Latest Odisha News

BREAKING NEWS

ଫିଜିକାଲ ଟାମ୍ପରିଂ ଯୋଗୁ ଘଟିଛି ବାହାନଗା ଦୁର୍ଘଟଣା: ଖୋର୍ଦ୍ଧା ଡିଆରଏମ

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଟ୍ରେନ୍‌ ଦୁର୍ଦଟଣାକୁ ନେଇ ବିସ୍ଫୋରକଣ ବୟାନ ଦେଇଛନ୍ତି ଖୋର୍ଦ୍ଧା ଡିଆର୍‌ଏମ୍। ସିଗ୍‌ନାଲ ଟାମ୍ପରିଂ ନେଇ ଦେଇଛନ୍ତି ଆଶ୍ଚର୍ଯ୍ୟକର ବୟାନ। କହିଛନ୍ତି ଯଦି କେହି ଫିଜିକାଲ ଟାମ୍ପରିଂ ନ କରିବ, ସିଗନାଲରେ ଗଡ଼ବଡ୍ ହେବନି । ଟେକ୍ନିକାଲି ଏହା ସମ୍ଭବ ନୁହେଁ। ଫିଡିକାଲି ଟାମ୍ପିରିଂ ଯୋଗୁ ବାହାନଗା ଟ୍ରେନ୍ ଦୁର୍ଘଟଣା ହୋଇଛି ବୋଲି ସେ ବୟାନ ଦେଇଛନ୍ତି।

ଲୁପ୍‌ ଲାଇନ୍‌ରେ ଗ୍ରୀନ୍ ସିଗ୍‌ନାଲ୍ ନେଇ ଡିଆର୍‌ଏମ୍‌ କହିଛନ୍ତି ଯେ ମେନ୍ ଲାଇନରେ ଗ୍ରୀନ୍ ସିଗନାଲ ଥିଲା। ପ୍ରି କଣ୍ଡିସନ ଠିକ୍ ଥିଲେ ହିଁ ଗ୍ରୀନ ସିଗନାଲ ହୋଇଥାଏ। ଯଦି କିଛି ତ୍ରୁଟି ଥିବ, ତେବେ କେବେ ବି ଗ୍ରୀନ୍ ସିଗନାଲ ହେବ ନାହିଁ ବରଂ ରେଡ୍ ଲାଇଟ ଜଳିବ ବୋଲି ସେ ବୟାନ ଦେଇଛନ୍ତି।

କରମଣ୍ଡଳ ଏକସପ୍ରେସ୍ ଯାଉଥିବା ମେନ୍ ଲାଇନରେ ଗ୍ରୀନ୍ ସିଗନାଲ ଥିଲା ବୋଲି ଡାଟା ଲକ୍‌ରୁ ତାହା ସ୍ପଷ୍ଟ ହୋଇଛି। ଏହି କାରଣରୁ ସିଗନାଲକୁ ଫିଜିକାଲି ଟାମ୍ପିରିଂ କରାଯାଇଥିବା ସନ୍ଦେହ କରିଛନ୍ତି ଖୋର୍ଦ୍ଧା ଡିଆରଏମ୍ । ଏହି ଗଡବଡରୁ ହିଁ ଏତେ ବଡ଼ ଟ୍ରେନ ଦୁର୍ଘଟଣା ହୋଇଥିବା ସନ୍ଦେହ କରାଯାଉଛି।

ଏପଟେ ବାହାନଗା ଟ୍ରେନ୍ ଦୁର୍ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିସ୍  କରାଯାଇଛି। କେଉଁ ପରିସ୍ଥିତିରେ ଘଟଣା ଘଟିଲା, କେଉଁମାନେ ଦାୟୀ ଏହାର ତଦନ୍ତ ହେବ ବୋଲି ରେଳ ମନ୍ତ୍ରୀ କହିଛନ୍ତି। ତେବେ ଏହା ପୂର୍ବରୁ ରେଲଓ୍ଵେ ବୋର୍ଡ ଘଟଣାର ପ୍ରାରମ୍ଭିକ ରିପୋର୍ଟ ପ୍ରଦାନ କରି ସାରିଛି। ସିଗନାଲ୍‌ରେ ତ୍ରୁଟି କାରଣରୁ ଏତେ ବଡ଼ ଦୁର୍ଘଟଣା ଘଟିଛି ବୋଲି ମନ୍ତ୍ରଣାଳୟ କହିଛି।

ସୂଚନା ଥାଉକି, ଶୁକ୍ରବାର(ଜୁନ ୨) ସନ୍ଧ୍ୟା ସମୟରେ ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ୍ ଟ୍ରେନ୍ ଲାଇନ୍‌ଚ୍ୟୁତ ହେବାରୁ ଭୟଙ୍କର ଟ୍ରେନ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ୨୭୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨୦୮ ଆହତ ହୋଇଛନ୍ତି। ୧୦୦୯ରୁ ଅଧିକ ଆହତ ଡିସ୍‌ଚାର୍ଜ ହୋଇସାରିଥିବା ବେଳେ ଅନ୍ୟମାନେ ବିଭିନ୍ନ ହସ୍‌ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଏହାସହ ଚିହ୍ନଟ ପରେ ସମ୍ପର୍କୀୟମାନଙ୍କୁ ମୃତଦେହ ହସ୍ତାନ୍ତର କରାଯାଉଛି।

Comments are closed.