Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଗଜ ଉଦ୍ଧାରଣ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ “ଗଜ ଉଦ୍ଧାରଣ “ପ୍ରସଙ୍ଗ ଆମେ ତତ୍ତ୍ୱତଃ ମନ ରୂପୀ ଗଜ ଓ ଇନ୍ଦ୍ରିୟ ରୂପୀ କୁମ୍ଭୀର ବିବେଚନା ନକରି ଯଦି ସ୍ଥୁଳତଃ ବିଚାର କରିବା, ତେବେ ବିଭିନ୍ନ ପୁରାଣ ଓ କାବ୍ୟରେ ବିଭିନ୍ନ ମତ ଦେଖିବା, ଆଗରୁ ଆମେ ଭାଗବତର ପ୍ରସଙ୍ଗ ଆଲୋଚନା କରି ସାରିଛେକାର୍ତ୍ତିକ ମାହାତ୍ମ୍ୟରେ । ମହାମୁନି କଦ୍ଧ୍ରମ ଓ ଦେବହୂତିଙ୍କ ତିନି ପୁତ୍ର ମଧ୍ୟରୁ ଜୟ ଓ ବିଜୟ ଉଭୟ ଉଭୟଙ୍କୁ ଶାପ ପ୍ରଦାନ କରି ଜୟ ଗଜ ଓ ବିଜୟ କୁମ୍ଭୀର ରୂପ ଧାରଣ କରିଥିଲେ। କିନ୍ତୁ ଦୁହେଁ ଶ୍ରୀଜଗନ୍ନାଥଙ୍କ ନିତ୍ୟ ସେବାରେ ମଗ୍ନ ଥିବାରୁ ଉଦ୍ଧାର ପାଇଥିଲେ। ସେହିଭଳି ନାରାୟଣ ଦାସ ବିରଚିତ “ଖଣ୍ଡିକିଆ ହରିବଂଶ “ରେ ଦେବସଭାର ଅପ୍ସରୀ ପଦ୍ମମାଳା ଓ ଗନ୍ଧର୍ବ ମଦନସେନା, ବେଦପତି ବ୍ରହ୍ମlଙ୍କଠାରୁ ଅଭିଶାପ ପାଇ ପଦ୍ମମାଳା କୁମ୍ଭୀର ଓ ମଦନସେନା ଗଜ ହୋଇଥିଲେ ଯଥା “ବେଦପତି ବୋଲେ ତୁହି ହୁଅ ବେଦପତି ବୋଲେ ତୁହି ହୁଅ ଯା କୁମ୍ଭୀରୀ, ମଦନସେନା ଗନ୍ଧର୍ବ ହେଉ ଯାଇ କରି “.ସେହିପରି ବାମନ ପୁରାଣ ରେ ସ୍ୱର୍ଗରେ ବାସ କରୁଥିବା ହୁ ହୁ ନାମକ ଗନ୍ଧର୍ବ ଶାପଗ୍ରସ୍ତ ହୋଇ କୁମ୍ଭୀର ହୋଇ ଥିବାର ପ୍ରମାଣ ମିଳେ ଯଥା “ପୂର୍ବେ ଏକ ହୁ ହୁ ଗନ୍ଧର୍ବ ସ୍ୱର୍ଗରେ, ଦେବଶାପେ ଗ୍ରାହ ହୋଇଥିଲା ସରୋବରେ । ” ବିଭିନ୍ନ ପୁରାଣର ଆଲେଖ୍ୟ ଭିନ୍ନ ଭିନ୍ନ ହେଲେ ମଧ୍ୟ ଶେଷ ପରିଣତି ସମାନ ହୋଇଛି, ଅର୍ଥାତ ସବୁ କ୍ଷେତ୍ରରେ ଗଜ ଶୁଣ୍ଢରେ ଏକ ପଦ୍ମ ଧରି ଶ୍ରୀବିଷ୍ଣୁଙ୍କୁ ଅର୍ପଣ ପୂର୍ବକ ଆକୁଳ ପାର୍ଥନା ପରେ ମୁକ୍ତି ପାଇଛି। ଏଠାରେ ଆଧୁନିକ କବି ବଙ୍କା ଦାଶଙ୍କ ପାଦେ କବିତା ଦେଖିବା :-

“କେଳି କଉତୁକି ଶିଖି ପୁଛ ଚୁଳକେ,
କେତେ କେତେ ବିପଦ ହେବାରୁ ଡାକେ,
କେମନ୍ତେ ଗଜ ରାଜ ନକ୍ର ଭୟରୁ ଶୋକେ,
କେତେ ଆର୍ତ୍ତେ ଡାକିଲା ଧରି କମଳ ଏକେ “

ତେଣୁ ବିଚାର କରିବାର ସମୟ ଆସିଛି ଗଜ ଗଭୀର ଜଳରେ ଥାଇ କମଳା-ବଲ୍ଳଭ ଶ୍ରୀଜଗନ୍ନାଥଙ୍କୁ (ନାରାୟଣଙ୍କୁ ) କମଳଟିଏ କାହିଁକି ଅର୍ପଣ କଲେ? ଏହା ପରବର୍ତ୍ତୀ ଅଧ୍ୟାୟରେ ଆଲୋଚନା କରିବା, ବର୍ତ୍ତମାନ ଆରାଧନା “ମାଧବୋମାଧବାବି ଶ ସର୍ବସିଦ୍ଧି ବିଧାୟିନୌ, ବନ୍ଦେ ପରସ୍ପରା ଆତ୍ମନୌ ପରସ୍ପରନୁତିପ୍ରିୟୌ । ”

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Comments are closed.