Latest Odisha News

BREAKING NEWS

ନଭେମ୍ବର ୧ରୁ ୟୁଜି ଓ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ ଆରମ୍ଭ

ଭୁବନେଶ୍ୱର: ନଭେମ୍ବର ୧ରୁ ଖୋଲିବ ୟୁଜି ପ୍ରଥମ ବର୍ଷ କ୍ଲାସ। ସେହିପରି ନଭେମ୍ବର ୧୫ତାରିଖରୁ ପିଜି ପ୍ରଥମ ବର୍ଷ କ୍ଲାସ ଖୋଲିବ। କ୍ଲାସରୁମରେ ପାଠପଢ଼ା ହେବ। ଏନେଇ ସବୁ ବିଶ୍ୱବିଦ୍ୟାଳୟର କୁଳପତିଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ଉଚ୍ଚଶିକ୍ଷା ସଚିବ ସାଶ୍ୱତ ମିଶ୍ର। କଲେଜ କ୍ଲାସ ସହ ହଷ୍ଟେଲ ମଧ୍ୟ ଖୋଲିବ।

ନୂଆ ଆଡ଼ମିଶନ କରିଥିବା ଛାତ୍ରଛାତ୍ରୀ କ୍ଲାସ କରିବା ପାଇଁ ଆସିପାରିବେ। କରୋନାର ଗାଇଡ଼ଲାଇନ୍ ସହ ପାଠପଢ଼ା ଆରମ୍ଭ କରିବାକୁ କୁହାଯାଇଛି। କଲେଜକୁ ଆସୁଥିବା ଛାତ୍ରଛାତ୍ରୀ ମାସ୍କ ପିନ୍ଧିବେ, ବାରମ୍ବାର ହାତ ଧୋଇବା ସହ ସାନିଟାଇଜ୍ କରିବାକୁ କୁହାଯାଇଛି। କ୍ଲାସରୁମ୍, ଲାଇବ୍ରେରୀ ଓ ଲାବ୍ରଟୋରୀରେ ସାମାଜିକ ଦୂରତା ରକ୍ଷା କରିବା। କାଶ, ଛିଙ୍କ ହେଲେ ମୁହଁ ଏବଂ ନାକକୁ ରୁମାଲ ଦ୍ୱାରା ଘୋଡ଼ାଇବା ଦରକାର। ଆବଶ୍ୟକତା ପାଇଁ ଆଇସୋଲେସନ ରୁମ୍ ପ୍ରସ୍ତୁତ ରଖିବା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି।

Comments are closed.