Latest Odisha News

BREAKING NEWS

ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍ ଦଣ୍ଡ ସହ ୨୦ ହଜାର ଫାଇନ୍ ପୋକ୍ସୋ କୋର୍ଟ

ଫୁଲବାଣୀନାବାଳିକା ଦୁଷ୍କର୍ମ ମାମାଲରେ ଦୋଷୀକୁ ୨୦ ବର୍ଷ ଜେଲ୍‌ଦଣ୍ଡାଦେଶ ଶୁଣାଇଲେ ଫୁଲବାଣୀ ପୋକ୍ସୋ କୋର୍ଟ। ଏଥିସହିତ ୨୦ ହଜାର ଟଙ୍କା ଫାଇନ୍ ବି କରାଯାଇଛି। ଫାଇନ୍ ଟଙ୍କା ନ ଦେଇପାରିଲେ ଅଧିକ ୬ ମାସ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ତାଙ୍କ ରାୟ ଶୁଣାଇଛନ୍ତି। ସମସ୍ତ ସାକ୍ଷ ପ୍ରମାଣ ଓ ଡାକ୍ତରୀ ମାଇନାର ରିପୋର୍ଟକୁ ଭିତ୍ତି କରି ସୋମବାର ଫୁଲବାଣୀ ପୋକ୍ସୋ କୋର୍ଟର ବିଚାରପତି ଏହି ରାୟ ଶୁଣାଇଛନ୍ତି। ଏଥିସହିତ ନାବାଳିକାଙ୍କ ପରିବାରକୁ ୬ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାପାଇଁ କୋର୍ଟ ଆଦେଶନ ଦେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ରାୟଗଡ଼ା ଜିଲ୍ଲା ଆମ୍ବାଦୋଳା ଥାନା ଅନ୍ତର୍ଗତ ବଡମୁଦ୍ରା ଗାଁର ଅଭିଯୁକ୍ତକ ସୁନୀଲ ସେପାକ କନ୍ଧମାଳର ତୁମୁଡ଼ିବନ୍ଧ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ଏହାପରେ ନାବାଳିକାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଆଧାର କରି ପୋଲିସ ସୁନୀଲକୁ ଗିରଫ କରିଥିଲା।

 

Comments are closed.