ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ସେବା ମଧ୍ୟ ବଂଶାନୁକ୍ରମିକ ଥିଲା। ଯେପରି ଆଲୋଚନା କରିଛେ ଦୈନିକ ସକାଳ ଧୂପ ପଟୁଆରରେ ତଥା କେତେକ ପର୍ବ ପର୍ବାଣୀ ପଟୁଆରରେ ଏମାନେ ମାଦଳ ବଜାଉଥିଲେ। ପ୍ରତ୍ୟେକ ରଥଯାତ୍ରା ସମୟରେ କଂସାରୀ ଓ ଘଣ୍ଟୁଆଙ୍କ ମଝିରେ ରହି ମାଦଳ ବଜାଉଥିଲେ। ସେହିପରି ଦେବଦାସୀଙ୍କ ବ୍ୟତୀତ ଆଉ କିଛି ସେବକ ଥିଲେ ଯେଉଁ ମାନେ ପ୍ରତିଦିନ ଚନ୍ଦନ ଲାଗି ସମୟରେ ଗୀତ ଗୋବିନ୍ଦ ଶ୍ରୀଜୀଉମାନଙ୍କ ସମ୍ମୁଖରେ ଗାନ କରିବା ପାଇଁ ଗୀତ ଗୋବିନ୍ଦ ସେବା ଥିଲା ଓ କିଛି କଣ୍ଠ ଶିଳ୍ପୀମାନେ ଏହି ସେଵା ପ୍ରଦାନ କରୁଥିଲେ। ଏହି ସେବା ମଧ୍ଯ ବନ୍ଦ ହୋଇଗଲାଣି। କାରଣ ଆଗରୁ ମୁଖ୍ୟତଃ ରାଘବ ଦାସ ମଠ ଓ ଜଗନ୍ନାଥ ବଲ୍ଲଭ ମଠ ତରଫରୁ ପାଉଣା ଦେଇ ଏହି ସେବକମାନଙ୍କୁ ନିଯୁକ୍ତ କରୁଥିଲେ। ଉପଯୁକ୍ତ ସେବକ ଅଭାବ ତଥା ମଠମାନଙ୍କ ଆୟର ପନ୍ଥା ସଙ୍କୁଚିତ ହେବା ଏହି ସେବା ବନ୍ଦ ହେବାର ମୂଖ୍ୟ କାରଣ। ସେ ଯାହା ହେଉ ଆଗାମୀ ଅଧ୍ୟାୟରେ ଆମେ ନିଶ୍ଚୟ ଜାଣିବା କିଛି ନିଆରା ସେବା ବିଷୟରେ। ବର୍ତ୍ତମାନ ଆରାଧନା ଓ ଭାଗବତ ପଠନ।
ଇନ୍ଦ୍ରି ଗୋଚର ମନ ବୁଦ୍ଧି
ଯେ ଭୋଗ ବିଷୟ ପ୍ରସିଦ୍ଧି ।
ଏ ସର୍ବ ଅଟଇ ମୁହିଁ ତ
ମୋ ବିନୁ କିଛି ନୋହେ ସତ୍ୟ ।
ମୁଁ ସର୍ବ ବିଷୟ ଗୋଚର
ମୋ ତହୁଁ ଆତ୍ମା ନୋହେ ପର ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.