Latest Odisha News

BREAKING NEWS

ଭାଷା ଭାଗବତ : ଶିକ୍ଷା ନିରଂତର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ଆଗ ପୂରୁ ମୋ ଜ୍ଞାନ-କୁଂଭ
ତା’ପରେ ହେବ କାର୍ଯାରଂଭ
ହେବି କି ହେବିନାହିଁ ଗୁରୁ
ଶିଷ୍ୟପଣ କେବେ ନ ସରୁ

ସବୁବେଳେ ଶିଖିବି ଆଉ
ଜୀବନ ମୋର ସରିଯାଉ
ବଢ଼ୁଥାଉ ଜ୍ଞାନର ଭାଉ
ଜ୍ଞାନାଂତ କେବେ ବି ନ ହେଉ

ଦେଖାଇବି ଓ ଚଖାଇବି
ଅନେକଂକୁ ମୁଁ ଶିଖାଇବି
କେବେ ବି ପାରିନି ମୁଁ ଭାଳି
ବିଶ୍ବାସ, ଆଗ୍ରହ ସଂଭାଳି

ଫୁଂକି ଫୁଂକି ବାଟର ଧୂଳି
ସଂସାରେ ଯାଉଅଛିଁ ଚଳି
ଏଯାଏଁ ପଡ଼ିନାହିଁ ଟଳି
ଜାଣେନି ସତରେ କିଭଳି

ହୋଇଛିଁ ଯେଣୁ ଗୋଷ୍ଠୀ-ଭୀରୁ
କିପରି ହେବି ଏବେ ଗୁରୁ
କାହିଁକି ହେବି ଏବେ ଗୁରୁ ?
ପ୍ରଥମେ ଜ୍ଞାନ-ଘଟ ପୂରୁ

‘ନିଜେ ଅପୂର୍ଣ ଶିକ୍ଷା ପାଇ
ଅନ୍ୟକୁ ପାରିବି ଶିଖାଇ’
ଏପରି କଳ୍ପିତ ଔଦ୍ଧତ୍ୟ
ଦ୍ବାରା ହୋଇନି କବଳିତ

ଆତ୍ମ-ଶିକ୍ଷଣ ଯଜ୍ଞ ସରୁ
ତା’ପରେ ଚାଟି ଟିକେ ଚରୁ
ବାହାରିଯିବି ନିଜଠାରୁ
ହୁଏଁ କି ନ ହୁଏଁ ମୁଁ ଗୁରୁ

‘ମୋ ଶିଖିବାରେ ପୂର୍ଣଚ୍ଛେଦ
ପଡ଼ିଲେ ମିଳିବ ଆନଂଦ’
ଏପରି ଚିଂତା ନାହିଁ ମୋର
ତେଣୁ ଶିଖୁଛିଁ ନିରଂତର

Leave A Reply

Your email address will not be published.