Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ଦ୍ୱାରପାଳ ପୂଜା

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା

ଜୟ ଜଗନ୍ନାଥ।  ଓଁ ନମୋ ଭାଗବତେ ବାସୁଦେବାୟ ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଥିବା ଦ୍ୱାରପାଳ ପୂଜା ବିଷୟରେ। ଏବେ ଆଲୋଚନା କରିବା, କାରଣ ଗରୁଡ଼ ପୂଜା, ସୂର୍ଯ୍ୟପୂଜା ପରେ ପରେ ଏହି ପୂଜା ହୋଇଥାଏ। ଗରୁଡ଼ଙ୍କ ଆସନ ସାମ୍ନା ଦ୍ୱାରରେ ଯେଉଁଠି ଜୟ ବିଜୟ ବିରାଜମାନ କରିଥାନ୍ତି। ସେହି ଦ୍ୱାର ନିକଟରେ ଦ୍ୱାରପାଳ ପୂଜା ଅନୁଷ୍ଠିତ ହୋଇଥାଏ। ଶ୍ରୀମନ୍ଦିର ଭିତରେ ଅନେକ ଦ୍ୱାର ଅଛି ଓ ଅଧିକାଂଶ ଦ୍ୱାର ଦୁଇ ପାର୍ଶ୍ଵରେ ଦ୍ୱାରପାଳ ଥିଲେ ମଧ୍ୟ କେବଳ ଜୟ ବିଜୟଙ୍କ ପାଖରେ। ଏହି ପୂଜା ଅନୁଷ୍ଠିତ ହୋଇଥାଏ। ଦ୍ୱାରର ଉଭୟ ପାର୍ଶ୍ଵରେ ଏବଂ ଦ୍ୱାର ଉପର ଭାଗରେ କିଛି ଦେବତା ବାସ କରନ୍ତି। ଯଥା

ଦକ୍ଷିଣରେ :- ଓଁ ଜୟାୟ
, ଓଁ ଚଣ୍ଡାୟ ନମଃ, ଓଁ ଧାତ୍ରେ ନମଃ
ଓଁ ବଳlୟ, ଓଁ ଗଙ୍ଗାୟେ ନମଃ,
ବାମରେ :-ଓଁ ବିଜୟାୟ ନମଃ
ଓଁ ପ୍ରଚଣ୍ଡlୟ ନମଃ, ଓଁ ବିଧାତ୍ରେ ନମଃ ଓଁ ପ୍ରବଳାୟ ନମଃ, ଓଁ ଯମୁନାୟେ ନମଃ।

ଏମାନେ ଦ୍ୱାର ପାର୍ଶ୍ଵରେ ଥାନ୍ତି।

ଦ୍ୱାର ଉର୍ଦ୍ଧ୍ଵରେ :-ଓଁ ମହାଲଷ୍ମୀନମଃ
ଓଁ ଶଙ୍ଖନିଧୟେ ନମଃ, ଓଁ ପଦ୍ମନିଧୟେ ନମଃ, ଓଁ ତତ ଉର୍ଧ୍ଵ ଓଁ ଆଦିତ୍ୟାଦି ନବଗ୍ରହେଭ୍ୟୋ ନମଃ।

ଦ୍ୱାର ଅଧୋଦେଶେ :-ଓଁ କ୍ଷେତ୍ରପlଳାୟ ନମଃ, ଦେହଲ୍ୟାଂ (କବାଟରେ )’ଓଁ କାଳରାତ୍ରୀ ନମଃ

ଏପରି ଭାବରେ ଦ୍ୱାର ପାଳ ପୂଜା ପ୍ରସ୍ତୁତି ସାରିବା ପରେ ଏହି ମନ୍ତ୍ରରେ ନୈବେଦ୍ୟ ସମର୍ପଣ କରିବେ ଯଥା ସର୍ବାଭ୍ୟୋ ଦ୍ୱାର ଦେବତାଭ୍ୟୋ ଯଥା ବିଭାଗଂ ଗନ୍ଧ ନମଃ, ସର୍ବାଭ୍ୟୋ ଦ୍ୱାର ଦେବତାଭ୍ୟୋ। ଯଥା : ବିଭାଗଂ ପୁଷ୍ପlଣିବୌଷଟ.ଏପରି ଗନ୍ଧ ପୁଷ୍ପ ପ୍ରଦାନ କରି ତତ ପରେ ନୈବେଦ୍ୟ ପ୍ରଦାନ କରିବେ। ଆଗାମୀ ଅଧ୍ୟାୟରେ ଜାଣିବା ପାର୍ଶ୍ଵ ଦେବତା ପୂଜନ ବିଷୟରେ ବର୍ତ୍ତମାନ ଆରାଧନା ଓ ଭାଗବତ ପଠନ।

ଭୋ ତାତ କର୍ମପାଦେ ସେବ
କର୍ମହୁ ନାହିଁ ଅନ୍ୟ ଦେବ।
ଯେ ପ୍ରାଣୀ ନିଜ କର୍ମ ଛାଡି
ଅନ୍ୟ ଜୀବିକା ଲୋଭେ ଲୋଡି।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ)

Leave A Reply

Your email address will not be published.