Latest Odisha News

BREAKING NEWS

ଚନ୍ଦ୍ରବାବୁଙ୍କ ସଭାରେ ପୁଣି ଦଳା ଚକଟା, ୩ ଜଣଙ୍କ ମୃତ୍ୟୁ

ଅମରାବତି: ନୂଆବର୍ଷରେ ଅଘଟଣ । ଦଳା ଚକଟାରେ ଚାଲିଗଲା ୩ ଜଣଙ୍କ ଜୀବନ । ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସଭାରେ ପୁଣି ଦଳା ଚକଟା ହୋଇଛି । ଫଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି ।

ମାତ୍ର ୪ ଦିନ ଭିତରେ ଚନ୍ଦ୍ରବାବୁ ନାଇଡୁଙ୍କ କାର୍ଯ୍ୟକ୍ରମରେ ଦ୍ୱିତୀୟ ଦଳା ଚକଟା ଘଟଣା ଘଟିଛି । ବୁଧବାର ନେଲ୍ଲୋର ହୋଇଥିବା ଦଳା ଚକଟାରେ ଜଣେ ମହିଳା ପ୍ରାଣ ହରାଇଥିଲେ । ଏକାଧିକ ଲୋକ ଖୋଲା କେନାଲ ଭିତରକୁ ରୋଡ୍ ଶୋ ବେଳେ ଖସି ପଡ଼ିଥିଲେ ।

ଚନ୍ଦ୍ରବାବୁ ତତକ୍ଷଣାତ୍ ସଭାକାର୍ଯ୍ୟ ବାତିଲ୍ କରିବା ସହ ୨୪ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଥିଲେ । ଆଜିର ଦୁର୍ଘଟଣାକୁ ଚନ୍ଦ୍ରବାବୁ ନାଇଡୁ ଶୋକ ପ୍ରକାଶ କରିଛନ୍ତି । ଚନ୍ଦ୍ରବାବୁଙ୍କ ସଭାରେ ବାରମ୍ବାର ଅଘଟଣ ଘଟୁଥିବାରୁ ୱାଇଏସ୍ଆର୍ କଂଗ୍ରେସ ସମାଲୋଚନା କରିଛି ।

Leave A Reply

Your email address will not be published.