Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

BjdElectrycity

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବା ଓ ସେବକର ବ୍ୟାପକ ଆଲୋଚନା ଭିତରେ ଆମେ ଏବେ ଚର୍ଚ୍ଚା କରୁଛେ ଏକ ମୂଖ୍ୟ ସେବକଙ୍କ ବିଷୟରେ ; ଯିଏ ହେଉଛନ୍ତି “ଦେଉଳ କରଣ “। ଏହାଙ୍କର ଅନେକ ସେବା ସହ ଦାୟିତ୍ୱ ବିଷୟରେ ଆଲୋଚନା କରିସାରିଛେ ଯାହା ସେ ଦୈନଦିନ ଶ୍ରୀମନ୍ଦିର ଭିତରେ କରିଥାନ୍ତି। କିନ୍ତୁ ଏବେ ଜାଣିବା କିଛି ବିଶେଷ ଦିନ ବା କର୍ମରେ, ଦେଉଳ କରଣଙ୍କ ଭୂମିକା କ’ଣ ? ବିଶେଷ କର୍ମ ମଧ୍ୟରେ ସେବାୟତମାନଙ୍କ ଗୋଟିଏ ଶାଢ଼ୀ ବନ୍ଧା କର୍ମ ଅଛି। ଅବଶ୍ୟ ପ୍ରତ୍ୟେକ ସେବକ ଶାଢ଼ୀ ବନ୍ଧା ସେବକ ନୁହଁନ୍ତି ତଥାପି ଯେଉଁମାନେ ଶାଢ଼ୀ ବନ୍ଧା ପାଇଁ ଆବେଦନ କରନ୍ତି ତାହା ଏହି ଦେଉଳ କରଣଙ୍କ ପାଖରେ ତଦନ୍ତ ପାଇଁ ପହଞ୍ଚେ। ଏହାକୁ (ଆବେଦନ ପତ୍ର )ପୁ୍ଖାନୁପୁଙ୍ଖ ତଦନ୍ତ କରି ଆବେଦନକାରୀ ଉପଯୁକ୍ତ କି ନୁହେଁ ସେହି ବିଷୟରେ ରିପୋର୍ଟ ଦେବେ। ସେହିପରି ବିଶେଷ ଦିନ ହେଲା ପ୍ରଭୁଙ୍କର ନବକଳେବର ସମୟ। ଦେଉଳ କରଣ ସେବକମାନେ ମଧ୍ଯ ଏହି ନବକଳେବର ସମୟରେ ପାଳନ ହେଉଥିବା ବନଯାଗ ବା ଦାରୁଅନ୍ୱେଷଣ ବିଧି ରେ ସାମିଲ ହୋଇଥାନ୍ତି। କେବଳ ସାମିଲ ହୁଅନ୍ତି ନାହିଁ ଶେଷ ପର୍ଯ୍ୟନ୍ତ ଅନ୍ୟାନ୍ୟ ସେବକ ମାନଙ୍କ ସହ ରହି ସମସ୍ତ କାର୍ଯ୍ୟର ସୁଚାରୁ ପରିଚାଳନାରେ ସାହାଯ୍ୟ କରନ୍ତି। ନବକଳେବର ହୋଇସାରିବା ପରେ ଶ୍ରୀଜୀଉମାନଙ୍କ ପୁରୁଣା ଶରୀରକୁ କୋଇଲି ବୈକୁଣ୍ଠ ରେ ସମାଧି ଦେଇ ଦଇତା ସେବକମାନେ ଦଶାହ କର୍ମ କରିଥାନ୍ତି। ଏହି ଦଶାହ କର୍ମରେ ମଧ୍ୟ ଦେଉଳ କରଣ ଯୋଗ ଦେଇଥାନ୍ତି। ଶ୍ରୀଜୀଉମାନଙ୍କ ତତ୍ୱାବଧାନ ସହ ଏମାନେ ଶ୍ରୀଜୀଉଙ୍କର ଅଙ୍ଗରକ୍ଷୀ ହିସାବରେ ଛୁରୀ, ଖଣ୍ଡା ସେବା ଦେଇଥାନ୍ତି। ସୁନାବେଣ୍ଟ ଚାମର, ଖଦି ଚାମର, ଏବଂ ଅଣସର ପିଣ୍ଡିଠାରେ ଉପଚାର ସେବା କରନ୍ତି। ଏମାନେ ପାଉଥିବା ବିଶେଷ ସୁବିଧା ହେଲା ଗଣେଷ ଚତୁର୍ଥୀ, ଓ, ଶ୍ରୀପଞ୍ଚମୀ ଦିନ ଦେଉଳ କରଣ ଓ ତାଡଉ
ତଡଉଙ୍କ ଗୃହରୁ ମାଦଳlପlଞ୍ଜି ଅଣାଯାଇ ସରସ୍ବତୀଙ୍କ ମନ୍ଦିରରେ ପୂଜା ବସେ। ଆଗାମୀ ଅଧ୍ୟାୟରେ ଜାଣିବା ବଇଠି କରଣ ସେବା ବିଷୟରେ। ବର୍ତ୍ତମାନ କରିବା ଆରାଧନା ଓ ଭାଗବତ ପଠନ।

ସର୍ବ ଶରୀର ମଧ୍ୟେ ସାର
ଦୁର୍ଲଭ ନର କଳେବର ।
ସୁଲଭ ନାଵ ରୂପେ ଘାଟେ
ବନ୍ଧନ ଭବ ସିନ୍ଧୁ ତଟେ ।
ଏ ନାବେ ଗୁରୁ କର୍ଣ୍ଣଧାର
ମୁହିଁ ଅନୁକୂଳ ସମୀର ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.