Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଦୈନିକ ନୀତି ବା ନିତ୍ୟ -ବିଧି ଉପରେ ଆଲୋଚନା ଜାରି ରହିଛି । ଏଥିରେ ଆଉ ଏକ ମଇଲମ ବିଷୟରେ ଚର୍ଚ୍ଚା ଚାଲିଛି। ସେଥିରେ ଆମେ ଜାଣିଲେ ପ୍ରତ୍ୟୁଷରୁ ମହାପ୍ରଭୁଙ୍କର ଅବକାଶ ନୀତି ସମ୍ପନ୍ନ ହେବା ପରେ ପିନ୍ଧିଥିବା ତଡପ ଉତ୍ତରୀୟ ଖୋଲି ବାରଲାଗି ପାଟ ପିନ୍ଧାଇ ଦିଆଯାଏ। ଏହି ବାର ଲାଗି ପାଟର ପ୍ରକୃତ ସ୍ୱରୂପ ହେଲା ଏହା ଖଣ୍ଡୁଆ ପାଟ କିନ୍ତୁ ବାର ଅନୁସାରେ ଏହାର ରଙ୍ଗ ବଦଳ ହୋଇ ପିନ୍ଧାଇ ଦିଆଯାଏ ।

ରବିବାର :-ଲାଲ ରଙ୍ଗର ପାଟ
ସୋମବାର :-ଧଳା ଓ କଳା ମିଶ୍ରିତ
ମଙ୍ଗଳବାର :-ବlରପାଟିଆ ଯଥା ପାଞ୍ଚ ବା ସାତ ରଙ୍ଗ ମିଶା
ବୁଧବlର :- ସବୁଜ /ନୀଳ ରଙ୍ଗ
ଗୁରୁବାର :-ହଳଦିଆ ରଙ୍ଗ
ଶୁକ୍ରବାର :-ସମ୍ପୂର୍ଣ ଧଳା
ଶନିବାର :-ସମ୍ପୂର୍ଣ କଳା ରଙ୍ଗ

ଏହିଭଳି ଦୈନିକ ବିଭିନ୍ନ ରଙ୍ଗର ପାଟ ପିନ୍ଧିବା ପରେ ପ୍ରଭୁ ଅନ୍ୟ ସବୁ କାର୍ଯ୍ୟ ପଛରେ ରଖି ଭକ୍ତଙ୍କ ଦର୍ଶନ ପାଇଁ ସlହlଣ ମେଲା କରନ୍ତି। ଏହି ସlହlଣ ମେଲା ପାଇଁ ନିର୍ଦ୍ଧାରିତ ସମୟ ହେଉଛି ସକାଳ ସାତ ଘଣ୍ଟା ଯାହା ଶ୍ରୀମନ୍ଦିର ସତ୍ୱଲିପି ରେ ଉଲ୍ଲେଖ କରାଯାଇଛି। ଏହି ସlହlଣ ମେଲାର ପ୍ରକୃତ ଉଦେଶ୍ୟ ହେଲା ସର୍ବ ସାଧାରଣମାନେ ବିନା କୌଣସି ପରିମାଣିକ ଦେୟ ନଦେଇ ସିଂହାସନ ପର୍ଯ୍ୟନ୍ତ ଯାଇ ଦର୍ଶନ କରିପାରିବେ। ଶ୍ରୀମନ୍ଦିର ସତ୍ୱଲିପି ଅନୁସାରେ ଏହା ଦିନକୁ ଦୁଇଥର ହେବା କଥା। କିନ୍ତୁ ଏଥିରେ ବ୍ୟତିକ୍ରମ ଦେଖାଯାଏ କାରଣ ଏହା ଶ୍ରୀଜୀଉମାନଙ୍କ ନୀତି ଭିତରେ ଗଣ୍ୟ ହୁଏନି। ଏହି ସlହlଣ ମେଲାର ଅବଧି ପ୍ରାୟ ଏକ ଘଣ୍ଟା ହେବା କଥା। କିନ୍ତୁ ଏଥିରେ ମଧ୍ଯ ବ୍ୟତିକ୍ରମ ହୋଇଥାଏ। କାରଣ ଭକ୍ତଙ୍କ ଗହଳି ଉପରେ ଏହି ସମୟ ନିର୍ଭର କରିଥାଏ। ତେଣୁ ଦିନକୁ ଦୁଇ ଥର ପରିବର୍ତ୍ତେ ଅଧିକାଂଶ ଦିନ ଏହା ଗୋଟିଏ ଥର ହୋଇଥାଏ। ଆଗାମୀ ଅଧ୍ୟାୟ ରେ ଜାଣିବା ବିଭିନ୍ନ ପର୍ବ ପର୍ବାଣୀରେ ଅଥବା ବିଭିନ୍ନ ମାସମାନଙ୍କରେ ହେଉଥିବା ସlହlଣ ମେଲା ବାବଦରେ ବର୍ତ୍ତମାନ କରିବା ଆରାଧନା ଓ ଭାଗବତ ପଠନ।

ଅନନ୍ତ ମହିମା ତୋହର
ସର୍ବଜ୍ଞ ଜଗତ ଈଶ୍ୱର ।
ଯେଣୁ ତୁ ଅଷ୍ଠନିଧିଧାରୀ
ତେଣୁ ତୁ ସର୍ବ ଅଧିକାରୀ ।
ଅକୁଣ୍ଠ ବିକୁଣ୍ଠ ମହିମା
ବେଦ ନ ଜାଣେ ତୋର ସୀମା।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.