Latest Odisha News

BREAKING NEWS

ଆଜିଠୁ ପ୍ରଚଣ୍ଡ ତାତି,୧୫ ତାରିଖରୁ ବିଭିନ୍ନ ସ୍ଥାନରେ ୪୦ ଡିଗ୍ରୀ ଡେଇଁପାରେ ତାପମାତ୍ରା

ଭୁବନେଶ୍ବର: ଆଜିଠୁ ପ୍ରଚଣ୍ଡ ତାତି  । ୪-୫ ଦିନର କୋହଲା ପାଗ ପରେ ରାଜ୍ୟରେ ଅନୁଭୁତ ହୋଇପାରେ ପ୍ରବଳ ଗରମ । କିଛିଦିନ ହେଲା କାଳବୈଶାଖୀ ଯୋଗୁଁ ଓଡିଶାରେ ନିଆଁ ବର୍ଷାରୁ ଆଶ୍ୱସ୍ତି ମିଳିଥିଲା । ୧୫ ତାରିଖରୁ ବିଭିନ୍ନ ସ୍ଥାନରେ ତାତି ୪୦ ଡିଗ୍ରୀ ଡେଇଁପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

କିନ୍ତୁ ଆଜିଠାରୁ ପାରଦ ବଢ଼ିବା ସହ ଗ୍ରୀଷ୍ମପ୍ରବାହର ପ୍ରକୋପ ଜାରି ରହିବ  । ସୂଚନା ଅନୁଯାୟୀ, ଚଳିତ ବର୍ଷ ଏପ୍ରିଲ୍‌ ଆରମ୍ଭ ଡହ ଡହ ଖରା ଦେଖିବାକୁ ମିଳିଥିଲା । ଓଡ଼ିଶାର ପ୍ରାୟ ସବୁଠି ଅସହ୍ୟ ହୋଇଥିଲା ତାତି । ଏମିତି କି ରାଜଧାନୀରେ ଏପ୍ରିଲ୍‌ ଆରମ୍ଭରେ ୪୩ ଡିଗ୍ରୀ ଡେଇଁଥିଲା ତାପମାତ୍ରା । ସେପଟେ ୧୭ ତାରିଖ ସୁଧା ସ୍ଥିତି ଅସମ୍ଭାଳ ହୋଇପାରେ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

 

Leave A Reply

Your email address will not be published.