Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ନିର୍ମାଲ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ଶ୍ରୀମହାପ୍ରସାଦ ମାହାତ୍ମ୍ୟ ବର୍ଣ୍ଣନାରେ ଥିବା କିଛି ତର୍କ ଆହ୍ୱାନକାରୀ ବିଷୟ ଆଲୋଚନା ପରେ ଆଜି ଏହି ମହାପ୍ରସାଦର ଉତ୍ପତ୍ତି ସମୟ ବିଭିନ୍ନ ପୁରାଣ ବର୍ଣନା ଅନୁସାରେ ଜାଣିବା ପାଇଁ ଚେଷ୍ଟା କରିବା। ପ୍ରଥମେ ଜାଣିବା ସ୍କନ୍ଦ ପୁରାଣ ଆଧାରିତ ବିଷୟଗୁଡିକୁ ଏହି ପୁରାଣର ୩୭ ତମ ଅଧ୍ୟାୟରେ ତ୍ରେତୟା ଯୁଗରେ ଶ୍ୱେତ ନାମକ ମହାରାଜ ପୂର୍ବପ୍ରଚଳିତ ଷଢ଼ରସ ବ୍ୟଞ୍ଜନଙ୍କୁ ଶ୍ରୀପୁରୁଷୋତ୍ତମ ଜଗନ୍ନାଥଙ୍କ ନିକଟରେ ନିତ୍ୟ ମଣୋହି କରୁଥବାର ଉଲ୍ଲେଖ ଅଛି। ସେହିପରି ଆଉ ଏକ ବର୍ଣ୍ଣନାରେ ଦ୍ୱାପର ଯୁଗରେ କୃତବିଦ୍ୟ ବସୁଦେବ ତ୍ରି୍ଥଯାତ୍ରା କରି କାର୍ତ୍ତିକ ମାସରେ ଶ୍ରୀପୁରୁଷୋତ୍ତମ କ୍ଷେତ୍ରରେ ଅବସ୍ଥାନ କାଳରେ ହରି ଉତଥାନ ଏକାଦଶୀ ଦିନ ନିର୍ଜଳ ଉପବାସ କରିଥିବା ସମୟରେ ସୌଭାଗ୍ୟ ବଶତଃ ଏହି ଅନ୍ନ ମହାପ୍ରସାଦ ପ୍ରାପ୍ତ ହୋଇ ଭକ୍ଷଣ କରିଥିଲେ ଓ ରାତ୍ରରେ ଶ୍ରୀଜଗନ୍ନାଥଙ୍କ ସ୍ବପ୍ନ ଦର୍ଶନ ପାଇ କୃତାର୍ଥ ହୋଇଥିଲେ। ସେହି ସ୍କନ୍ଦ ପୁରାଣ ୮ମ ଅଧ୍ୟାୟରେ ବର୍ଣ୍ଣନିତ ହୋଇଛି ସତ୍ୟଯୁଗରେ ଶବର ରାଜା ବିଶ୍ୱାବସୁ ଓ ପୁରୋହିତ ବ୍ରlହ୍ମଣ ବିଦ୍ୟାପତି ମଧ୍ଯ ଅନ୍ନ ମହାପ୍ରସାଦ ତଥା ନିର୍ମାଲ୍ୟ ଭକ୍ଷଣ କରିଥିଲେ ବୋଲି ଉଲ୍ଲେଖ ଅଛି। ଅନ୍ୟାନ୍ୟ ମହାତ୍ମାଙ୍କ ମଧ୍ୟରେ ଆଚାର୍ଯ୍ୟ ଶାଣ୍ଡିଲ୍ୟ, ଆଚାର୍ଯ୍ୟ ପଦ୍ମପାଦ, ସ୍ୱାମୀ ଭାରତୀକୃଷ୍ଣ ଶ୍ରୀ ଶଙ୍କର ଦେବ, ଶ୍ରୀମଦ ବଲ୍ଲଭଚାର୍ଯ୍ୟ, ଭକ୍ତ ବିଦୁର, ଗୁରୁ ନାନକ, କର୍ମାବାଇ, ଲାଣ୍ଡିମାତା, ଶ୍ରୀଚୈତନ୍ୟ, ବନ୍ଧୁମହାନ୍ତିଇତ୍ୟାଦି ଅନେକ ମହାତ୍ମାମାନେ ଏହି ଅନ୍ନବ୍ରହ୍ମ ତଥା ନିର୍ମାଲ୍ୟ ଭକ୍ଷଣ କରିଥିଲେ ବୋଲି ପ୍ରମାଣ ମିଳେ। କିନ୍ତୁ ଶ୍ରମନ୍ଦିରରେ ଏହି ଅନ୍ନ ମହାପ୍ରସାଦ ପ୍ରଚଳନ ଜଗତଗୁରୁ ଶ୍ରୀ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶରେ ମହାରାଜ ଯଯାତି କେଶରୀ କରିଥିଲେ। ଆଗାମୀ ଅଧ୍ୟାୟରେ ପୁଣି ଅନେକ ରୁଚିକର ବିଷୟରେ ଆଲୋଚନା ଜାରି ରଖିବା, ବର୍ତ୍ତମାନ କରିବା ଆରାଧନା ଓ ଭାଗବତ ପଠନ ।

କାମିନୀର ଇହ ପର ଲୋକ
ଅନ୍ତେ ସେ ପଡଇ ନରକ ।
ମିଥ୍ୟା ବସଇ ଦ୍ୟୁତ ମଧ୍ୟେ
କାମ କାମିନୀ ମଦ ମଧ୍ୟେ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.