Latest Odisha News

BREAKING NEWS

ରାଜ୍ୟ ସ୍ତରୀୟ ଲୋକନୃତ୍ୟ ଓ ଲୋକ ସଙ୍ଗୀତ ମହୋତ୍ସବ ଉଦଯାପିତ     

ଭୁବନେଶ୍ୱର : ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଉତ୍କଳମଣ୍ଡପ ପରିସରରେ ଆୟୋଜିତ ୩ଦିନିଆ ରାଜ୍ୟସ୍ତରୀୟ ଲୋକନୃତ୍ୟ ଓ ଲୋକ ସଙ୍ଗୀତ ମହୋତ୍ସବ ଉଦଯାପିତ ହୋଇଛି । ଉଦଯାପନୀ କାର୍ଯ୍ୟକ୍ରମରେ ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ କୁମାର ସାମଲ, ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷ ଲେନିନ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଯୁଗ୍ମ  ନିର୍ଦ୍ଦେଶକ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ, ସଙ୍ଗୀତ ନାଟକ ଏକାଡେମୀ ଉପ-ସଭାପତି ମନ୍ମଥ କୁମାର ଶତପଥୀ, ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ ।

BjdElectrycity

ଏହି କାର୍ଯ୍ୟକ୍ରମରେ ବରଗଡ଼ ଜିଲ୍ଲାର ଲୋକନୃତ୍ୟ ଢାପ ସମ୍ବଲପୁରୀ ନୃତ୍ୟ, ଦେବଗଡର ମା ରାମଚଣ୍ଡି କରମା ନୃତ୍ୟ ତରଫରୁ କରମା ନୃତ୍ୟ, କଟକର ଲଉଡି ନୃତ୍ୟ, ସୋନପୁରର ଡାଲଖାଇ, ସୁନ୍ଦରଗଡର ମା ମାରିଆ ଆଦିବାସୀ ନୃତ୍ୟ ଦଳ ପକ୍ଷରୁ ଓରାମ ନୃତ୍ୟ, ଯାଜପୁରର ଗୌରହରି ଧୁଡୁକି ଦଳ ପକ୍ଷରୁ ଧୁଡୁକି ପରିବେଷଣ, ନୟାଗଡର ଶ୍ରୀଚୈତନ୍ୟ ମାଧୁରୀ ସାଂସ୍କୃତିକ କଳା ପରିଷଦ ତରଫରୁ ଘଣ୍ଟ ମୃଦଙ୍ଗ ନୃତ୍ୟ, ପୁରୀର ଦଶଭୁଜା ଗୋଟିପୁଅ ନୃତ୍ୟ ପରିଷଦ ତରଫରୁ ଗୋଟିପୁଅ ନାଚ, କଳାହାଣ୍ଡିର ମା ଠାକୁରାଣୀ ଘୁମୁର ଦଳ ପକ୍ଷରୁ ଘୁମୁରା ନାଚ, ଗଜପତି ଜିଲ୍ଲାର ବନ୍ଦେ ମାତରମ ନୃତ୍ୟ ଅନୁଷ୍ଠାନ ପକ୍ଷରୁ ଲାଞ୍ଜିଆସଉରା ଓ ସଉରା ନୃତ୍ୟ, ନବରଙ୍ଗପୁର ରାଇଘର କଳାକେନ୍ଦ୍ରର ଗୋଣ୍ଡି ନୃତ୍ୟ ପରିବେଷଣ କରାଯାଇଥିଲା ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଉପନିର୍ଦ୍ଦେଶିକା ଶୁଚିସ୍ମିତା   ମନ୍ତ୍ରୀ, ବିଭାଗର ଅର୍ଥ ଉପଦେଷ୍ଟା ପଦ୍ମଜ୍ୟୋତି ସାହୁ, ରାଜ୍ୟ ସଂଗ୍ରହାଳୟ ନିର୍ଦ୍ଦେଶକ ଆରତି ସାହୁଙ୍କ ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ଜିଲ୍ଲାରୁ ପ୍ରାୟ ୩୦୦ ଜଣ କଳାକାର ଯୋଗ ଦେଇଥିଲେ ।

Leave A Reply

Your email address will not be published.