Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଦ୍ୱାରଫିଟା ନୀତି

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ଅନୁଷ୍ଠିତ ସର୍ବପ୍ରଥମ ନୀତି ହେଉଛି “ଦ୍ୱାରଫିଟା ନୀତି “। ଏହା କେବଳ ଦ୍ୱାରଫିଟା ପାଇଁ ଉଦ୍ଦିଷ୍ଟ ନୁହେଁ ମହାପ୍ରଭୁଙ୍କର ନିଦ୍ରାଭଙ୍ଗ ପାଇଁ ପାର୍ଥନା ମଧ୍ଯ ଏହି ନୀତିର ଅଂଶ ବିଶେଷ। ଏଠାରେ ଗୋଟିଏ ସାଧାରଣ ପ୍ରଶ୍ନ ଉଠେ ଅଚଳ ମହାମେରୁ ଦାରୁବ୍ରହ୍ମ, ଯାହାଙ୍କ ଚକ୍ଷୁରେ ପଲକ ପଡ଼େନି କାରଣ ତାଙ୍କର ଭ୍ରୂଲତା ନାହିଁ ସେ ପୁଣି କିପରି ନିଦ୍ରା ଯିବେ। ଏହି ଠାରେ ହିଁ ଅସଲ ରହସ୍ୟ ଲୁଚି ରହିଛି। ପ୍ରଥମେ ଆମେ ଆଲୋଚନା କଲେ ଶ୍ରୀଜୀଉମlନକୁ ସୁକ୍ଷ୍ମରୁ ସ୍ଥୁଳ ସତ୍ତାରେ ଅନୁଭବ କରିବା। ବର୍ତମାନ ଅନିତ୍ୟରୁ ନିତ୍ୟ ଓ ଅବ୍ୟକ୍ତରୁ ବ୍ୟକ୍ତ ସତ୍ତାର ଆରୋପଣ। ଅବଶ୍ୟ ଶ୍ରୀଜଗନ୍ନାଥଙ୍କ ଅବା ଶ୍ରୀଜୀଉମାନଙ୍କ ପୂଜା aନା ରେ ତାଙ୍କର ଚଳନ୍ତି ପ୍ରତିମାଙ୍କ ଆବଶ୍ୟକତା ବିଷୟରେ ଆମେ ଅବଗତ ଅଛେ ଏଠାରେ ମଧ୍ଯ ଖଟ ଶେଜ ବିଛାଇ ସେହି ପରମ୍ପରାର ପାଳନ ହୁଏ। ତଥାପି ସେବକ /ପୂଜକମାନେ ନିଦ୍ରାରୁ ଉଠାଇବା ସମୟରେ ନମ୍ର ଭାବରେ ପାର୍ଥନା କରନ୍ତି:- “ହେ ଜଗଦୀଶ୍ଵର, ସମସ୍ତ ଜଗତ କଲ୍ୟାଣ ନିମନ୍ତେ ଆପଣ ନିଦ୍ରା ପରିତ୍ୟାଗ କରି ନିଜର କୋଟିପଦ୍ମଜିତ ଶ୍ରୀମୁଖ ଦର୍ଶନ ଅଭିଳାଷୀ ଭକ୍ତଜଣଙ୍କୁ ସୌଭାଗ୍ୟ ପ୍ରଦାନ କରନ୍ତୁ ।” ଏଠାରେ କୋଟିପଦ୍ମଜିତ ବଦନ ନିଶ୍ଚିତ ଭାବେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ କଳାଶ୍ରୀମୁଖ, ଏଥିରେ ସନ୍ଦେହ ନାହିଁ। ନୀତି ପାଳନ ପାଇଁ କ୍ରିୟା ହୁଏ ଚଳନ୍ତି ପ୍ରତିମା ସହ କିନ୍ତୁ ଆରାଧନା ହୁଏ ବ୍ରହ୍ମାଣ୍ଡନାଥଙ୍କର
କ୍ରିୟା ଟି ଏପରି କରତାଳି ଦେଇ ପଲଙ୍କରୁ ପ୍ରତିମାଙ୍କ ନିଦ୍ରା ଭଙ୍ଗ କରି ଉଠାଇ ନିଆଯାଏ। ଏହାପରେ ପହୁଡ଼ ହୋଇଥିବା ଖଟ ଶେଜକୁ ଅପସାରଣ କାରାଯାଏ। ଶ୍ରୀମନ୍ଦିର ଗର୍ଭଗୃହରେ ଅଖଣ୍ଡ ଦୀପ ପ୍ରଜ୍ବଳନ କାରାଯାଏ. ଶ୍ରୀମନ୍ଦିରରେ ଏହି ଦୀପ ରାଶି ତେଲରେ ହୋଇଥାଏ। ଅବଶ୍ୟ ଏହା ଭଲ ଘିଅରେ ମଧ୍ଯ କରାଯାଇ ପାରିବ ଓ କେତେକ ସ୍ଥାନରେ ଏହା ପ୍ରଚଳିତ ମଧ୍ଯ ହୋଇଛି। ମହାପ୍ରଭୁଙ୍କର ସମ୍ପୂର୍ଣ୍ଣ ତନ୍ଦ୍ରା ଭଙ୍ଗ ପାଇଁ ଘଣ୍ଟ ଘଣ୍ଟା, ଶଙ୍ଖ, ଓ ବିଭିନ୍ନ ପ୍ରକାର ମଙ୍ଗଳ ବାଦ୍ୟ ସହ, ଭକ୍ତମାନଙ୍କ ସମ୍ମିଳିତ ପାର୍ଥନା ଶୁଣାଯାଇଥାଏ। ଏଇ ଯେମିତି ଭଜନ ।
“କୋଠ ଭୋଗ ଖିଆ, ମୋ ଚକା ଅଖିଆ, ଉଠ ହେ ପହଡ଼ ଭାଙ୍ଗି ”

ଆସନ୍ତୁ ଆମେ କରିବା ଆରାଧନା ଓ ଭାଗବତ ପଠନ ସବୁଦିନ ପରି ।

ଯେ କରେ ଦୀନ ଉପକାର
ସେ ଧର୍ମଜ୍ଞାନୀ ଙ୍କର ସାର ।
ଦୁଃଖୁଁ ଯେ ପରିତ୍ରାଣ କରେ
ସଂକଟୁ ପ୍ରାଣୀଙ୍କି ଉଦ୍ଧରେ ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.