Latest Odisha News

BREAKING NEWS

ଭୀଷଣ ବାତ୍ୟାରେ ପରିଣତ ହେଲା ‘ମୋକା’, ଉପକୂଳ ଛୁଇଁବା ବେଳେ ୧୬୦ କିମି ବେଗରେ ପବନ

ଭୁବନେଶ୍ୱର: ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ମୋକା’ ଭୀଷଣ ବାତ୍ୟାରେ ପରିଣତ ହୋଇଛି । ବିଗତ ୬ ଘଣ୍ଟା ହେଲା ଘଣ୍ଟା ପ୍ରତି ୧୧ କିଲୋମିଟର ବେଗରେ ବାତ୍ୟା ଗତି କରୁଥିବା ବେଳେ ଏବେ ପୋର୍ଟ ବ୍ଲେଆର ଠାରୁ ପଶ୍ଚିମରେ ୫୨୦ କିଲୋମଟର ଦୂରରେ ରହିଛି ।

ସେହିଭଳି ବାତ୍ୟା ‘ମୋକା’ ବାଂଲାଦେଶକ କକ୍ସ ବଜାର ଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ୧୧୦୦ କିଲୋମିଟର ଦୂରରେ ଥିବା ବେଳେ ମିଆଁମାରର ସିତ୍ତୱେ ଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ୧୦୨୦ କିଲୋମିଟର ଦୂରରେ ରହିଛି ।

ଏହା କ୍ରମଶଃ ଉତ୍ତର ଆଡ଼କୁ ଗତି କରି ଆଗାମୀ ୧୨ ଘଣ୍ଟାରେ ୧୨ ତାରିଖ ସକାଳେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅତି ଭୀଷଣ ବାତ୍ୟାରେ ପରିଣତ ହେବ । ଏହା ପରେ ବାତ୍ୟା ‘ମୋକା’ ରିକର୍ଭ କରି ଉତ୍ତର-ପୂର୍ବ ଦିଗକୁ ଗତି କରିବ ।

୧୪ ତାରିଖ ମଧ୍ୟାହ୍ନରେ ଅତି ଭୀଷଣା ବାତ୍ୟା ଭାବେ ‘ମୋକା’ ଦକ୍ଷିଣପୂର୍ବ ବାଂଲାଦେଶ ଓ ଉତ୍ତର ମିଆଁମାର ଉପକୂଳ ଛୁଇଁବ । ‘ମୋକା’ ଉପକୂଳ ଛୁଇଁବା ବେଳେ ପବନର ଘଣ୍ଟାପ୍ରତି ବେଗ ୧୫୦ରୁ ୧୬୦ କିଲୋମିଟର ପ୍ରତି ଘଣ୍ଟା ଏବଂ ୧୭୫ କିଲୋମିଟର ବେଗର ଝଟକା ପବନ ବହିପାରେ ।

Leave A Reply

Your email address will not be published.