରୋଇ ସହଜ ଉପାୟ ରହିଛି, ଯାହାକୁ ଆପଣେଇବା ଦ୍ୱାରା ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ । ତେବେ ଜାଣନ୍ତୁ ସେହି ଉପାୟ ବିଷୟରେ..
୧.ଏକ ଚାମଚ ବେସନରେ ଗୋଟିଏ ଚାମଚ ଦହି କିଛି ହଳଦୀ ମିଶାଇ,ଏହାକୁ ହାତରେ ଲଗାଇ ୩୦ ମିନିଟ ରଖନ୍ତୁ। କିଛି ସମୟ ପରେ ହାତକୁ ଧୋଇ ଦିଅନ୍ତୁ । ଏହାକୁ ନିୟମିତ ଲଗାଇବା ଦ୍ୱାରା ହାତ କୋମଳ ଓ ଗୋରା ହୋଇଥାଏ।

 

୨. ଚାମଚ ଲହୁଣୀରେ ୧ ଚାମଚ ବାଦାମ ତେଲକୁ ଭଲ ଭାବେ ମିଶାଇ ଏହାକୁ ୨୦ ମିନିଟ ପର୍ୟ୍ୟନ୍ତ ହାତରେ ଲଗାଇ ରଖନ୍ତୁ । ୨୦ ମିନିଟ ପରେ ହାତକୁ ଧୋଇ ଦିଅନ୍ତୁ। ଏଥିରେ ଭିଟାମିନ ଥିବାରୁ ଏହା ହାତକୁ ନରମ, ସୁନ୍ଦର ଓ ଶୁଷ୍କତାକୁ ଦୂର କରିଥାଏ।

 

୩. ଚାମଚ ଚିନିରେ ଲେମ୍ବୁ ରସ ମିଶାଇ ଏହାକୁ ହାତରେ ଲଗାନ୍ତୁ। ଲଗାଇବା ସମୟରେ ହାତକୁ ଭଲ ଭାବେ ମାଲିସ କରନ୍ତୁ। ଏହାକୁ ଲଗାଇବା ପରେ ୧୫ମିନିଟ ରଖି ଧୋଇ ଦିଅନ୍ତୁ। ଏହା ହାତକୁ ଗୋରା କରିବା ସହ ସମସ୍ତ ପ୍ରକାରର ଦୂଷିତ ପଦାର୍ଥ ବାହାର କରି ଦେଇଥାଏ।

 

 

Leave A Reply

Your email address will not be published.