Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ସେବାରେ ସମସ୍ତ ଜାତିର ସେବକ ନିୟୋଜିତ ଅଛନ୍ତି। ସେଥିମଧ୍ୟରେ ଶ୍ରୋତୀୟ ବ୍ରlହ୍ମଣ ସେବକ ହେଲେ “ତଳିଛ “। ତାଙ୍କରି ବିବିଧ ସେବା ବିଷୟରେ ଆଲୋଚନା ଜାରି ରହିଛି।
ବିବିଧ ସେବା ମଧ୍ୟରେ ଅଛି ଅମୋଣିଆ ପରିଛା ସେବକ ହିସାବରେ “ତଳିଛ “ରୋଷଘର ଧୋପଖାଳ ପରେ ପରିଷ୍କାର ଥିଲେ ପୂଜାପଣ୍ଡାଙ୍କୁ ଡାକି ହୋମ କରାଇବାକୁ ରୋଷ ପାଇକ ଓ ମହାସୁଆରଙ୍କୁ ନିର୍ଦ୍ଦେଶ ଦିଅନ୍ତି। ଭୋଗ ସମୟରେ ଅଣସର ପିଣ୍ଡିରେ ଚାମର ସେବା କରନ୍ତି। ଘଣ୍ଟ, ଛତା,ଭୋଗ, ବେଢ଼ ଓ ନିର୍ଦ୍ଧିଷ୍ଟ ଦିନ ବିଜେମାନଙ୍କରେ ପ୍ରଧାନୀ ସହିତ କର ପୈଠ ହୋଇ ପଟୁଆର କରନ୍ତି। ରାଜପ୍ରସାଦ ବିଜେରେ ମଧ୍ୟ ଏହା କରନ୍ତି। ସାତପୁରୀ ଅମାବାସ୍ୟା ପୂର୍ବ ଦିନ ଆଜ୍ଞାମାଳ ନିଜେ ନେଇ ଦକ୍ଷିଣକାଳୀଙ୍କୁ ଅର୍ପଣ କରନ୍ତି। ରତ୍ନ ସିଂହାସନରେ ଅସରପା ହେଲେ ତାଙ୍କୁ ଧରାଇବା ଏହାଙ୍କ ଦାୟିତ୍ୱ ହୋଇଥାଏ। ରଥ ଉପରେ ଅଧରପଣା
ଲାଗି ସମୟରେ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଟେରା ଧରି ଠିଆ ହେବା ଏହାଙ୍କ ସେବାରେ ଅନ୍ତର୍ଭୁକ୍ତ। ସବୁଠାରୁ ବଡ଼ କଥା ହେଲା ଯେଉଁ ସେବକମାନେ ଶାଢ଼ୀ ବନ୍ଧାଇ ନିଜ ସେବାର ଆରମ୍ଭ କରିବାକୁ ଇଚ୍ଛା କରନ୍ତି ତାଙ୍କ ନାମ ସୁପାରିଶ କରନ୍ତି ବା ସମୟ ସମୟରେ ଅନୁମତି ମଧ୍ୟ ଦେଇଥାନ୍ତି। କାରଣ ପ୍ରତ୍ୟେକ ମହାନାୟକ ଶାଢ଼ୀ ବାନ୍ଧିବା ପାଇଁ ଅନୁମତି ବା ସୁପାରିଶ କରିଥାନ୍ତି। ପ୍ରତ୍ୟେକ ମହାନାୟକ ଶାଢ଼ୀ ବନ୍ଧାରେ ଶାଢ଼ୀ ଫିଟlନ୍ତି ମଧ୍ୟ। ତେଣୁ ଏଭଳି ବିବିଧ ସେବା ପ୍ରଦାନ କରୁଥିବା ତଳିଛ ମଧ୍ୟ ନିଜେ ମହାନାୟକ ଶାଢ଼ୀ ବନ୍ଧା ସେବକ ଅଟନ୍ତି । ଏ ବିଷୟରେ ଆମେ ଆଗରୁ ଆଲୋଚନା କରିଛେ। ଆଗାମୀ ଅଧ୍ୟାୟରେ ପୁଣି ଜଣେ ନୂଆ ସେବକଙ୍କ ବିଷୟ ଆଲୋଚନା କରିବା। କିନ୍ତୁ ବର୍ତ୍ତମାନ ସମୟ ହେଉଛି ଆରାଧନା ଓ ଭାଗବତ ପଠନର ଅବସର।

“ମୋର ଭକତ ମୋର ମିତ୍ର
ସେ କରେ ଜଗତ ପବିତ୍ର।
ନିର୍ମଳ ମତି ତାର ନିତ୍ୟେ
ଭ୍ରମଇ ଉଦାର ଚରିତେ ।
ଅନଳ ଦହନ୍ତେ ସୁବର୍ଣ୍ଣ
ନିର୍ମଳ ହୁଅଇ ଯେସନ ।
ଭକତ ଜନ ସେହି ମତେ
ନିର୍ମଳ ହୋନ୍ତି ଏ ଜଗତ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବା ଚ )

Leave A Reply

Your email address will not be published.