Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନିତ୍ୟ ନୈମିତିକ -ବିଧି ଆଲୋଚନା ପ୍ରସଙ୍ଗରେ ଆଜି ଜାଣିବା ଏକ ବିଶେଷ ନୀତି “ଏକାଦଶୀ ନୀତି ” ।

ପ୍ରତ୍ୟେକ ଏକାଦଶୀରେ ମଧ୍ୟାହ୍ନ ଧୂପ, ମଇଲମ, ଓ ସନ୍ଧ୍ୟା ଆଳତି ପରେ ଦିଅଁମାନଙ୍କ ସର୍ବାଙ୍ଗ ଚନ୍ଦନ ଲାଗି ହୋଇଥାଏ। ଠିକ ସେହି ସମୟରେ ଦକ୍ଷିଣ ଘରୁ ମଦନମୋହନ ବିଜେ କରନ୍ତି। ରତ୍ନସିଂହାସନ ଉପରେ ତାଙ୍କୁ ଶ୍ରୀଜଗନ୍ନାଥ ଙ୍କ ଆଜ୍ଞା ମାଳ ଦେଇ ପୁଣି ମୁକ୍ତି ମଣ୍ଡପ ନିକଟରେ ଥିବା ପାଲିଙ୍କିରେ ବିଜେ କରନ୍ତି। ଏହିଠାରୁ ଛତ୍ର, ଘଣ୍ଟ ଇତ୍ୟାଦି ସହ ବିମାନବଡୁ ମାନେ ବେଢା ପରିକ୍ରମା କରନ୍ତି। ବେଢାବୁଲି ପୁନଶ୍ଚ ଜୟ ବିଜୟ ଦ୍ୱାର ନିକଟରେ ବିଜେ ହୁଅନ୍ତି। ଏଠାରେ ବିଶେଷ ନୀତି ଅନୁରୂପ ସମସ୍ତ ପୂଜା, ଭୋଗ, ଆଳତି ଓ ବନ୍ଦାପନା ହୋଇ ସlରିବା ପରେ, ମଦନ ମୋହନ ପୁଣି ଦକ୍ଷିଣ ଘରକୁ ଫେରିଥାନ୍ତି । ଏହା ଏକାଦଶୀର ପାରମ୍ପରିକ ନୀତି, କିନ୍ତୁ ପ୍ରତ୍ୟେକ ଏକାଦଶୀ ରାତିରେ ମନ୍ଦିର ଚୂଡ଼ାକୁ ମହାଦୀପ ଉଠିବାର ଏକ ବିଶେଷ ପରମ୍ପରା ପାଳିତ ହୁଏ।

ସନ୍ଧ୍ୟା ଧୂପ ପରେ ରତ୍ନସିଂହାସନରେ ପୂଜାପଣ୍ଡାମାନେ ମହାଦୀପ ଆଳତି କଲା ପରେ, ସିଂହାସନ ଚାରିପଟେ ବେଢା ବୁଲି ଜୟ ବିଜୟ ଦ୍ୱାର ଦେଇ ମହାଦୀପ କଳସରେ ଧରି ମା ବିମଳାଙ୍କ ମନ୍ଦିର ସାମ୍ନାକୁ ଯାଇଥାନ୍ତି। ଏହିଠାରେ ଚୁନରା ସେବକଙ୍କୁ ତିନୋଟି ମହାଦୀପ କଳସ ପ୍ରଦାନ କରି ଓ ତୁଳସୀ ଦେଇ ଚାଲିଯାଆନ୍ତି । ଏହିଠାରେ ଘଟୁଆରୀ ସେବକ ୧୨ ଗୋଟି ଚନ୍ଦ୍ରଉଦିଆ ଚୁନରା ସେବକଙ୍କୁ ଦେଇଥାନ୍ତି ।ଏହାପରେ ଚୁନରା ସେବକମାନେ କଳସ ରଖି କେବଳ ମହାଦୀପ ଓ ଚନ୍ଦ୍ରଉଦିଆ ନେଇ ମନ୍ଦିର ଚୂଡ଼ା ଚଢି ଯାଆନ୍ତି । ଏହାପରେ କଣ କଣ ନୀତି ହୁଏ ତାହା ଜାଣିବା ଆଗାମୀ ଅଧ୍ୟୟରେ ବର୍ତ୍ତମାନ କରିବା ଆରାଧନା ଓ ଭାଗବତ ପଠନ।

ଈଶ୍ୱର ଅଛି ସର୍ବଭୁତେ
ଏ ଅନୁମାନ କରେ ଚିତ୍ତେ ।
ଏବେ ହୋ କହିବା ବିଶ୍ୱାସେ
ଯେ ପୁରାତନ ଇତିହାସେ ।
ଯଦୁରlଜନ ଅବଧୂତ
ଏ ବେନି ଜନ ଙ୍କ ଚରିତ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.