Latest Odisha News

BREAKING NEWS

ସଫଳ ହେଲା ‘ସୂର୍ଯ୍ୟ ତିଲକ’ ପରୀକ୍ଷଣ, ପବିତ୍ର ରାମନବମୀରେ ରାମଲାଲାଙ୍କ ମସ୍ତକରେ ଦର୍ଶନ କରିବେ ଭକ୍ତ

ଅଯୋଧ୍ୟା: ଚଳିତ ବର୍ଷ ଏପ୍ରିଲ ୧୭ରେ ପବିତ୍ର ରାମ ନବମୀ ଉତ୍ସବ ପାଳନ ହେବ । ତେବେ ଅଯୋଧ୍ୟାରେ ପ୍ରଥମ ଥର ପାଇଁ ରାମ ନବମୀ ଉତ୍ସବ ପାଳନକୁ ନେଇ ଲୋକମାନେ ବେଶ ଉତ୍ସାହିତ ଅଛନ୍ତି । ଏଥିପାଇଁ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଜାରି ରହିଛି । ଏହି ଉତ୍ସବରେ ବିଶେଷ ଆକର୍ଷଣ ହେବ ରାମଲଲାଙ୍କ ସୂର୍ଯ୍ୟ ତିଲକ । ଏଥିପାଇଁ ସଫଳ ହୋଇଛି ‘ସୂର୍ଯ୍ୟ ତିଲକ’ର ପରୀକ୍ଷଣ। ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରରେ ସୂର୍ଯ୍ୟ ତିଲକର ଟ୍ରାଏଲ ରନ ସଫଳ ହୋଇଛି। ଗତକାଲି ହୋଇଥିବା ପରୀକ୍ଷଣରେ ରାମଲାଲାଙ୍କ ମସ୍ତକରେ ପଡ଼ିଛି ‘ସୂର୍ଯ୍ୟ ତିଲକ’।

ପବିତ୍ର ରାମ ନବମୀ ଦିନ ମଧ୍ୟାହ୍ନ ସମୟରେ ସୂର୍ଯ୍ୟ ତିଳକରେ ଅଭିଷିକ୍ତ ହେବେ ରାମଲାଲା । ସୂର୍ଯ୍ୟଙ୍କ କିରଣରେ ଝଲସି ଉଠିବ ଶ୍ରୀ ବିଗ୍ରହର ମସ୍ତକରେ ଶୋଭିତ ହୀରା ଓ ମାଣିକ୍ୟ ଖଚିତ ସ୍ୱର୍ଣ୍ଣ ତିଲକ। ପ୍ରାୟ ଚାରିରୁ ପାଞ୍ଚ ମିନିଟ ଯାଏଁ ରାମଲାଲାଙ୍କ ଲଲାଟରେ ୭୫ ମିଲିମିଟର ଆକାରର ଏକ ଗୋଲାକାର କିରଣ, ତିଲକ ଭାବେ ଶୋଭା ପାଇବ। ଏହି ବୈଜ୍ଞାନିକ ପଦ୍ଧତି ପାଇଁ ଉନ୍ନତ ଦର୍ପଣ, ଲେନ୍ସ ଓ ଅଷ୍ଟଧାତୁ ନିର୍ମିତ ସ୍ୱତନ୍ତ୍ର ପାଇପ ସହାୟତା ନିଆଯାଇଛି । ଅପଟି-ମେକାନିକାଲ ସିଷ୍ଟମର ପ୍ରୟୋଗରେ କରାଯାଇ ଏହି ସୂର୍ଯ୍ୟ ତିଲକ ପାଇଁ ପ୍ରୟାସ କରାଯାଇଛି।

ମନ୍ଦିରର ଗ୍ରାଉଣ୍ଡ ଫ୍ଲୋରରେ ଦୁଇଟି ମିରର ଏବଂ ଗୋଟିଏ ଲେନ୍ସ ଲଗାଯାଇଛି । ସୂର୍ଯ୍ୟଙ୍କ କିରଣ ତୃତୀୟ ଫ୍ଲୋରରେ ଲଗାଯାଇଥିବା ପ୍ରଥମ ଦର୍ପଣରେ ପଡ଼ିବ ଏବଂ ତିନି ଲେନ୍ସ ଏବଂ ଦୁଇ ଅନ୍ୟ ମିରର ଦେଇ ଗ୍ରାଉଣ୍ଡ ଫ୍ଲୋରରେ ଲଗାଯାଇଥିବା ଶେଷ ମିରର ଉପରେ ପଡ଼ିବ । ଏଥିରୁ ରାମଲାଲାଙ୍କ ମୂର୍ତ୍ତିର ମସ୍ତକରେ ସୂର୍ଯ୍ୟ କିରଣର ଏକ ତିଲକ ହେବ । ନିରନ୍ତର ୪ ମିନିଟ ଧରି ରାମଙ୍କ ମସ୍ତକରେ ସୂର୍ଯ୍ୟ କିରଣ ପଡି କିଭଳି ମୁଖମଣ୍ଡଲକୁ କିଭଳି ଦୀପ୍ତମାନ କରିବ।

ଏହାକୁ ଅଧିକାରିକ ଭାବେ ‘ସୂର୍ଯ୍ୟ ତିଲକ ପ୍ରୋଜେକ୍ଟ’ ନାମ ଦିଆଯାଇଛି । ଏହି ‘ସୂର୍ଯ୍ୟ ତିଲକ ପ୍ରୋଜେକ୍ଟ’ ଅନ୍ତର୍ଗତ ପ୍ରତି ବର୍ଷ ରାମ ନବମୀ ଅବସରରେ ଅପରାହ୍ନ ୧୨ଟାରେ ଭଗବାନ ରାମଲଲାଙ୍କ ମୂର୍ତ୍ତିର ମସ୍ତକରେ ସୂର୍ଯ୍ୟ କିରଣ ପଡ଼ିବ ଯାହା ମସ୍ତକରେ ତିଲକ ଲଗାଇଲା ଭଳି ମନେ ହେବ । ବେଙ୍ଗାଲୁରୁ ସ୍ଥିତ ଇଣ୍ଡିଆନ୍ ଇନ୍ସିଟୁ୍ୟଟ୍ ଅଫ୍ ଆଷ୍ଟ୍ରାଫିଜିକ୍ସ ସହଯୋଗରେ ‘ସୂର୍ଯ୍ୟ ତିଲକ ପ୍ରୋଜେକ୍ଟ’ କାର୍ଯ୍ୟକାରୀ ହେବ । ଆଗାମୀ ୧୦୦ ବର୍ଷ ପାଇଁ ଏହି ପ୍ରୋଜେକ୍ଟ ଡିଜାଇନ୍ କରାଯାଇଛି । ସମୟ ସମୟରେ ଲେନ୍ସ ଏବଂ କାଚର ଯାଞ୍ଚ କରାଯିବ । ତେବେ ଏଭଳି ଏକ ଦିବ୍ୟ ଦୃଶ୍ୟକୁ ଦେଖିବା ପାଇଁ ସମସ୍ତଙ୍କ ମନରେ ଉକ୍ରଣ୍ଠା ରହିଛି ।

Leave A Reply

Your email address will not be published.